ପଞ୍ଚଭୂତରେ ବିଲୀନ ହେଲେ କମଳା ପୂଜାରୀ

ଜୟପୁର,୨୧।୭: ବିଶିଷ୍ଟ ଜୈବିକ କୃଷିବିତ୍‌ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ପାତ୍ରପୁର ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହୋଇଛି। ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ଜିଲାପାଳ, ଏସ୍‌ପି ସେଠାରେ ଉପସ୍ଥିତ ଥିଲେ।
ଶନିବାର କମଳା ପୂଜାରୀ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଜାତୀୟ ପତାକାରେ ତାଙ୍କ ମରଶରୀରକୁ ଆଚ୍ଛାଦିତ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଏସ୍‌ସିବି ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମରଶରୀରକୁ କୋରାପୁଟ ପଠାଯାଇଥିଲା।
କମଳା ପୂଜାରୀ ନାରୀ ସଶକ୍ତୀକରଣରେ ପ୍ରମୁଖ ଭୂମିକା ବହନ କରିଥିଲେ। ଦେଶୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲାର ଏକମାତ୍ର ଆଦିବାସୀ ମହିଳା ଭାବେ ସେ ସମଗ୍ର ଦେଶରେ ପରିଚିତ ଥିଲେ। ଓଡ଼ିଶାରେ ରହିଥିବା ପାରମ୍ପରିକ ଧାନ କିସମ ସଂରକ୍ଷଣ କ୍ଷେତ୍ରରେ ଲୋପ ପାଇଯାଉଥିବା ଦେଶୀ ଧାନକୁ ସଂଗ୍ରହ ଓ ସଂରକ୍ଷଣ କରି କମଳା କୋରାପୁଟ ଜିଲା, ରାଜ୍ୟ ଓ ଦେଶକୁ ବିଶ୍ୱ ଦରବାରରେ ପରିଚିତ କରିଥିଲେ। ସେ ୧୪୦ ପ୍ରକାର ଲୋପ ପାଇଯାଇଥିବା ଅତି ଦୁର୍ଲଭ କିସମର ଦେଶୀ ଧାନ ସଂଗ୍ରହ କରିପାରିଥିଲେ। ପାରମ୍ପରିକ ରୀତିରେ ବିନା ସରକାରୀ ସହୟତାରେ କେବଳ ଗୋବର ଖତ ବ୍ୟବହାର କରି ସେ କଳାଜିରା, ହଳଦୀଗଣ୍ଠି, ଝିଲ୍ଲୀ, ଲଦିଆରି, ଉମୁରିଆଚୁଡି, ଲଲାଟ, ଘଣ୍ଟିଆ, ବରପକ, ସପୁରୀ, ଗଠିଆ, ପାରା, ମୋରା ଆଦି ଦେଶୀ ଧାନ ସଂରକ୍ଷଣ କରିଛନ୍ତି ା ଏହି ବିହନ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ବିଭିନ୍ନ ସମୟରେ ଆଖପାଖ ଅଞ୍ଚଳ ମହୁଲି, ବାଲିଗୁଡା, ବାଲିଆ, କୁମ୍ଭାରପଡା ସହ ଅନେକ ଗ୍ରାମର ଗ୍ରାମବାସୀଙ୍କୁ ଏକାଠି କରି ସେ ପାରମ୍ପରିକ କୃଷି ପଦ୍ଧତିରେ ଚାଷ କରିବାକୁ ସଚେତନ କରୁଥିଲେ। ପ୍ରେରଣା ଦେଉଥିଲେ। କମଳାଙ୍କ ଏହି ମହତ କାର୍ଯ୍ୟରେ ସହଯୋଗ ପାଇଁ ଜୟପୁରସ୍ଥିତ ଏମଏସ୍‌ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେଶନ ପ୍ରଥମେ ସହାୟତାରେ ହାତ ବଢାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri