Posted inଖେଳ

ପିଲାଦିନୁ ମା’ବାପାଙ୍କୁ ହରାଇଥିଲେ, କ୍ରିକେଟ ହିଁ ପାଲଟିଥିଲା ବନ୍ଧୁ; ଆଇପିଏଲ୍‌ ନିଲାମି ପରେ ହେଲେ କୋଟିପତି…

ଶ୍ରୀନଗର,୨୪।୧୨: ଆଇପିଏଲ୍‌ ୨୦୨୩ ଲାଗି ଅନୁଷ୍ଠିତ ମିନି ଅକ୍ସନରେ ଜମ୍ମୁ-କଶ୍ମୀରର ବିବ୍ରାନ୍ତ ଶର୍ମାଙ୍କୁ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ଏହି ୨୩ ବର୍ଷୀୟ କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ ୨.୬ କୋଟି ଟଙ୍କାରେ କିଣାଯାଇଥିଲା। ତେବେ ବାମହାତୀ ଓପନର୍‌ ବିବ୍ରାନ୍ତ ଅକ୍ସନରେ ହିରୋ ପାଲଟିବା ପରଠାରୁ ଚର୍ଚ୍ଚାରେ ଥିବା ବେଳେ ତାଙ୍କ ଜୀବନକାହାଣୀ ଅନେକଙ୍କୁ ଭାବବିହ୍ବଳ କରୁଛି।

ପିଲାଦିନରୁ ମା’ବାପାଙ୍କୁ ହରାଇଥିଲେ ବିବ୍ରାନ୍ତ। ୨୦୦୫ରେ ମା’ଙ୍କ ମୃତ୍ୟୁ ହେବା ପରେ ଭାଇ ବିକ୍ରାନ୍ତ ଶର୍ମା(୧୦ ବର୍ଷ ବଡ) ତାଙ୍କର ଯତ୍ନ ନେଉଥିଲେ। ଘରର ଦାୟିତ୍ୱବୋଧ ଯୋଗୁ ସେ କ୍ରିକେଟରୁ ଦୂରେଇ ଯାଇଥିଲେ। ହେଲେ ଏହି ସମୟ ମଧ୍ୟରେ ସେ କ୍ରିକେଟ ପ୍ରେମରେ ପଡ଼ିଥିଲେ। ୬ ବର୍ଷ ବୟସରୁ ସେ ‘ବ୍ୟାଟ-ବଲ୍‌’ ସହ ବନ୍ଧୁତା ସ୍ଥାପନ କରିଥିଲେ। ୨୦୧୫ରେ ସେ ବାପାଙ୍କୁ ହରାଇଥିଲେ। ମାତ୍ର ଏହି କଠିନ ପରିସ୍ଥିତିରୁ ବାହାରି ସେ ଜମ୍ମୁ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ।

ବିବ୍ରାନ୍ତ ଭାଇ ବିକ୍ରାନ୍ତ ମଧ୍ୟ କ୍ରିକେଟରେ ରୁଚି ରଖିଥିଲେ। ବିବ୍ରାନ୍ତ ତାଙ୍କ ସହ ମଇଦାନକୁ ଯାଉଥିଲେ। ସେଠାରେ ସେ ତାଙ୍କୁ ବୋଲିଂ କରୁଥିଲେ। ଏକଦା କୋଚ୍‌ ରଣଧୀର(ରାଜନ୍‌ ସାର୍‌)ଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ସେ ଉଭୟଙ୍କୁ କ୍ରିକେଟର କୌଶଳ ଶିଖାଇଥିଲେ। ସେଠାରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଅବ୍‌ଦୁଲ ସମଦ ମଧ୍ୟ ଟ୍ରେନିଂ ନେବାକୁ ଆସୁଥିଲେ। ସେ ବିବ୍ରାନ୍ତଙ୍କ ଭିଡିଓ କରି ଦଳକୁ ଦେଖାଇଥିଲେ। ପରେ ବିବ୍ରାନ୍ତଙ୍କୁ ଡକାଯାଇଥିଲା ଏବଂ ନେଟ୍‌ବୋଲର୍‌ ଭାବେ ସାମିଲ କରାଯାଇଥିଲା। ସେଠାରେ ବିବ୍ରାନ୍ତ ଭଲ ପ୍ରଦର୍ଶନ କରିବା ପରେ ଚଳିତ ନିଲାମରେ ସେ ଦଳରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଥିଲା। ଶେଷରେ ତାହା ହିଁ ହୋଇଛି। କୋଲକାତା ଏବଂ ହାଇଦ୍ରାବାଦ ଟିମ୍‌ ତାଙ୍କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଶେଷରେ ହାଇଦ୍ରାବାଦ ଟିମ୍‌ ତାଙ୍କୁ ମୋଟା ଅଙ୍କର ଦାମ୍‌ ଦେଇ କିଣି ନେଇଥିଲା। ତେବେ ଏସବୁ ବିବ୍ରାନ୍ତଙ୍କ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଛି ବୋଲି ବିକ୍ରାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri