ହାତୀ ଭୟ: ଖାଲି ହେଉଛି ଗାଁ

ଢେଙ୍କାନାଳ ଅଫିସ,୧୩ା୩: କି ଦିନ କି ରାତି, ଗାଁ ରାସ୍ତାରେ ପଲପଲ ହୋଇ ବୁଲୁଛନ୍ତି ହାତୀ। କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେବେ ଶୁଣ୍ଢରେ ଟେକି ନେଉଛନ୍ତି ଘରେ ସାଇତି ରଖାଯାଇଥିବା ଧାନ, ଚାଉଳ ବସ୍ତା। ରୋଷେଇ ଘରେ ହାଣ୍ଡିରେ ଥିବା ପଖାଳ ମଧ୍ୟ ସେମାନଙ୍କ ମୁହଁରେ ବାଦ୍‌ ପଡୁନାହିଁ। ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଥିବାବେଳେ ଜୀବନ ବଞ୍ଚାଇବାକୁ ଛାତ ଉପରେ ଦିନ କାଟୁଛନ୍ତି ଢେଙ୍କାନାଳ ସଦର ରେଞ୍ଜ୍‌ ଅଧୀନ ବଲାଙ୍ଗିପାଟଣା ଜୁଆଙ୍ଗ ସାହିବାସୀ। କେବଳ ଏତିକି ନୁହେଁ, ଚାଳଘରେ ରହୁଥିବା ବହୁ ପରିବାର ନିକଟରେ ବିକଳ୍ପ ନ ଥିବାରୁ ସେମାନେ ଭିଟାମାଟି ଛାଡ଼ି ନିଜ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ପ୍ରାୟ ମାସେ ହେଲା ଏକ ପଲରେ ୩୦ ହାତୀ ଜନବସତିରେ ଉପଦ୍ରବ ସୃଷ୍ଟି କରିଚାଲିଛନ୍ତି। ବାଡ଼ିବଗିଚାରେ ପଶି ଫସଲ ଉଜାଡ଼ି ଦେଉଛନ୍ତି। ଭୋର୍‌ ସମୟ ଏବଂ ସନ୍ଧ୍ୟାରେ ପ୍ରମୁଖ ରାସ୍ତାରେ ଡେରା ପକାଇ ରହୁଥିବାରୁ ଜରୁରୀ କାମରେ ଲୋକେ ବାହାରକୁ ଯାଇପାରୁନାହାନ୍ତି। ଏକପ୍ରକାର ଗୃହବନ୍ଦୀ ଅବସ୍ଥାରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ଘଉଡ଼ାଇବା ଲାଗି ସମସ୍ତ ଉଦ୍ୟମ ଫେଲ୍‌ ମାରିଲାଣି। ସମ୍ଭାବ୍ୟ ହାତୀମୃତ୍ୟୁ ଆଶଙ୍କା ଏଡ଼ାଇବାକୁ ବିଦ୍ୟୁତ୍‌ ବିଭାଗ ରାତିରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଉଛି। ଅନ୍ଧାରରେ ହାତୀଙ୍କ ଉପରେ ନଜର ରଖିବା ସମ୍ଭବପର ହେଉନାହିଁ। ଗତ ୧୦ ଦିନ ହେଲା ଉକ୍ତ ପଲରେ ଥିବା ହାତୀ ଅଧିକ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛନ୍ତି। ତେଣୁ ଘରୁ ଗୋଡ଼କାଢ଼ିଲେ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଏ ସଂକ୍ରାନ୍ତରେ ବନ ବିଭାଗ ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଇବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ତେଣୁ ଉପଦ୍ରୁତ ଅଞ୍ଚଳବାସୀ ଜିଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଫେରାଦ ହୋଇଛନ୍ତି। ହାତୀ ଉପଦ୍ରବ ରୋକିବା ଲାଗି ବନ ବିଭାଗ ପଦକ୍ଷେପ ନ ହେଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri