ହାତୀପଲଙ୍କ ଉପଦ୍ରବ, ୬ ଘର ଭାଙ୍ଗିବା ସହ ଖାଇଲେ ଧାନ

ପାଟଣା,୨୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ୨୬ ଟିକିଆ ହାତୀପଲ ଆନନ୍ଦପୁର ଡିଭିଜନରୁ ବୁଧବାର ରାତିରୁ ଆସି ପାଟଣା ରେଞ୍ଜ ତଣ୍ଡବିଟ୍‌ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀପଲ ତଣ୍ଡବିଟ ଅନ୍ତର୍ଗତ ବଣମହୁଲଡିହା ଓ ବାଲି ଜୋଡ଼ି ଗ୍ରାମରେ ୬ଟି ଘର ଭାଙ୍ଗି ଦେଇଛନ୍ତି। ବଣ ମହୁଲ ଡିହାର ସୁଶୀଲ ମାଝୀ, ବିନୋଦିନୀ ସେଠୀ, ଶିବ ପ୍ରସାଦ ମାଝୀ, ଜୟନ୍ତୀ ମାଝୀ ଓ ବାଲିଯୋଡ଼ି ଗ୍ରାମର ମଙ୍ଗଳ ମୁଣ୍ଡା, ଚୈତନ୍ୟ ମୁଣ୍ଡାଙ୍କ ଘର ହାତୀପଲ ଭାଙ୍ଗି ଦେବା ସହ ଖରାଟିଆ ଧାନଫସଲ ଓ ପରିବା ଚାଷମାଡ଼ି ଦଳି ଉଜାଡ଼ି ଦେଇଛନ୍ତି। ହାତୀପଲ ଅଟେଇ ସଂରକ୍ଷିତ ଘାଟ ବାଲି ଯୋଡ଼ି ନିକଟରେ ଡେରା ପକାଇଥିବା ପାଟଣା ବନପାଳ ପିଅନ ନାଏକ କହିଛନ୍ତି।

Share