ପାଲଲହଡ଼ା,୪।୧: ଅନୁଗୋଳ ଜିଲା ସଇଡ଼ା ପଞ୍ଚାୟତ ବିଜୁସାହି ନିକଟ ନାଳରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ।
ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


