ଭଦ୍ରକ,୪।୩(ସନାତନ ରାଉତ): ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ବୁଲିଲା ଦନ୍ତାହାତୀ। ଅନ୍ୟପକ୍ଷେ ବନ କର୍ମଚାରୀ ହାତୀକୁ ପିଛା କରି ଗତିବିଧି ଉପରେ ଲକ୍ଷ୍ୟ କରି ସୁରକ୍ଷା ଦେଉଛନ୍ତି l
ମିଳିଥିବା ସୂଚନା ମୁତାବକ, କେନ୍ଦୁଝର ଜିଲା ହାଟଡିହି ଅଞ୍ଚଳରୁ ହାତୀଟି ଆସି ରାଜପଥରେ ଚାଲିଚାଲି ଭଦ୍ରକ ଜିଲା ବନ୍ତ ଅଞ୍ଚଳକୁ ଆସିଛି l ରାସ୍ତା ମଝିରେ ହାତୀ ଯାଉଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଲୋକେ ଭୟଭୀତ ହୋଇପଡିଛନ୍ତି।
ଏନେଇ ହଦଗଡ଼ ବନ କର୍ମଚାରୀ ଏବଂ ମରେଈଗାଁ ପୋଲିସ ଓ ବନ୍ତ ପୋଲିସ ଆଲର୍ଟ ରହିଛନ୍ତି l ହାତୀଟି ବର୍ତ୍ତମାନ ଗଣିଜଙ୍ଗ ନିକଟସ୍ଥ ହସିନପୁର ନିକଟ କେନାଲ ରାସ୍ତାରେ ରାମକୃଷ୍ଣପୁର ଆଡ଼କୁ ମୁହଁଇ ରହିଥିବା ବନ ବିଭାଗ ସୂଚନା ଦିଆଯାଇଛି। ଏନେଇ ଲୋକଙ୍କୁ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି। ହାତୀକୁ ପୁଣି ଥରେ ସେହି ରାସ୍ତାରେ ଫେରାଇ ନେବାକୁ ବନ ବିଭଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି l