ମୋରଡ଼ାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନଚାଉଳ

ମୋରଡ଼ା,୧୧ା୬(ଡି.ଏନ୍‌.ଏ.): ବର୍ଷ ତମାମ ହାତୀ ଉପଦ୍ରବ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଲାଗି ରହିଥିବା ବେଳେ ଏହାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ଘଟଣା ମୋରଡ଼ା ବ୍ଲକରେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି। ହାତୀ ଉପଦ୍ରବକୁ ରୋକିବାରେ ବନବିଭାଗ ବିଫଳ ହେଉଥିବାର ସାଧାରଣରେ ଅଭିଯୋଗ ହୋଇଛି। ତେବେ ଶନିବାର ବିଳମ୍ବିତ ରାତିରେ ବ୍ଲକର କୋହି ପଞ୍ଚାୟତରେ ହାତୀପଲ ଏକାଧିକ ଘର ଭାଙ୍ଗିଛନ୍ତି । ଉକ୍ତ ପଞ୍ଚାୟତର ସୋନପୁରିଆ ଗ୍ରାମର କାହ୍ନୁଚରଣ ମାରାଣ୍ଡି ତାଙ୍କ ସ୍ତ୍ରୀ ମତି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ୭ ଟିକିଆ ହାତୀପଲ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଘରକୁ ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ଖାଇ ନଷ୍ଟ କରିବା ସହିତ ଏକ ବଳଦକୁ କଚାଡ଼ି ମାରି ଦେଇଥିଲେ l ସେହିପରି ଉକ୍ତ ଗ୍ରାମର ବାଜୁନ ମାରାଣ୍ଡିଙ୍କ ଘର ମଧ୍ୟ ହାତୀପଲ ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ ଖାଇ ନଷ୍ଟ କରିଥିଲେ ଏବଂ ଘରେ ଥିବା ଆସବାବପତ୍ର ମଧ୍ୟ ନଷ୍ଟ କରିଛନ୍ତି।
ସେହିପରି ଉକ୍ତ ପଞ୍ଚାୟତର ବଡ଼ଫେରା ଗ୍ରାମର ସାନ ଫୁଲରାୟ ମୁର୍ମୁଙ୍କ ଘର କାନ୍ଥ ଭାଙ୍ଗି ଧାନ, ଚାଉଳ ଏବଂ ଅନନ୍ତ ହେମ୍ବ୍ରମଙ୍କର ମଧ୍ୟ ଧାନ, ଚାଉଳ ଖାଇ ନଷ୍ଟ କରିଛନ୍ତି।

ତେବେ ହାତୀ କ୍ଷତିଗ୍ରସ୍ତ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏମିତି ହାତୀ ଉପଦ୍ରବ ଜାରି ରହିଲେ ଏବଂ ପ୍ରଶାସନ ଏହା ଉପରେ ରୋକୋ ନ ଲଗାଇଲେ ଅଞ୍ଚଳରେ ଜନଆନ୍ଦୋଳନ ଦେଖାଯିବ। ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ,ଗତ ୮ତାରିଖରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀପଲ ପୁଣି ୯ ତାରିଖରେ ଆଣୁଆ ଗ୍ରାମରେ ପଶି ଜଣଙ୍କ ଘର ନଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri