ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ…

ମୁମ୍ବାଇ,୧୧।୨ : କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଛ ପାଲଟି ଯାଇଥାଏ। ଏହାର କିଛି ମୂଲ୍ୟ ରୁହେନା। ଏହା ସଦ୍ୟତମ ଉଦାହାରଣ କେନ୍ଦ୍ରୀୟ ରେଳ ମୁମ୍ବାଇ ଡିଭିଜନରେ ଦେଖିବାକୁ ମିଳିଛି।

ଜଣେ ସହକର୍ମୀଙ୍କ ମୃତ୍ୟୁ ଯୋଗୁ ଏହି ଡିଭିଜନର ମୋଟରମେନ ଡ୍ୟୁଟିରେ ନ ଥିବାରୁ ୧୪୭ ଟ୍ରେନ ବାତିଲ ହୋଇଥିଲା। ଏହି ଘଟଣା ଶନିବାର ଦିନ ଘଟିଛି। ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ ରୋଡ ଷ୍ଟେଶନ ମଧ୍ୟରେ ସେଣ୍ଟ୍ରାଲ ଏବଂ ହାରବର୍‌ ଲାଇନ ଉପରେ ଉପାନ୍ତ ସହର ଟ୍ରେନ ସେବା ବିଳମ୍ବିତ ହୋଇଥିଲା। ବାସ୍ତବରେ, ଅନେକ କର୍ମଚାରୀ (ମୋଟରମ୍ୟାନ) ସେମାନଙ୍କ ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିଲେ। ଜଣେ ରେଳ ଅଧିକାରୀ ଏହି ଖବର ଦେଇଛନ୍ତି।

ସାରେ ରେଳ ସେବାରେ ବିଳମ୍ବ ଯୋଗୁ ବହୁ ସଂଖ୍ୟକ ଯାତ୍ରୀ ସିଏସଏମଟି ଏବଂ ଅନ୍ୟାନ୍ୟ ଷ୍ଟେଶନରେ ଅଟକି ରହିଥିଲେ। ଅଧିକାରୀ କହିଛନ୍ତି, ’ଟ୍ରେନ ସେବାରେ ବିଳମ୍ବ ହୋଇଥିଲା କାରଣ ଅନେକ ମୋଟରମ୍ୟାନ କଲ୍ୟାଣ ଯାଇ ସେମାନଙ୍କ ସହକର୍ମୀ ମୁଲରୀଧର ଶର୍ମାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ଶୁକ୍ରବାର ଦିନ ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ ରୋଡ ଷ୍ଟେଶନ ମଧ୍ୟରେ ଟ୍ରାକ ଅତିକ୍ରମ କରୁଥିବାବେଳେ ଶର୍ମାଙ୍କର ମୃତ୍ୟୁ ଘଟିଥିଲା। ଶର୍ମାଙ୍କ ଶେଷ ରୀତିନୀତି ଅପରାହ୍ନରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହା ଅପରାହ୍ନ ୫ ଟାରେ ଅନୁଷ୍ଠିତ ହୋଇଥିଲା। ୮୮ ଟି ସ୍ଥାନୀୟ ଟ୍ରେନ ସେବା ସମେତ ପ୍ରାୟ ୧୪୭ ଟି ଟ୍ରେନ ବାତିଲ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA: ଏହି ୯ଟି ଦେଶର ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦ା୩: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

ଆଫଗାନିସ୍ତାନକୁ ଯୁଦ୍ଧରେ ସାହାଯ୍ୟ କରୁଛି ଭାରତ! ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ…

ନୂଆଦିଲ୍‌ଲୀ,୨୦।୩: ଆଫଗାନିସ୍ତାନରେ ତାଲିବାନର ସର୍ୱୋଚ୍ଚ ନେତା ହିବାତୁଆଲ୍ଲାହ ଆଖୁନ୍ଦଜାଦା ପାକିସ୍ତାନ ସମ୍ପର୍କରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଇଦ-ଉଲ-ଫିତର ଅବସରରେ କାନ୍ଦାହାରର ଇଦଗାହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri