ମୋବାଇଲରେ ଯାଞ୍ଚ୍‌ କରାଯିବ ଜରୁରୀକାଳୀନ ଆଲର୍ଟ ସିଷ୍ଟମ: ବ୍ରିଟେନ ଲୋକେ କଲେ ବିରୋଧ…

ଲଣ୍ଡନ,୨୩।୪ : କୋଟି କୋଟି ମୋବାଇଲରେ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ବ୍ରିଟେନରେ ରବିବାର ଅପରାହ୍ନ ୩ଟାରେ ଯାଞ୍ଚ କରାଯିବ। ଏହି ସମୟରେ, ସମସ୍ତ ଫୋନରେ ଏକାସାଙ୍ଗରେ ଏକ ଆଲାର୍ମ ବାଜିବ। ସମାନ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ଜାପାନ, କାନାଡା, ନେଦରଲାଣ୍ଡ ଏବଂ ଆମେରିକାରେ ମଧ୍ୟ ଅଛି। ଏହି ଜରୁରୀକାଳୀନ ଆଲର୍ଟ ସିଷ୍ଟମର ଉଦ୍ଦେଶ୍ୟ ହେଉଛି ଯଦି କୌଣସି ବିପଦ ଉପୁଜେ, ଲୋକଙ୍କୁ ଏହି ଆଲାର୍ମ ମାଧ୍ୟମରେ ସତର୍କ କରାଯିବ। ଯାହା ଦ୍ୱାରା ସେମାନେ ନିଜକୁ ରକ୍ଷା କରିପାରିବେ।

ଜରୁରୀକାଳୀନ ଆଲର୍ଟ ସିଷ୍ଟମର ପରୀକ୍ଷା ପାଇଁ ଲୋକଙ୍କୁ ପଠାଯାଇଥିବା ବାର୍ତ୍ତାରେ କୁହାଯାଇଛି ଯେ ଏହା ଏକ ଜରୁରୀକାଳୀନ ଆଲର୍ଟ ପରୀକ୍ଷା। ବ୍ରିଟେନ ସରକାରଙ୍କ ଏହି ନୂତନ ସେବା ମାଧ୍ୟମରେ ଲୋକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ସୂଚନା ଦିଆଯିବ ଯାହା ଫଳରେ ଜୀବନ ଓ ସମ୍ପତ୍ତି ନଷ୍ଟ ହେବ ନାହିଁ। ବନ୍ୟା, ଅଗ୍ନିକାଣ୍ଡ ଇତ୍ୟାଦି ସମସ୍ୟା ସମୟରେ ଏହି ଆଲର୍ଟ ସିଷ୍ଟମ ବହୁତ ସାହାଯ୍ୟ କରିବ ।

ବ୍ରିଟେନ ସରକାରଙ୍କ ଏହି ପରୀକ୍ଷା ସମୟରେ ଫୋନ ସାଇଲେଣ୍ଟ ରହିଲେ ବି ଆଲାର୍ମ ବାଜିବ। ଏହି ସମୟରେ ବ୍ରିଟେନରେ ଚାଲିଥିବା କ୍ରୀଡା ଇଭେଣ୍ଟ ମଧ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହେବ। ବିଶ୍ୱ ସ୍ନୁକର ଚାମ୍ପିୟନଶିପ ମଧ୍ୟ ସତର୍କ ସମୟରେ କିଛି ସମୟ ପାଇଁ ବନ୍ଦ ରଖାଯିବ। ଅନ୍ୟପକ୍ଷରେ, ଯେଉଁମାନେ ଜରୁରୀକାଳୀନ ଆଲାର୍ମ ନିଜ ଫୋନରେ ବଜାଇବାକୁ ଚାହୁଁନାହାଁନ୍ତି, ସେମାନଙ୍କୁ ରବିବାର ଅପରାହ୍ନ ୩ ଟାରେ ଫୋନ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି।

ଏଥି ସହିତ ଏହି ଜରୁରୀକାଳୀନ ଆଲର୍ଟ ସିଷ୍ଟମକୁ ବିରୋଧ ମଧ୍ୟ ଆରମ୍ଭ ହୋଇଛି। କଞ୍ଜରଭେଟିବ ଦଳର ଅନେକ ନେତା ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଫୋନ ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। କିଛି ଲୋକ ଜରୁରୀକାଳୀନ ଆଲର୍ଟ ସିଷ୍ଟମକୁ ନୈନି ଷ୍ଟେଟ ବୋଲି କହୁଛନ୍ତି, ଯେଉଁଠାରେ ସାଧାରଣ ଲୋକଙ୍କ ପାଇଁ ସରକାର ଆବଶ୍ୟକତାଠାରୁ ଅଧିକ ଚିନ୍ତା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri