Posted inଖେଳ

ଏଆଇଏଫ୍‌ଏଫ୍‌କୁ ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ ମେମ୍ବରଶିପ୍‌ ଦେଲା ଏଏଫ୍‌ସି

ନୂଆଦିଲ୍ଲୀ,୪।୭(ପି.ଟି.): ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଏଏଫ୍‌ସି ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ମେମ୍ବରଶିପ୍‌ ମର୍ଯ୍ୟାଦା ପ୍ରଦାନ କରିଛି। ଏ ନେଇ ଏଆଇଏଫ୍‌ଏଫ୍‌ ଆବେଦନ କରିଥିଲା। ଏହାକୁ ଗ୍ରହଣ କରାଯାଇଛି ବୋଲି ଏଏଫ୍‌ସି ସାଧାରଣ ସମ୍ପାଦକ ଡାଟୋ ଓ୍ବିଣ୍ଡସର ଜନ୍‌ ସୂଚନା ଦେଇଛନ୍ତି। ଏଆଇଏଫ୍‌ଏଫ୍‌କୁ ଏହି ମେମ୍ବରଶିପ୍‌ ପ୍ରଦାନ କରି ଆମେ ବହୁତ ଖୁସି ବୋଲି ଏଏଫ୍‌ସି ତରଫରୁ କୁହାଯାଇଛି। ଏଥି ସହିତ ରିଲାଏନ୍ସ ଫାଉଣ୍ଡେଶନ ୟଙ୍ଗ ଚାମ୍ପ୍ସ ଏକାଡେମୀ (ଆରଏଫ୍‌ଓ୍ବାଇସି) ଓ ଜେଏସ୍‌ଡବ୍ଲ୍ୟୁ ବେଙ୍ଗାଲୁରୁ ଏଫ୍‌ସି (ଜେଏସ୍‌ଡବ୍ଲ୍ୟୁ ବିଏଫ୍‌ସି) ଏକାଡେମୀକୁ ମଧ୍ୟ ଟୁ ଷ୍ଟାର ଏକାଡେମୀ ଷ୍ଟାଟସ୍‌ ପ୍ରଦାନ କରାଯିବ ବୋଲି ଏଏଫ୍‌ସି ଏକ ଚିଠିରେ ଉଲ୍ଲେଖକରି ସୂଚନା ଦେଇଛି।
ସବୁ ମେମ୍ବର ଆସୋସିଏଶନର ଯୁବ ଫୁଟବଲ ଭିତ୍ତିଭୂମିର ମୂଲ୍ୟାଙ୍କନ ନିର୍ଦ୍ଧାରଣ ନେଇ ଏଏଫ୍‌ସି ଏଲିଟ୍‌ ୟୁଥ୍‌ ସ୍କିମ୍‌ ବେଶ୍‌ କାମରେ ଆସିବ। ଭାରତରେ ଫୁଟବଲରଙ୍କ କ୍ୱାଲିଟି ଓ ୟୁଥ୍‌ ଲିଗ୍‌ ଷ୍ଟ୍ରକ୍‌ଚରର ଉନ୍ନତି ନେଇ ଏଆଇଏଫ୍‌ଏଫ୍‌ କାର୍ଯ୍ୟକରୁଛି ଓ ଏଥିପାଇଁ ଏଆଇଏଫ୍‌ଏଫ୍‌ ସବୁ ମାନଦଣ୍ଡ ପୂରା କରୁଛି। ସବୁ ମେମ୍ବର ଆସୋସିଏଶନଗୁଡିକର ଆବେଦନକୁ ଏଏଫ୍‌ସି ୟୁଥ୍‌ ପୃ୍ୟାନେଲ ବିଭିନ୍ନ ଦୃଷ୍ଟିକୋରରୁ ମୂଲ୍ୟାଙ୍କନ କରିଛି। ଏଥିରେ ଲିଡରସିପ୍‌, ପ୍ଲାନିଂ, ନିଯୁକ୍ତି, ଅର୍ଥ, ସୁବିଧାସୁଯୋଗ, ଦଳ, କୋଚିଂ, ପ୍ଲେଇଙ୍ଗ୍‌, ଖେଳାଳିଙ୍କ ପ୍ରଦର୍ଶନ, ସ୍ବାସ୍ଥ୍ୟ, ଫିଟ୍‌ନେସ୍‌, ସାଇକୋଲୋଜି, ଓ୍ବେଲଫେୟାର, ଏଡୁକେଶନ, କୋଲାବୋରେଶନ, ଆସେସମେଣ୍ଟ, ନିୟମ ଓ ଫଳାଫଳ ସାମିଲ ରହିଛି। ଫୁଲ୍‌ ମେମ୍ବରଶିପ୍‌ ପାଇଁ ମେମ୍ବର ଆସୋସିଏଶନଗୁଡିକ ପ୍ରଥମ ୧୧ଟି ମାନଦଣ୍ଡ ପୂରଣ କରିବା ନିହାତି ଆବଶ୍ୟକ। ତେବେ ଯେଉଁ ମେମ୍ବର ୧୦ଟି ମାନଦଣ୍ଡ ପୂରଣ କରିବ ସେଗୁଡିକୁ ପ୍ରୋଭିଜ୍‌ନାଲ ମ୍ବେମ୍ବରଶିପ୍‌ ପ୍ରଦାନ କରାଯିବ। ଫୁଟବଲର ଉନ୍ନତି ପାଇଁ ଦେଶରେ ଅଧିକ ଉଚ୍ଚକୋଟୀର ଏକାଡେମୀ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଏକ୍ଷେତ୍ରରେ ଆରଏଫ୍‌ୟାଇସି ଏକାଡେମୀ ଓ ଜେଏସ୍‌ଡବ୍ଲ୍ୟୁ ବିଏଫ୍‌ସି ଉଦାହରଣ ସୃଷ୍ଟି କରିଛି ବୋଲି ଭାରତୀୟ ଫୁଟବଲ ଟେକ୍‌ନିକାଲ ଡାଇରେକ୍ଟର ଆଇଜାକ ଡୋରୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri