ଘରୁ ଘୋଷାଡି ଆଣି ଦଳିଦେଲେ ହାତୀ , ମୃତକଙ୍କ ପରିବାରକୁ ସହାୟତା ପାଇଁ ନିର୍ଦ୍ଦେଶ ଦେଲେ ବିଧାୟକ

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୂଜାଗଡ ରେଞ୍ଜ ବେଲାଟୁଣି ଗ୍ରାମର ବିକ୍ରମ ନାୟକଙ୍କୁ (୪୦)ଙ୍କୁ ଶୁକ୍ରବାର ରାତିରେ ହାତୀପଲ ଘରୁ ଘୋଷାଡି ଆଣି ବିଲରେ ଦଳି ଚକଟି ମାରିଦେଇଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବରପାଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସରକାରଙ୍କ ନୀତି ନିୟମ ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ହାତୀପଲ ଗତକାଲି ରାତିରେ ମୂଜାଗଡ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି କରିଥିଲେ। ଏହାପରେ ବେଲାଟୁଣି ଅଞ୍ଚଳ ଆଡ଼େ ହାତୀପଲ ଯାଇ ଫସଲ କ୍ଷତି କରିଥିଲେ। ଏହି ସମୟରେ ହାତୀପଲ ବିକ୍ରମ ନାୟକଙ୍କୁ ଘରୁ ଘୋଷାଡି ଆଣି ମାରି ଦେଇଥିବା ଅଭିଯୋଗ ହୋଇଛି।

 

Dharitri – The Largest & Most Trusted Odia Daily

\

Share
Tags: odisha