ଭୁବନେଶ୍ୱର,୨୩।୯: ବିଧାନସଭାର ମୌସୁମୀ ଅଧିବେଶନର ମଙ୍ଗଳବାର ଗୃହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଡିଆ ରାଜ୍ୟବାସୀଙ୍କ ଆଗରେ ଏକ ବଡ଼ ତଥ୍ୟ ରଖିଛନ୍ତି। ହାତୀ-ମଣିଷ ଲଢ଼େଇ ମଧ୍ୟରେ ଗତ ସାଢ଼େ ୪ ମାସରେ ୪୫ ଜଣ ଲୋକଙ୍କ ଜୀବନ ଯାଇଥିବା ମନ୍ତ୍ରୀ କହିଛନ୍ତି।
ଏପରିକି ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୯ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଦ୍ୟୁତ୍ ଆଘାତରେ ୭ଟି ହାତୀର ଜୀବନ ଯାଇଛି। ସେହିପରି ଟ୍ରେନ ଧକ୍କା ଏବଂ ଶିକାରୀଙ୍କ ଗୁଳିରେ ୨ଟି ହାତୀର ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି। ୨୦୨୪ ନଭେମ୍ବର ଗଣନା ଅନୁସାରେ ୨୧୦୩ ହାତୀ ଅଛନ୍ତି ବୋଲି ମନ୍ତ୍ରୀ ଗୃହରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି।