ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୭।୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡିଶା ୟୁନିଟ ଝାରସୁଗୁଡାଠାରେ ଏକ ସ୍ବାସ୍ଥ୍ୟ ସଚେତନତା ଅଧିବେଶନର ଆୟୋଜନ କରାଯାଇଥିଲା। ବିଶେଷ କରି ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ମାତୃ ସ୍ବାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ନବଜାତକ ଯତ୍ନ ଉପରେ ଏକ ଦିନିକିଆ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏପରିକି ସ୍ଥାନୀୟ ବ୍ରୁନ୍ଦାମାଳ ଗ୍ରାମରେ ଥିବା ବେଦାନ୍ତର ଆଧୁନିକ ଅଙ୍ଗନଓ୍ବାଡି ନନ୍ଦଘରଠାରେ ଉକ୍ତ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ (ଝାରସୁଗୁଡ଼ା) ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଗ୍ରାମୀଣ ଗୋଷ୍ଠୀମାନଙ୍କରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କମ୍ପାନୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ଏପରିକି ଆମର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି କମ୍ପାନୀ ଓଡ଼ିଶାରେ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବଧୀୟ ପଦକ୍ଷେପ ଆରମ୍ଭ କରିଛୁ। ବିଶେଷ କରି ଅଣ ସଂରକ୍ଷିତ ଅଞ୍ଚଳରେ ବେଦାନ୍ତର ସାମାଜିକ ପ୍ରଭାବ ଓ ପ୍ରୟାସ ଜରିଆରେ ମହିଳା ଏବଂ ଶିଶୁ ସ୍ବାସ୍ଥ୍ୟକୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ସେହିଭଳି ମହିଳା ଏବଂ ଶିଶୁ ବିକାଶର ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ କେନ୍ଦ୍ର ଭାବେ ଉଭା ହୋଇଥିବା କମ୍ପାନୀର ନନ୍ଦଘର ଉକ୍ତ ପ୍ରୟାସର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ମେଡିକାଲ୍‌ ଚେକ୍‌ ଅପ୍‌ ସହିତ ମା ଏବଂ ନବଜାତ ଶିଶୁମାନଙ୍କ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ ସହାୟତା ସେମାନଙ୍କର ସୁସ୍ଥତାକୁ ନିଶ୍ଚିତ କରାଇଥାଏ।
ବେଦାନ୍ତର ନନ୍ଦଘର ଜରିଆରେ ଆଶାୟୀ ତଥା ନୂତନ ମାତୃତ୍ୱ ଲାଭ କରିଥିବା ମା ମାନଙ୍କ ପାଇଁ ନିୟମିତ ସୂଚନାପୂର୍ଣ୍ଣ ଅଧିବେଶନ ତଥା ସ୍ବାସ୍ଥ୍ୟ ଶିବିର କମ୍ପାନୀର ଝାରସୁଗୁଡା କାର୍ଯ୍ୟ କ୍ଷେତ୍ର ଅଞ୍ଚଳରେ ଆୟୋଜନ କରାଯାଇଥାଏ। ଏପରିକି ୨୦୨୨-୨୩ ଆର୍ଥତ୍କ ବର୍ଷରେ ୩୦,୦୦୦ ରୁ ଅଧିକ ମହିଳାଙ୍କ ନିକଟରେ ଉକ୍ତ ସେବା ଓ ସୁବିଧା ପହଞ୍ଚତ୍ଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?