ବ୍ରାହ୍ମଣପଦର ରାସ୍ତାରେ ହାତୀପଲ, ଲୋକେ ଭୟଭୀତ

ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ୫ଟି ରେଞ୍ଜରେ ୪୦ରୁ ଊର୍ଦ୍ଧ୍ୱ ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୨୭ଟି ହାତୀ ମୁଜାଗଡ଼ ରେଞ୍ଜରେ ଘୂରି ବୁଲୁଛନ୍ତି। ତାରସିଂ ରେଞ୍ଜରେ ୯ଟି ଅଛନ୍ତି। କେନ୍ଦ୍ରୀୟ ବନାଞ୍ଚଳ, ଗାଲେରି ଏବଂ ଜଗନ୍ନାଥପ୍ରସାଦ ରେଞ୍ଜର କେତେ ହାତୀ ଅଛନ୍ତି ତାହାର ରିପୋର୍ଟ ଆସିନାହିଁ। ଏହିଭଳି ପରିସ୍ଥିତିରେ ରବିବାର ରାତିରେ ଏକ ୨୬ ଟିକିଆ ହାତୀପଲ ବ୍ରାହ୍ମଣପଦର ନିଧିଆପଲ୍ଲୀ ରାସ୍ତାରେ ଘୂରି ବୁଲୁଛନ୍ତି। ଆଉ ଗୋଟିଏ ହାତୀ ବୁଦୁ ଲୀ ରାସ୍ତାରେ ଘୂରି ବୁଲୁଛି। ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଥିସହ ସନ୍ଧ୍ୟାରେ ଯାନବାହନ ଚଳାଚଳ ଉକ୍ତ ରାସ୍ତାରେ ବନ୍ଦ ଅଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Share