Categories: Uncategorized

ମହିଳା ସଶକ୍ତୀକରଣକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୦।୧:ରାଜ୍ୟର ପ୍ରମୁଖ ବନ୍ଦର ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌) ପକ୍ଷରୁ ନିକଟରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବାଲିଆପାଳଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀରାମପୁର ସରପଞ୍ଚ ଦେବକୁମାର ଦେ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚୌମୁଖ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ସଭାପତି ଓ ବାଲିଆପାଳ ବ୍ଲକ୍‌ ସ୍ତରୀୟ ସଂଘ ସଚିବ ସୁଷମା ଦତ୍ତ, ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ବାଲେଶ୍ୱରର ମୁଖ୍ୟ ପ୍ରମୋଦ କୁମାର ପାତ୍ରଙ୍କ ସମେତ ଟାଟା ଷ୍ଟିଲ୍‌ ସିଏସ୍‌ଆର ଟିମ୍‌ର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବିଶେଷକରି ସ୍ଥାନୀୟ ମହିଳାମାନଙ୍କୁ ସଶକ୍ତୀକରଣକୁ ଗୁରୁତ୍ୱାରୋପ କରି ସ୍ଥାନୀୟ ଅଞ୍ଚଳରେ ଆମତ୍ନିଯୁକ୍ତି ଏବଂ ଜୀବନଜୀବିକା ସୁଯୋଗରେ ଉନ୍ନତି ଆଣିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ପକ୍ଷରୁ ଏକ ୨ମାସିଆ ଚାନ୍ଦୁଆ ହସ୍ତଶିଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଉକ୍ତ କର୍ମଶାଳା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ର ସଦସ୍ୟମାନେ ଚାନ୍ଦୁଆ ହସ୍ତଶିଳ୍ପ ଉପରେ ନିଜର ଦକ୍ଷତା ବୃଦ୍ଧି କରିବା ଦ୍ୱାରା ନିଜ ପାଇଁ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି କରିପାରିବେ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପ୍ରଶିକ୍ଷିତ ସଦସ୍ୟମାନେ ଅନ୍ୟ ଏସ୍‌ଏଚ୍‌ଜି ସଦସ୍ୟମାନଙ୍କୁ ମଧ୍ୟ ଏହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିପାରିବେ। ଏପରିକି ଏସ୍‌ପିପିଏଲ୍‌ ପକ୍ଷରୁ ଜୀବିକା କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ଯୋଜନା ମଧ୍ୟରୁ ଏହା ଅନ୍ୟତମ ଓ ଭବିଷ୍ୟତରେ ମଧ୍ୟ ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ କରିବାକୁ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।