ଭୁବନେଶ୍ୱର,୬।୪: କ୍ରମାଗତ ୧୫ବର୍ଷ ଧରି ୧ ନମ୍ବର ତଥା ସର୍ବଭାରତୀୟସ୍ତରରେ ପ୍ରମୁଖ ଉପକରଣ ବ୍ରାଣ୍ଡ୍ ଭାବେ ହାୟର ବଜାରରେ ତା’ର ସ୍ଥିତି ସୁଦୃଢ଼ କରିଆସିଛି। ହେକ୍ଜା ଇନ୍ଭର୍ଟର ପ୍ରଯୁକ୍ତି ସହ ସୁପର ହେଭି ଡ୍ୟୁଟି ରେଞ୍ଜର ଉପତ୍ାଦ ବଜାରକୁ ଆଣିଛି। ଏହି ନୂତନ ରେଞ୍ଜ ୨୦ଗୁଣା ଦ୍ରୁତ କୁଲିଂ ଅଭିଜ୍ଞତା ପ୍ରଦାନ କରିବା ସହ ୬୫% ପର୍ଯ୍ୟନ୍ତ ଶକ୍ତି ସଞ୍ଚୟ କରିଥାଏ। ଏପରିକି ଗ୍ରାହକ ଅନୁପ୍ରାଣିତ ଉଦ୍ଭାବନକୁ କେନ୍ଦ୍ରକରି ବ୍ରାଣ୍ଡ୍ ତା’ର ସମସ୍ତ ଉପତ୍ାଦ ପ୍ରସ୍ତୁତ କରୁଛି। ଏଥିରେ ରଖାଯାଇଥିବା ହେକ୍ଜା ଇନ୍ଭର୍ଟର ପ୍ରଯୁକ୍ତି ସୁପରସୋନିକ କୁଲିଂ ଦକ୍ଷତା ଆଣିବାରେ ସକ୍ଷମ ହୋଇଥିବାବେଳେ ମାତ୍ର ୧୦ ସେକେଣ୍ଡରେ ଫ୍ରଷ୍ଟ ସେଲ୍ଫ କ୍ଲିନ୍ ଟେକ୍ନୋଲୋଜି ଓ ଇଣ୍ଟେଲି କନ୍ଭର୍ଟେବଲ ୭ଇନ ୧ଭଳି ଉନ୍ନତ ପ୍ରଯୁକ୍ତିକୁ ନେଇ ଏହା ଗଠିତ ହୋଇଛି। ଏ ନେଇ ହାୟର ଆପ୍ଲାଏନ୍ସ ଇଣ୍ଡିଆର ଅଧ୍ୟକ୍ଷ ଏନ୍.ଏସ୍. ସତୀଶ କହିଛନ୍ତି, ହାୟରରେ ଆମେ ଅଭିନବ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିଚାଳିତ ଉପତ୍ାଦକୁ ଡିଜାଇନ କରିଛୁ,ଯାହା ଆମ ଗ୍ରାହକଙ୍କ ଜୀବନକୁ ଅଧିକ ସ୍ମାର୍ଟ, ସୁବିଧାଜନକ ଓ ଆରାମଦାୟକ କରିଥାଏ। ବିଶେଷକରି ପ୍ରଚଣ୍ଡ ଗ୍ରୀଷ୍ମଋତୁ ଉପଯୋଗୀ ଏହି ଉପତ୍ାଦ ଅଧିକ ଆରାମ, ବିଶ୍ୱସନୀୟତା ଓ କାର୍ଯ୍ୟଦକ୍ଷ ସେବା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି। ଏପରିକି ଆମେ ସର୍ବଦା ଗ୍ରାହକଙ୍କ ଚାହିଦା ପୂରଣ ଲାଗି ସଜାଗ ରହିଛୁ ଓ ୨୦୨୪ରେ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଲକ୍ଷ୍ୟ ରଖିଛୁ। ସେହିଭଳି ବର୍ଷ ବର୍ଷ ଧରି ଗ୍ରାହକଙ୍କ ମନରେ ବିଶ୍ୱାସଭାଜନ ହୋଇଆସିଅଛି। ବିଶେଷକରି ବ୍ରାଣ୍ଡ୍ର ଅଭିନବ ଓ ନୂଆ ପରିସର କମ୍ପାନୀର ସ୍ଥିତିକୁ ମଜଭୁତ କରିବା ଓ ଭାରତରେ ଏୟାର କଣ୍ଡିସନ ବର୍ଗରେ ଅଭିବୃଦ୍ଧି ଘଟାଇବା ଲକ୍ଷ୍ୟ ରଖିଥିବା କଥା ସେ ବିସ୍ତୃତ ଭାବେ କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

