ବୈଷୟିକ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୪।୫: ବେଦାନ୍ତ ଆଲୁମିନିୟମ ପକ୍ଷରୁ କାର୍ଯ୍ୟସ୍ଥଳରେ ‘ଓ୍ବାଲର୍ଡ ଡେ ଫର ସେଫ୍ଟି ଆଣ୍ଡ ହେଲଥ ଆର୍ଟ ଓ୍ବାର୍କ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ାଠାରେ ଏକ ଅଗ୍ନି ନିରାପତ୍ତା ତାଲିମ ପାର୍କର ମଧ୍ୟ ଉଦ୍‌ଘାଟନ କରାଯାଇଛି। ଉକ୍ତ ପାର୍କ କାରଖାନାର କର୍ମଚାରୀ ଓ ବ୍ୟବସାୟୀ ସହଯୋଗୀଙ୍କୁ ଅଗ୍ନି ସୁରକ୍ଷା ସମ୍ବନ୍ଧିତ ପ୍ରଦର୍ଶନ ଓ ତା’ର ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ବ୍ୟାପକ ସହାୟତା କରିବ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ (ବିଜ୍‌ନେସ୍‌)ର ସିଇଓ ରାହୁଲ ଶର୍ମା କହିଛନ୍ତି, ଆମେ ଲୋକଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇଥାଉ। ଏପରିକି ଆମର ପରିଚାଳନା କ୍ଷେତ୍ରରେ ଉନ୍ନତ ସୁରକ୍ଷା ବୈଷୟିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିଥାଏ। ଆମେ ଏହାକୁ ଆଚରଣଗତ ପଦକ୍ଷେପ ଦ୍ୱାରା ହାସଲ କରିପାରିବା ବୋଲି ସେ ମତପ୍ରକାଶ କରିଛନ୍ତି। ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ଠାରେ ଉକ୍ତ କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିଲା, ଯେଉଁଥିରେ କମ୍ପାନୀ କର୍ମଚାରୀଙ୍କ ସୁରକ୍ଷା ଅଭ୍ୟାସ ପ୍ରଦର୍ଶନ ଓ ସ୍ଥାନୀୟ ଗୋଷ୍ଠୀକୁ ସଚେତନ କରାଇବା ଆଦି ଉକ୍ତ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା। ନିକଟରେ ଝାରସୁଗୁଡ଼ାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବର ମିଳିତ ସହଯୋଗରେ ଜାତୀୟ ଭିତ୍ତିଭୂମି ଅଭିବୃଦ୍ଧି ପାଇଁ ଅଗ୍ନି ନିରାପତ୍ତା ସଚେତନତା ଉପରେ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିଭଳି ଛତିଶଗଡ଼ଠାରେ ଥିବା କୋର୍‌ବା ସ୍ଥିତ ଆଲୁମିନିୟମ ଉପତ୍ାଦକ ବାଲ୍‌କୋ ପରିସରରେ ୫୦୦ରୁ ଅଧିକ କର୍ମଚାରୀଙ୍କୁ ଅଗ୍ନି ନିର୍ବାପନ ତାଲିମ ପ୍ରଦାନ କରାଯାଇଥିଲା। କାରଖାନାର ବିଭିନ୍ନ ସ୍ଥାନରେ ମକ୍‌ ଡ୍ରିଲ୍‌ ମଧ୍ୟ କରାଯାଇଥିଲା। ସେହିପରି ବିପଦ ସମୟରେ ଲୋକମାନଙ୍କୁ କିଭଳି ଉଦ୍ଧାର କରିବା ସେ ସମ୍ପର୍କିତ କଳାକୌଶଳ, ଆତ୍ମରକ୍ଷା ଉପାୟ ଓ ଅଗ୍ନି ପ୍ରତିକାର ସମ୍ବନ୍ଧରେ ମଧ୍ୟ ବିଭିନ୍ନ ପ୍ରଦର୍ଶନ କରାଯାଇଥିଲା। ବିଶେଷକରି ବାଲ୍‌କୋର ଅଗ୍ନି ଓ ଉଦ୍ଧାରକାରୀ ଦଳ ଏହି ଅଧିବେଶନ ପରିଚାଳନା କରିଥିଲେ। କମ୍ପାନୀର କଳାହାଣ୍ଡି ସ୍ଥିତ ଆଲୁମିନା ରିଫାଇନେରି ୟୁନିଟ୍‌ ଲାଞ୍ଜିଗଡ଼ଠାରେ ମଧ୍ୟ ୟୁନିଟ୍‌ର କର୍ମଚାରୀମାନେ ଏକ ସୁସ୍ଥତା ସଚେତନତା ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ହୃଦ୍‌ରୋଗ, ରକ୍ତଚାପ ଓ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri