ମେଲୋନିଙ୍କ ଉପରେ ରୋମ ବିଚାରିପତିଙ୍କ ନିଷ୍ପତ୍ତିକୁ ନେଇ ଏଲନ ମସ୍କଙ୍କ ବିବୃତ୍ତି, ରାଗିଗଲେ ରାଷ୍ଟ୍ରପତି, କହିଲେ…

ଓ୍ବାଶିଂଟନ,୧୪ା୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ପରେ ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ କରିଛନ୍ତି। ଏହି ସମୟରେ ମସ୍କ ଜର୍ଜିଆ ମେଲୋନି ବିଷୟରେ ଏକ ବିବୃତ୍ତି ଦେଇଛନ୍ତି, ଯାହା ଚର୍ଚ୍ଚାରେ ରହିଛି। ଟେସ୍‌ଲା ସିଇଓ ତଥା ଟ୍ରମ୍ପ ସମର୍ଥକ ମସ୍କ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆଙ୍କ ଉପରେ ରୋମ ବିଚାରପତିଙ୍କ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି। ପ୍ରକୃତରେ ବିଚାରପତିଙ୍କ ଏହି ନିଷ୍ପତ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ନୀତି ବନ୍ଦ କରିଦେଇଛି। ମସ୍କଙ୍କ ଏହି ସମାଲୋଚନା ଇଟାଲୀରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏହି ସମୟରେ ଇଟାଲୀ ରାଷ୍ଟ୍ରପତି ସର୍ଜିଓ ମୋଟରେଲା ମସ୍କଙ୍କୁ ଇଟାଲୀ ରାଜନୀତିରେ ହସ୍ତକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାସ୍ତବରେ ଇଟାଲୀର ପ୍ରଧାନମନ୍ତ୍ରୀ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବହିଷ୍କାର କରିବା ଏବଂ ସେମାନଙ୍କୁ ଦକ୍ଷିଣ ପୂର୍ବ ୟୁରୋପରେ ଆଲବାନିଆର ଏକ ନୂଆ କେନ୍ଦ୍ରକୁ ପଠାଇବା ପାଇଁ ନୀତି ପ୍ରସ୍ତୁତ କରିଥିଲେ। ଯାହାକୁ ରୋମର ବିଚାରପତିମାନେ ନିଷିଦ୍ଧ କରିଥିଲେ। ଏହା ଉପରେ ମସ୍କ କହିଛନ୍ତି, ବିଚାରପତିମାନେ ମେଲୋନିଙ୍କ ନୀତିକୁ ବିରୋଧ କରିବା ଉଚିତ ନୁହେଁ। ଯେଉଁ ବିଚାରପତିମାନେ ପ୍ରବାସୀଙ୍କ ବିରୋଧରେ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ବନ୍ଦ କରନ୍ତି, ସେମାନଙ୍କୁ ବାଟ ଦେଖାଇବା ଉଚିତ। ଜର୍ଜିଆର ପ୍ରଧାନମନ୍ତ୍ରୀ ଆଲବାନିଆର ଶିବିରରେ ୩୦ ହଜାର ବେଆଇନ ପ୍ରବାସୀଙ୍କୁ ରଖିବା ପାଇଁ ଯୋଜନା କରିଥିଲେ।

ଇଟାଲୀର ବିଚାରପତିଙ୍କ ବିରୋଧରେ ଟେସଲା ସିଇଓଙ୍କ ବିବୃତ୍ତି ପରେ ଇଟାଲୀର ରାଷ୍ଟ୍ରପତି ସର୍ଜିଓ ରାଜନୀତିରେ ହସ୍ତକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଇଟାଲୀ ଏକ ଗଣତାନ୍ତ୍ରିକ ଦେଶ ଏବଂ ସେ କିପରି ନିଜର ଯତ୍ନ ନେବେ ଜାଣନ୍ତି। ମସ୍କ ଇଟାଲୀ ରାଜନୀତିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri