ଉତ୍ପାଦ ବର୍ଗର ବିସ୍ତାରକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ଗୃହୋପକରଣ ନିର୍ମାତା କମ୍ପାନୀ ସୋମାନି ସେରାମିକ୍ସ ଲିମିଟେଡ ପକ୍ଷରୁ ନିକଟରେ ଏକ ରାଜ୍ୟସ୍ତରୀୟ ଡିଲର ମିଟ୍‌ର ଆୟୋଜନ କରାଯାଇଥିଲା। ବିଶେଷକରି ପୁରୀ ଜଗନ୍ନାଥଧାମରେ ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ ସୋମାନି ଇଜି ଫିକ୍ସ ଡିଲର ମିଟ୍‌ ସମ୍ପର୍କରେ ଘୋଷଣା କରାଯାଇଥିଲା। ଅପରପକ୍ଷରେ ଏହି ଏକ୍ସକ୍ଲୁସିଭ ଡିଲର ମିଟ୍‌ର ଲକ୍ଷ୍ୟ ହେଉଛି, ଓଡ଼ିଶା ବଜାରରେ ବ୍ରାଣ୍ଡ୍‌ର ବିସ୍ତାର ଓ ସଫଳତାକୁ ପାଳନ କରିବା ଏବଂ ଉତ୍ପାଦକୁ ଏକ ନୂଆ ଶିଖରକୁ ନେବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ସହ ଆବଶ୍ୟକ ସହଯୋଗ ଓ ସହମତି ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଯାଇ ସେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଉଭୟ କମ୍ପାନୀ ଓ ଡିଲରମାନେ ସହମତି ପ୍ରକାଶ କରିଥିବା ଜଣାପଡିଛି।

ଏ ସମ୍ପର୍କରେ ସୋମାନି ସେରାମିକ୍ସ ଲିମିଟେଡର ଉପସଭାପତି (ସେଲ୍‌ସ ଆଣ୍ଡ ମାର୍କେଟିଂ) ସୁଜିତ ମହାନ୍ତି କହିଛନ୍ତି, ଆମର ସୋମାନି ଇଜି ଫିକ୍ସକୁ ଓଡ଼ିଶାର ସ୍ଥାନୀୟ ବଜାରରେ ଉପସ୍ଥାପନ କରି ଆମ ଗ୍ରାହକମାନଙ୍କ ଘର ସଜାଇବା ଆବଶ୍ୟକତା ପୂରଣ କରିପାରିଥିବାରୁ ଆମେ ବେଶ୍‌ ଆନନ୍ଦିତ, ଆମର ପ୍ରିମିୟମ ଗୁଣବତ୍ତା ଆଢେସିଭ ଶ୍ରେଣୀରେ ସର୍ବୋତମ ଓ ଚଟାଣ ପୃଷ୍ଠରେ ବିଭିନ୍ନ ଟାଇଲ ଯୋଡ଼େଇ ପାଇଁ ଏକ ଉତ୍କୃଷ୍ଟ ସମାଧାନ। ବିଶେଷକରି ଗ୍ରାହକ ଆଧାରିତ ସଂସ୍କୃତିକୁ ନେଇ ଉପତ୍ାଦ ବର୍ଗରେ କ୍ରମାଗତ ବିସ୍ତାର ସହ ନେଟୱର୍କକୁ ବୃଦ୍ଧି କରି ଟାଇଲ ସମାଧାନରେ ଅଗ୍ରଣୀ ହେବାକୁ ଆମେ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri