ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ) ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜର ଢଉମୁଣ୍ଡିଆରେ ଦନ୍ତାହାତୀ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ଏକ ଦନ୍ତାହାତୀ ଆକ୍ରମଣରେ ବୁଧିଆ ଗୌଡ ଓ ଦଣ୍ଡାସି ପାତ୍ରଙ୍କ ଘରେ ବନ୍ଧା ହୋଇଥିବା ୪ଟି ଛେଳିର ମୃତ୍ୟୁ ଘଟିଛି। ଖବରପାଇ ବନପାଳ ଅନୁପ ବିଷୋୟୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଭିଏଏସ୍ ଡା. ନିଶିକାନ୍ତ ବଳ ଘଟଣାସ୍ଥଳରେ ପହଞ୍ଚି ଛେଳିଗୁଡିକର ବ୍ୟବଚ୍ଛେଦ କରିଥିଲେ। ସୂଚନାଯୋଗ୍ୟ, ଦନ୍ତା ହାତୀଟି ୪ ମାସରୁ ଊଦ୍ଧର୍ବ ହେଲା ଅଞ୍ଚଳରେ ଆତଙ୍କ ଖେଳାଉଛି। ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ବନ କର୍ମଚାରୀ ହାତୀକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି।


