ମୋରଡ଼ା,୧୨ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ି ଚାଲିଛି। ୪ ଦିନ ତଳେ ଉକ୍ତ ରେଞ୍ଜ ଅଧୀନ ଗାଁ ଅମର୍ଦା ସାପ୍ତାହିକ ହାଟ ଚାଲିଥିବା ବେଳେ ଏକ ଦନ୍ତା ହାତୀ ପଶି ଉପଦ୍ରବ ଚଳାଇବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ହାତୀଟି ହାଟ ବ୍ୟବସାୟୀଙ୍କ ପନିପରିବା ଖାଇ ନଷ୍ଟ କରିଥିଲା। ହାତୀ ଉତ୍ପାତ ଯୋଗୁ ଉପସ୍ଥିତ ବ୍ୟବସାୟୀ ଏବଂ ଗ୍ରାହକ ଭୟରେ ଏଣେ ତେଣେ ଦୌଡ଼ି ପଳାଇ ହନ୍ତସନ୍ତ ହୋଇଥିଲେ। ତେବେ ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖୁ ନ ଥିବାରୁ ଲୋକେ ହାତୀ ଆସିବା ସମ୍ପର୍କରେ ଜାଣି ନ ପାରି ଅସନ୍ତୋଷ ପ୍ରକାଶ କରୁଛନ୍ତି। ବନ ବିଭାଗର ଖାମଖିଆଲି ନୀତି ଏବଂ ଦାୟିତ୍ୱହୀନତା ଦିନକୁ ଦିନ ବଢ଼ି ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


