Posted inଜାତୀୟ

ଅରୁଣାଚଳରେ ପ୍ରଥମ ଥର ଦେଖାଦେଲା ପଲାସ ବିରାଡ଼ି

ନୂଆଦିଲ୍ଲୀ,୯।୯: ଅରୁଣାଚଳ ପ୍ରଦେଶର ଆକାଷଚୁମ୍ବି ଜଙ୍ଗଲରେ ଏକ ଐତିହାସିକ ବନ୍ୟପ୍ରାଣୀ ସର୍ଭେ ମାଧ୍ୟମରେ ଦୁର୍ଲଭ ପାଲାସ ବିରାଡ଼ିର ପ୍ରଥମ ଫଟୋଗ୍ରାଫିକ ପ୍ରମାଣ ମିଳିଛି। WWF-ଇଣ୍ଡିଆ ଦ୍ୱାରା ରାଜ୍ୟ ବନ ବିଭାଗ ଓ ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ କରାଯାଇଥିବା ଏହି ସର୍ଭେରେ ୪,୨୦୦ ମିଟର ଉଚ୍ଚତାରେ ସ୍ନୋ ଲିଓପାର୍ଡ, କମନ ଲିଓପାର୍ଡ, କ୍ଲାଉଡେଡ ଲିଓପାର୍ଡ, ଲିଓପାର୍ଡ କ୍ୟାଟ ଓ ମାର୍ବଲଡ କ୍ୟାଟ ମଧ୍ୟ ରେକର୍ଡ ହୋଇଛି।

୨,୦୦୦ ବର୍ଗ କି.ମି. ଅଞ୍ଚଳରେ ୧୩୬ଟି କ୍ୟାମେରା ଟ୍ରାପ ସ୍ଥାପନ କରାଯାଇ ଆଠ ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ସର୍ଭେ କମନ ଲେପାର୍ଡ (୪,୬୦୦ ମି.), କ୍ଲାଉଡେଡ ଲେପାର୍ଡ (୪,୬୫୦ ମି.), ମାର୍ବଲଡ କ୍ୟାଟ (୪,୩୨୬ ମି.), ହିମାଲୟନ ଉଡ୍ ଆଉଲ (୪,୧୯୪ ମି.) ଓ ଗ୍ରେ-ହେଡେଡ ଫ୍ଲାଇଂ ସ୍କ୍ୱାରେଲ (୪,୫୦୬ ମି.)ର ଭାରତରେ ସର୍ବାଧିକ ଉଚ୍ଚତା ରେକର୍ଡ କରିଛି। ପଲାସ ବିରାଡ଼ିର ଉପସ୍ଥିତି ପୂର୍ବରୁ ସିକ୍କିମ, ଭୁଟାନ ଓ ପୂର୍ବ ନେପାଳରେ ମିଳିଥିବା ରେକର୍ଡକୁ ଆହୁରି ସମ୍ପ୍ରସାରିତ କରିଛି।

“ଏହା ପୂର୍ବ ହିମାଲୟରେ ବନ୍ୟପ୍ରାଣୀ ଗବେଷଣାରେ ଏକ ମାଇଲଖୁଣ୍ଟ,” ବୋଲି ରାଜ୍ୟର ପ୍ରିନ୍ସିପାଲ ଚିଫ କନଜରଭେଟର ଅଫ ଫରେଷ୍ଟ ନ୍ୟିଲୟାଙ୍ଗ ତାମ କହିଛନ୍ତି। WWF-ଇଣ୍ଡିଆର ହିମାଲୟ ପ୍ରୋଗ୍ରାମ ମୁଖ୍ୟ ରିଷି କୁମାର ଶର୍ମା କହିଛନ୍ତି, “ଏହି ଆବିଷ୍କାର ହିମାଲୟର ଜୀବଜଗତ ବିଷୟରେ ଆମର ଅଜ୍ଞତାକୁ ସୂଚାଇଛି। ସ୍ଥାନୀୟ ଜ୍ଞାନ ଓ ବୈଜ୍ଞାନିକ ଗବେଷଣା ଆଧାରିତ ସଂରକ୍ଷଣ ଏହି ଅଞ୍ଚଳର ସମୃଦ୍ଧି ରକ୍ଷା ପାଇଁ ଅପରିହାର୍ଯ୍ୟ।”


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA: ଏହି ୯ଟି ଦେଶର ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦ା୩: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri