ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀପଲ

ଚିତ୍ରଡ଼ା,୧୫ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତରେ ହାତୀ ଉପଦ୍ରବ ଦେଖାଦେଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ଭୋଳଘାଟି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘରକୁ ମଙ୍ଗଳବାର ବିଳମ୍ବିତ ରାତିରେ ୨୧ଟି ଝାଡ଼ଖଣ୍ଡି ହାତୀ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ହାତୀପଲ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ଆସି ବାଲେଶ୍ୱର ଜିଲା ନୀଳଗିରି ଜଙ୍ଗଲ ଅଭିମୁଖେ ଅଗ୍ରସର ହେଉଥିତ୍ବା ସମୟରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏନେଇ ବେତନଟୀ ରେଞ୍ଜର ଘନଶ୍ୟାମ ସିଂଙ୍କୁ ପଚାରିବାରୁ ଯେଉଁମାନଙ୍କ ଘର କିମ୍ବା ଚାଷ ଜମି ହାତୀ ନଷ୍ଟ କରିଛନ୍ତି ସେମାନେ ୭ ଦିନ ମଧ୍ୟରେ ଦରଖାସ୍ତ ଦେଲେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।