ବିଶ୍ୱର ଦ୍ୱିତୀୟ ଧନଶାଳୀ ହେଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ଏହି ସ୍ଥାନରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ରହିଥିଲେ। ଏଲନ୍‌ ମସ୍କ ତାଙ୍କୁ ଟପି ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ବ୍ଲୁମ୍‌ବର୍ଗ ପକ୍ଷରୁ ପ୍ରକାଶିତ ବିଶ୍ୱର ଧନୀଶାଳୀ ବ୍ୟକ୍ତିଙ୍କ ସୂଚୀ ମୁତାବକ ମସ୍କଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨୮ ବିଲିୟନ ଡଲାର (୯.୪୭ ଲକ୍ଷ କୋଟି ଟଙ୍କା) ରହିଛି। ଏହି ତାଲିକାର ପ୍ରଥମ ସ୍ଥାନରେ ଆମାଜନ ସିଇଓ ଜେଫ୍‌ ବେଜୋସ ରହିଛନ୍ତି। ବେଜୋସଙ୍କ ନିକଟରେ ୧୮୨ ବିଲିୟନ ଡଲାର(୧୩.୪୭ ଲକ୍ଷ କୋଟି ଟଙ୍କା) ରହିଥିବା ରିପୋର୍ଟରୁ ଜଣାପଡିଛି। ପ୍ରତିଦିନ ହେଉଥିବା ଆୟକୁ ବିଚାରକଲେ ମସ୍କ ସମସ୍ତଙ୍କୁ ଟପିଯାଇଛନ୍ତି। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୧୦୦ ବିଲିୟନ ଡଲାର ବୃଦ୍ଧି ଘଟିଛି। ୨୦୨୦ରେ ସେ ପ୍ରତିଦିନ ୨.୨୫ ହଜାର କୋଟି ସମ୍ପତ୍ତି ଯୋଡିଛନ୍ତି। ଟେସ୍‌ଲାର ଶେୟାର କାରବାର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନର ପରିଣାମ;ପାକିସ୍ତାନରେ ଟମାଟୋ କିଲୋ ୩୦୦ ଛୁଇଁଲା

ଇସ୍‌ଲାମାବାଦ୍‌,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରାଯିବା ପ୍ରତିବାଦରେ ଭାରତ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ପରିଣାମ ସ୍ବରୂପ ଏବେ ଭାରତରୁ...

ଆୟକର ବିଭାଗ ୬୪,୭୦୦ କୋଟି ରିଫଣ୍ଡ ଦେଲେ

ନୂଆଦିଲ୍ଲୀ,୨୫-୬: ଆୟକର ବିଭାଗ ଚଳିତ ଆର୍ଥିକ ବର୍ଷରେ ୬୪,୭୦୦ କୋଟି ଟଙ୍କା ରିଫଣ୍ଡ ପ୍ରଦାନ କରିଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୧.୬୧ ଲକ୍ଷ କୋଟି...

ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦

ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ...

ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ...

ନିଜର ଘର ସ୍ବପ୍ନ ହେବ ସତ୍ୟ: ଗ୍ରାହକଙ୍କ ପାଇଁ ଏସ୍‌ବିଆଇର ନୂଆ ଉପହାର; ହୋମ୍‌ଲୋନ୍‌ ସୁଧହାର ୧୦ ବେସିସ୍‌ ପଏଣ୍ଟ୍‌ କମିଲା

ନୂଆଦିଲ୍ଲୀ,୯।୯: ଏସ୍‌ବିଆଇ ଏହାର ଗ୍ରାହକଙ୍କ ପାଇଁ ନୂଆ ଉପହାର ନେଇ ଆସିଛି। ହୋମ୍‌ଲୋନ୍‌ ଉପରେ ଏସ୍‌ବିଆଇ ପକ୍ଷରୁ ସୁଧହାର ପୁଣି ୧୦ ବେସିସ୍‌ ପଏଣ୍ଟ୍‌ କମ୍‌...

ଅର୍ଥ ବ୍ୟବସ୍ଥାର ପ୍ରକୃତ ସ୍ଥିତି ମାପିବେ ସରକାର

ନୂଆଦିଲ୍ଲୀ,୨୦-୧: ଦେଶ ମଧ୍ୟରେ ଡାଟାର ଗୁଣବତ୍ତା ନ ଥିବା ଯୋଗୁ ସରକାରଙ୍କୁ ଅନେକେ ସମାଲୋଚନା କରିଥାନ୍ତି। ସେହିଭଳି ଡାଟା ହେରଫେରର ଅଭିଯୋଗ ସରକାରଙ୍କ ବିରୋଧରେ ଆସିଛି।...

ଏମ୍‌ଏସ୍‌ଏମ୍‌ଇଙ୍କୁ ୭୯ହଜାର କୋଟି ଟଙ୍କା ଋଣ ପ୍ରଦାନ

ନୂଆଦିଲ୍ଲୀ,୨୪।୬: ଚଳିତ ମାସ ୨୦ ସୁଦ୍ଧା ଦେଶର ବ୍ୟାଙ୍କଗୁଡିକ ୧୯ ଲକ୍ଷ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଙ୍କୁ ପ୍ରାୟ ୭୯ହଜାର କୋଟି ଟଙ୍କାର ଋଣ...

ବଜାରକୁ ଆସିଲା ଭିଭୋର ସବୁଠାରୁ ପତଳା ୫ଜି ସ୍ମାର୍ଟଫୋନ୍‌ ଭି-୨୦ ପ୍ରୋ: ମୂଲ୍ୟ ରହିଛି…

ନୂଆଦିଲ୍ଲୀ,୨।୧୨: ଗ୍ଲୋବାଲ ସ୍ମାର୍ଟଫୋନ କମ୍ପାନୀ ଭିଭୋ ପକ୍ଷରୁ ସବୁଠାରୁ ପତଳା ୫ଜି ଫୋନ୍‌ ଭି-୨୦ ପ୍ରୋ ଲଞ୍ଚ କରାଯାଇଛି। ଭାରତରେ ଏହାର ମୂଲ୍ୟ ୨୯,୯୯୦ ଟଙ୍କା...

Advertisement
Archives

Model This Week