ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ହାତୀଟି ରବିବାର ବିଳମ୍ବିତ ରାତିରେ ଉକ୍ତ ଗ୍ରାମରେ ପଶି ଜଣେ ଲୋକଙ୍କ ଝରକା ଭାଙ୍ଗି ଦେଇଥିବା ବେଳେ ଅନ୍ୟ ଜଣଙ୍କ ଗେଟ ଓ କାନ୍ଥ ଭାଙ୍ଗି ଦେଇଛି । କାନ୍ଥ ଭାଙ୍ଗି ଘରେ ଥିବା ଆସବାବ ନଷ୍ଟ କରିବା ସହ ଧାନ ଚାଉଳ ଖାଇ ଦେଇଥିଲା। ଲୋକମାନେ ଭୟଭୀତ ହୋଇ ରାତି ଅନିଦ୍ରା ହୋଇ ହାତୀଟିକୁ ଘଉଡ଼ାଇଥିଲେ। କିଛି ଦିନ ହେଲା ହାତୀଟି ଏକୁଟିଆ ଏଣେ ତେଣେ ବୁଲୁଥିବା ବେଳେ ବ୍ୟାପକ ପନିପରିବା ଚାଷ, ଘର୍ ଭାଙ୍ଗିବା କାରଣରୁ ଲୋକମାନେ ଭୟ ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ଏଣୁ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

 

Dharitri – Odisha’s No.1 Odia Daily