ଗାଁରେ ପଶିଲା ଦନ୍ତା

ବୈଶିଙ୍ଗା,୩୦ା୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଉପକଣ୍ଠ ମହୁରୀ, ଡାହିବାଡି ଓ ରଙ୍ଗାମାଟିଆ ଆଦି ଗ୍ରାମରେ ଏକ ଦନ୍ତାହାତୀ ପଶିଛି। ରବିବାର ସକାଳେ ହଠାତ୍‌ ଗ୍ରାମ ରାସ୍ତାରେ ହାତୀକୁ ଦେଖି ଲୋକ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଏହି ଗୋଠଛଡା ହାତୀର ଆକ୍ରମଣାତ୍ମକ ସ୍ବଭାବ ନ ଥିଲା। ଏହାର ସୁଯୋଗ ନେଇ ବହୁ ସଂଖ୍ୟକ ଯୁବକ ହାତୀର ନିକଟତର ହୋଇ ଫଟୋ ଉଠାଉଥିବା ଲକ୍ଷ୍ୟ କରାଯାଇଥିଲା। ପରେ ବନ ବିଭାଗର ଅଧିକାରୀମାନେ ପହଞ୍ଚି ହାତୀଟିକୁ ଜଙ୍ଗଲ ଆଡ଼କୁ ଘଉଡାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଣି ହାତୀଟିକୁ ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତା ଉପରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଖିରିପଦା ଠାରେ କିଛି ସମୟ ପାଇଁ ଗାଡ଼ି ମଟର ଚଳାଚଳ ବ୍ୟାହତ ହୋଇଥିଲା। କିଛି ସମୟ ପରେ ହାତୀଟି ଦଲଦଲି ଜଙ୍ଗଲ ଭିତରକୁ ଚାଲି ଯିବା ପରେ ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ଟଙ୍କା ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ, ବାପାକୁ ପିଟିପିଟି ହତ୍ୟା

ମୋରଡା,୨୬।୩(ସ୍ମାରକ ମାଜୀ): ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଲେ ପୁଅ । ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ଥାନା…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

୩୪ ଆଦିବାସୀଙ୍କୁ ଖଲାସ ଦାବି: ୪୮ ଘଣ୍ଟିଆ ବନ୍ଦ ଡାକରା

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ

ବାରିପଦା/କରଞ୍ଜିଆ,୧୫ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ/କବିତା ମହାନ୍ତ): ରବିବାର ଅପରାହ୍ନ ସାଢେ ୪ଟାରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଳକ କଙ୍କଡା ଗ୍ରାମରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖାଯାଇଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri