ବୈଷୟିକ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୪।୫: ବେଦାନ୍ତ ଆଲୁମିନିୟମ ପକ୍ଷରୁ କାର୍ଯ୍ୟସ୍ଥଳରେ ‘ଓ୍ବାଲର୍ଡ ଡେ ଫର ସେଫ୍ଟି ଆଣ୍ଡ ହେଲଥ ଆର୍ଟ ଓ୍ବାର୍କ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ାଠାରେ ଏକ ଅଗ୍ନି ନିରାପତ୍ତା ତାଲିମ ପାର୍କର ମଧ୍ୟ ଉଦ୍‌ଘାଟନ କରାଯାଇଛି। ଉକ୍ତ ପାର୍କ କାରଖାନାର କର୍ମଚାରୀ ଓ ବ୍ୟବସାୟୀ ସହଯୋଗୀଙ୍କୁ ଅଗ୍ନି ସୁରକ୍ଷା ସମ୍ବନ୍ଧିତ ପ୍ରଦର୍ଶନ ଓ ତା’ର ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ବ୍ୟାପକ ସହାୟତା କରିବ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ (ବିଜ୍‌ନେସ୍‌)ର ସିଇଓ ରାହୁଲ ଶର୍ମା କହିଛନ୍ତି, ଆମେ ଲୋକଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇଥାଉ। ଏପରିକି ଆମର ପରିଚାଳନା କ୍ଷେତ୍ରରେ ଉନ୍ନତ ସୁରକ୍ଷା ବୈଷୟିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିଥାଏ। ଆମେ ଏହାକୁ ଆଚରଣଗତ ପଦକ୍ଷେପ ଦ୍ୱାରା ହାସଲ କରିପାରିବା ବୋଲି ସେ ମତପ୍ରକାଶ କରିଛନ୍ତି। ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ଠାରେ ଉକ୍ତ କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିଲା, ଯେଉଁଥିରେ କମ୍ପାନୀ କର୍ମଚାରୀଙ୍କ ସୁରକ୍ଷା ଅଭ୍ୟାସ ପ୍ରଦର୍ଶନ ଓ ସ୍ଥାନୀୟ ଗୋଷ୍ଠୀକୁ ସଚେତନ କରାଇବା ଆଦି ଉକ୍ତ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା। ନିକଟରେ ଝାରସୁଗୁଡ଼ାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବର ମିଳିତ ସହଯୋଗରେ ଜାତୀୟ ଭିତ୍ତିଭୂମି ଅଭିବୃଦ୍ଧି ପାଇଁ ଅଗ୍ନି ନିରାପତ୍ତା ସଚେତନତା ଉପରେ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିଭଳି ଛତିଶଗଡ଼ଠାରେ ଥିବା କୋର୍‌ବା ସ୍ଥିତ ଆଲୁମିନିୟମ ଉପତ୍ାଦକ ବାଲ୍‌କୋ ପରିସରରେ ୫୦୦ରୁ ଅଧିକ କର୍ମଚାରୀଙ୍କୁ ଅଗ୍ନି ନିର୍ବାପନ ତାଲିମ ପ୍ରଦାନ କରାଯାଇଥିଲା। କାରଖାନାର ବିଭିନ୍ନ ସ୍ଥାନରେ ମକ୍‌ ଡ୍ରିଲ୍‌ ମଧ୍ୟ କରାଯାଇଥିଲା। ସେହିପରି ବିପଦ ସମୟରେ ଲୋକମାନଙ୍କୁ କିଭଳି ଉଦ୍ଧାର କରିବା ସେ ସମ୍ପର୍କିତ କଳାକୌଶଳ, ଆତ୍ମରକ୍ଷା ଉପାୟ ଓ ଅଗ୍ନି ପ୍ରତିକାର ସମ୍ବନ୍ଧରେ ମଧ୍ୟ ବିଭିନ୍ନ ପ୍ରଦର୍ଶନ କରାଯାଇଥିଲା। ବିଶେଷକରି ବାଲ୍‌କୋର ଅଗ୍ନି ଓ ଉଦ୍ଧାରକାରୀ ଦଳ ଏହି ଅଧିବେଶନ ପରିଚାଳନା କରିଥିଲେ। କମ୍ପାନୀର କଳାହାଣ୍ଡି ସ୍ଥିତ ଆଲୁମିନା ରିଫାଇନେରି ୟୁନିଟ୍‌ ଲାଞ୍ଜିଗଡ଼ଠାରେ ମଧ୍ୟ ୟୁନିଟ୍‌ର କର୍ମଚାରୀମାନେ ଏକ ସୁସ୍ଥତା ସଚେତନତା ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ହୃଦ୍‌ରୋଗ, ରକ୍ତଚାପ ଓ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?