ନୂଆଦିଲ୍ଲୀ: ଟେସ୍ଲା ଇଙ୍କ୍ ଏବଂ ସ୍ପେଶ୍ ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କୁ ଟପି ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତିର ସ୍ଥାନ ହାସଲ କରିଛନ୍ତି। ଗୁରୁବାର ଟେସ୍ଲାର ଶେୟାର ୪.୮% ବଢ଼ିବାରୁ ମସ୍କ ବେଜୋସ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ବ୍ଲୁମ୍ବର୍ଗ ପକ୍ଷରୁ ବିଶ୍ୱର ୫୦୦ ଧନଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଏଲନ୍ ମସ୍କ ଏବେ ପ୍ରଥମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଜନ୍ମିତ ଏହି ଇଞ୍ଜିନିୟରଙ୍କ ମୋଟ ସମ୍ପତ୍ତି ୧୮୮.୫ ବିଲିୟନ ଡଲାରକୁ ବଢ଼ିଛି। ଏହା ବେଜୋସ୍ଙ୍କ ସମ୍ପତ୍ତିଠାରୁ ୧.୫ ବିଲିୟନ ଅଧିକ। ୨୦୧୭ ପରଠାରୁ ଆମାଜନ ପ୍ରତିଷ୍ଠାତା ଏହି ସ୍ଥାନରେ ରହି ଆସୁଥିଲେ। ଗତ ଗୋଟିଏ ବର୍ଷରେ ମସ୍କଙ୍କର ସମ୍ପତ୍ତି ଦ୍ରୁତ ଭାବେ ବଢ଼ିଛି। ସେ ଏହି ଅବଧିରେ ୧୫୦ ବିଲିୟନ ଡଲାର ସମ୍ପତ୍ତି ଯୋଡ଼ି ପାରିଛନ୍ତି। ଦ୍ରୁତ ଭାବେ ସମ୍ପତ୍ତି ଯୋଡ଼ିବାରେ ଏହା ଇତିହାସରେ ପ୍ରଥମ। ଗତ ଗୋଟିଏ ବର୍ଷରେ ଟେସ୍ଲା ଶେୟାର ୭୪୩% ବଢ଼ିଛି। ୪୯ ବର୍ଷୀୟ ମସ୍କ କହିଛନ୍ତି, ମଙ୍ଗଳରେ ସ୍ଥାପନ ହେବାକୁ ଥିବା ସହର ଗଢ଼ିବାରେ ଯଥାସମ୍ଭବ ସମ୍ପତ୍ତି ଦାନ କରିପାରିବେ। ସୂଚନାଯୋଗ୍ୟ, ଏଲନ୍ ମସ୍କଙ୍କ କମ୍ପାନୀ ଟେସ୍ଲା ଇଲେକ୍ଟ୍ରିକ କାର୍ ପ୍ରସ୍ତୁତ କରୁଥିବା ବେଳେ ସ୍ପେଶ୍ ଏକ୍ସ ଏକ ଘରୋଇ କମ୍ପାନୀ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ସକ୍ରିୟ ରହିଛି।

ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦାମ୍ ୧୫ ଟଙ୍କା ବଢ଼ିବା ଆଶଙ୍କା, ୮ ବର୍ଷର ରେକର୍ଡ ଭାଙ୍ଗିଲା ଆଶୋଧିତ ତୈଳ…
ନୂଆଦିଲ୍ଲୀ, ୧୫।୨ : ସମ୍ପ୍ରତି ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି। ଏହାପରେ...

ରେନୋର ୩ଡି ପ୍ରଚାର ଅଭିଯାନ
ନୂଆଦିଲ୍ଲୀ,୧୭।୧୦: ଦେଶର ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ରେନୋ ଇଣ୍ଡିଆ ପକ୍ଷରୁ ୩ଡି ପ୍ରଚାର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହାର...

ଏଫସିଆର୍ଏ ନିୟମରେ ପରିବର୍ତ୍ତନ, ସମ୍ପର୍କୀୟ ବିଦେଶରୁ ପଠାଇ ପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…
ନୂଆଦିଲ୍ଲୀ, ୨।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଦେଶୀ ଅଂଶଦାନ ନିୟମାବଳୀ ଅଧିନିୟମ (ଏଫସିଆର୍ଏ) ସହ ଜଡିତ କେତେକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା...

ଲିଟର ପିଛା ୬୦ ପଇସା ଲେଖାଏ ବଢିଲା ପେଟ୍ରୋଲ, ଡିଜେଲ
ନୂଆଦିଲ୍ଲୀ,୮।୬: କୋଭିଡ୍-୧୯ ଯୋଗୁ ଘୋଷଣା ହୋଇଥିବା ଲକ୍ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ ପେଟ୍ରୋଲ ଡିଜେଲ ଚାହିଦାରେ ପରିବର୍ତ୍ତନ ଦେଖାଯାଇଛି। ଅନ୍ତର୍ଜାତୀୟ ବଜାରରେ ରବିବାର ବ୍ରେଣ୍ଟ...

ପ୍ରିମିୟମ୍ ପୈଠ କରି ନ ଥିଲେ ବୀମା ଦାବି କରି ହେବ ନାହିଁ…
ନୂଆଦିଲ୍ଲୀ,୧।୧୧: ନିର୍ଦ୍ଦିଷ୍ଟ ତାରିଖରେ ଇନସ୍ୟୁରାନ୍ସ୍ ପ୍ରିମିୟମ୍ ପୈଠ କରି ନ ଥିଲେ ବୀମା ଦାବି କରିହେବ ନାହିଁ। ଏଭଳି ଦାବୀକୁ ସ୍ବୀକାର କରାଯିବ ନାହିଁ ବୋଲି...

ଆହୁରି ମହଙ୍ଗା ହେଲା ସୁନା ଦର
ନୂଆଦିଲ୍ଲୀ,୨୪।୨: ଆହୁରି ମହଙ୍ଗା ହେଲା ସୁନା ଓ ରୂପା। ଭାରତରେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢିିଛି। ସେପଟେ ଏକ...

ବ୍ୟାଙ୍କଗୁଡ଼ିକୁ ମିଳିବ ୫୫,୨୫୦ କୋଟି ପୁଞ୍ଜି
ନୂଆଦିଲ୍ଲୀ,୩୧-୮: କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରାମନ୍ ଶୁକ୍ରବାର ୧୦ ବ୍ୟାଙ୍କ ମିଶ୍ରଣ ହେବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଋଣ ଅଭିବୃଦ୍ଧି ତଥା ନିୟମକୀୟ...

ବନ୍ଦ ହୋଇଯିବ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ
ନୂଆଦିଲ୍ଲୀ,୨୧-୭: ନୂଆ ଯୁଗର ପେମେଣ୍ଟ ବ୍ୟାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଭୋଡ଼ାଫୋନର ଏମ୍ ପୈସା ପରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ ବନ୍ଦ...