ଇଲିଶି ସାତସପନ

ପାରାଦୀପ, ୭।୧୦ (ଶରତ ରାଉତ): ଓଡ଼ିଆ ଲୋକକଥାରେ କୁହନ୍ତି, ମାଛ ଖାଇବ ଇଲିଶି ଚାକିରି କରିବ ପୋଲିସ। ଯେଉଁ ଇଲିଶି ମାଛର ସର୍ବାଧିକ ଚାହିଦା ଆମିଷାଷୀଙ୍କ ପାଖରେ ଥାଏ ତାହା ଆଉ ସମୟାନୁସାରେ ମିଳୁନାହିଁ। ଏଥିଯୋଗୁ ଏହି ମାଛର ଦାମ ଦିନକୁ ଦିନ ବଢ଼ିବାକୁ ଲାଗିଛି। ୨୦୦ରୁ ୩୦୦ ଗ୍ରାମ୍‌ ଓଜନ ବିଶିଷ୍ଟ ମାଛ କିଲୋ ପିଛା ପାରାଦୀପସ୍ଥିତ ଅଠରବାଙ୍କି ମାଛବଜାର ବାଲିପ୍ଲଟରେ ଶୁକ୍ରବାର ୮୦୦ରୁ ୯୦୦ ଟଙ୍କାରେ ବିକ୍ରି ହୋଇଛି। ସେହିପରି ୧ କିଲୋରୁ ଅଧିକ ଓଜନ ବିଶିଷ୍ଟ ମାଛର ମୂଲ୍ୟ କିଲୋ ପିଛା ୨ ହଜାର ଟଙ୍କାରେ ବିକ୍ରି ହେଉଛି। ଏପରି ଅବସ୍ଥା ଗତ ଶ୍ରାବଣ, ଭାଦ୍ରବ ଏବେ ଆଶ୍ୱିନ ମାସରେ ହୋଇଛି। ସାଧାରଣତଃ ଇଲିିଶି ମାଛ ଏହି ଋ଼ତୁରେ ଅଧିକ ମାତ୍ରାରେ ଧରାଯାଉଥିଲା। ଲୋକେ ଶସ୍ତାରେ କିଣି ଖାଉଥିଲେ। ଯେଉଁଦିନ ବଜାରରେ ବରଫ ଅଭାବ ଥାଏ ସେତେବେଳେ ମାଛ ଯୋଡ଼ା ହିସାବରେ ବିକ୍ରି ହୁଏ। ପାରାଦୀପ ବାଲିପ୍ଲଟରେ ଏମିତି ଘଟଣା ୨୦୧୨ ପୂର୍ବରୁ ପ୍ରାୟତଃ ହେଉଥିଲା। ତା’ପରଠାରୁ ସେଭଳି ମାଛ ଉତ୍ପାଦନ ହେଉନାହିଁ। କେବଳ ୨୦୧୮ରେ ଦୁଇଦିନ ଅଧିକ ମାଛ ବଜାରକୁ ଆସିଥିଲା ବୋଲି ବ୍ୟବସାୟୀ ପରେଶ ମଣ୍ଡଳ କୁହନ୍ତି।
ଇଲିଶି ମାଛର ଜୀବନଚକ୍ର ଅନ୍ୟ ମାଛ ଠାରୁ ଭିନ୍ନ ବୋଲି ପାରମ୍ପରିକ ମତ୍ସ୍ୟଜୀବୀ ସୁବା ରାଓ କୁହନ୍ତି। ଏହି ମାଛ ଗଭୀର ଜଳରେ ରହିଥାନ୍ତି। ପ୍ରଜନନ ପାଇଁ ମଧୁର ଜଳକୁ ଆସିଥାନ୍ତି। ନଦୀ ମୁହାଣ ଅଞ୍ଚଳରେ ଅଧିକ ବର୍ଷା କିମ୍ବା ବନ୍ୟା ସମୟରେ ଆସି ପଶି ଯାଆନ୍ତି। ଯେତେବେଳେ ଯାତାୟାତ କରନ୍ତି ପଲ ହୋଇ ଯାଇଥାନ୍ତି। ସେହି ସମୟରେ ମତ୍ସ୍ୟଜୀବୀ ଜାଲ ବିଛାଇ ବହୁଳ ପରିମାଣରେ ମାଛ ଧରିଥାନ୍ତି। ତେବେ ଇଲିଶି ମାଛ ସାମାନ୍ୟ ଗନ୍ଧ ହେଲେ ଦୂରେଇ ଯାଆନ୍ତି। ପାରାଦୀପରେ ଶିଳ୍ପ ହେବା ପରଠାରୁ ଏହି ମାଛର ଉତ୍ପାଦନ ହ୍ରାସ ପାଇଛି ବୋଲି ରାଓ କୁହନ୍ତି। ସେଥିପାଇଁ ଏହି ମାଛ କିଣି ଖାଇବା ସାଧାରଣ ଲୋକଙ୍କ ପାଇଁ ସାତସପନ ପାଲଟିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri