ଇଲିଶି ସାତସପନ

ପାରାଦୀପ, ୭।୧୦ (ଶରତ ରାଉତ): ଓଡ଼ିଆ ଲୋକକଥାରେ କୁହନ୍ତି, ମାଛ ଖାଇବ ଇଲିଶି ଚାକିରି କରିବ ପୋଲିସ। ଯେଉଁ ଇଲିଶି ମାଛର ସର୍ବାଧିକ ଚାହିଦା ଆମିଷାଷୀଙ୍କ ପାଖରେ ଥାଏ ତାହା ଆଉ ସମୟାନୁସାରେ ମିଳୁନାହିଁ। ଏଥିଯୋଗୁ ଏହି ମାଛର ଦାମ ଦିନକୁ ଦିନ ବଢ଼ିବାକୁ ଲାଗିଛି। ୨୦୦ରୁ ୩୦୦ ଗ୍ରାମ୍‌ ଓଜନ ବିଶିଷ୍ଟ ମାଛ କିଲୋ ପିଛା ପାରାଦୀପସ୍ଥିତ ଅଠରବାଙ୍କି ମାଛବଜାର ବାଲିପ୍ଲଟରେ ଶୁକ୍ରବାର ୮୦୦ରୁ ୯୦୦ ଟଙ୍କାରେ ବିକ୍ରି ହୋଇଛି। ସେହିପରି ୧ କିଲୋରୁ ଅଧିକ ଓଜନ ବିଶିଷ୍ଟ ମାଛର ମୂଲ୍ୟ କିଲୋ ପିଛା ୨ ହଜାର ଟଙ୍କାରେ ବିକ୍ରି ହେଉଛି। ଏପରି ଅବସ୍ଥା ଗତ ଶ୍ରାବଣ, ଭାଦ୍ରବ ଏବେ ଆଶ୍ୱିନ ମାସରେ ହୋଇଛି। ସାଧାରଣତଃ ଇଲିିଶି ମାଛ ଏହି ଋ଼ତୁରେ ଅଧିକ ମାତ୍ରାରେ ଧରାଯାଉଥିଲା। ଲୋକେ ଶସ୍ତାରେ କିଣି ଖାଉଥିଲେ। ଯେଉଁଦିନ ବଜାରରେ ବରଫ ଅଭାବ ଥାଏ ସେତେବେଳେ ମାଛ ଯୋଡ଼ା ହିସାବରେ ବିକ୍ରି ହୁଏ। ପାରାଦୀପ ବାଲିପ୍ଲଟରେ ଏମିତି ଘଟଣା ୨୦୧୨ ପୂର୍ବରୁ ପ୍ରାୟତଃ ହେଉଥିଲା। ତା’ପରଠାରୁ ସେଭଳି ମାଛ ଉତ୍ପାଦନ ହେଉନାହିଁ। କେବଳ ୨୦୧୮ରେ ଦୁଇଦିନ ଅଧିକ ମାଛ ବଜାରକୁ ଆସିଥିଲା ବୋଲି ବ୍ୟବସାୟୀ ପରେଶ ମଣ୍ଡଳ କୁହନ୍ତି।
ଇଲିଶି ମାଛର ଜୀବନଚକ୍ର ଅନ୍ୟ ମାଛ ଠାରୁ ଭିନ୍ନ ବୋଲି ପାରମ୍ପରିକ ମତ୍ସ୍ୟଜୀବୀ ସୁବା ରାଓ କୁହନ୍ତି। ଏହି ମାଛ ଗଭୀର ଜଳରେ ରହିଥାନ୍ତି। ପ୍ରଜନନ ପାଇଁ ମଧୁର ଜଳକୁ ଆସିଥାନ୍ତି। ନଦୀ ମୁହାଣ ଅଞ୍ଚଳରେ ଅଧିକ ବର୍ଷା କିମ୍ବା ବନ୍ୟା ସମୟରେ ଆସି ପଶି ଯାଆନ୍ତି। ଯେତେବେଳେ ଯାତାୟାତ କରନ୍ତି ପଲ ହୋଇ ଯାଇଥାନ୍ତି। ସେହି ସମୟରେ ମତ୍ସ୍ୟଜୀବୀ ଜାଲ ବିଛାଇ ବହୁଳ ପରିମାଣରେ ମାଛ ଧରିଥାନ୍ତି। ତେବେ ଇଲିଶି ମାଛ ସାମାନ୍ୟ ଗନ୍ଧ ହେଲେ ଦୂରେଇ ଯାଆନ୍ତି। ପାରାଦୀପରେ ଶିଳ୍ପ ହେବା ପରଠାରୁ ଏହି ମାଛର ଉତ୍ପାଦନ ହ୍ରାସ ପାଇଛି ବୋଲି ରାଓ କୁହନ୍ତି। ସେଥିପାଇଁ ଏହି ମାଛ କିଣି ଖାଇବା ସାଧାରଣ ଲୋକଙ୍କ ପାଇଁ ସାତସପନ ପାଲଟିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri