ଭଞ୍ଜନଗର,୨୪।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଆତଙ୍କ ବିଗତ କିଛି ଦିନ ହେବ ବଢ଼ିଯାଇଛି। ସା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଫସଲ କ୍ଷତି କରୁଛନ୍ତି। ଏହିଭଳି ଶୁକ୍ରବାର ରାତି ୮ ଟାରେ ହାତୀମାନେ ଜଙ୍ଗଲରୁ ବାହାରି ମୁଜାଗଡ଼ ଗ୍ରାମରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇପଡିଛନ୍ତି । ଅପରପକ୍ଷେ ଶୁକ୍ରବାର ସା ସୁଦ୍ଧା ଏହି ବନଖଣ୍ଡରେ ୫୪ ଟି ହାତୀ ଥିବା ଜଣାପଡିଛି। ମୁଜାଗଡରେ ହାତୀ ମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବିଭାଗୀୟ କର୍ମଚାରୀ ମାନେ ଚେଷ୍ଟା ଚଳାଇଛନ୍ତି ବୋଲି ଡିଏଫଓ ହିମାଂଶୁ ଶେଖର ମହାନ୍ତି ଏଠାରେ ସୂଚନା ଦେଇଛନ୍ତି।


