ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି ଘର ଭିତରୁ ଧାନ, ଚାଉଳ, ଡାଲି ଖାଇ ନଷ୍ଟ କରିଦେଇଛି। ହାତୀ ଉପଦ୍ରବ ଓ ଉତ୍ପାତରେ ଲୋକେ ଅତିଷ୍ଟ ହୋଇଗଲେଣି। ସୋମବାର ବିଳମ୍ବିତ ରାତିରେ ଏହି ଦନ୍ତା ପାଟଣା ସେକ୍ସନ ମାଧପୁର୍‌ ଗ୍ରାମ ଶୁଆଗ ନାଏକ ଓ ଦଇତାରୀ ମହାନ୍ତ, ନୂଆପଡ଼ା, ଗାଁର କନକ ମହାନ୍ତ ଓ ସାହାର ପଡ଼ା ସେକ୍ସନ ସିଲିପଦାର ଆଶୀର୍ବାଦ ମହାନ୍ତ ଏବଂ ଜଗନ୍ନାଥପୁର ଗ୍ରାମର ବୁଦ୍ଧଦେବ ମୁଣ୍ଡାଙ୍କ ଘର ଭାଙ୍ଗି ଚୁରମାର କରିଦେଇଛି। ମାଧପୁର ଗ୍ରାମ ଧଉଳି ସାହିର ଗରିବ ବିଧବା ବୃଦ୍ଧା ସୁଆଗ ନାଏକ ନାମ ଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦନ୍ତା ଆଜବେଷ୍ଟ ଘର କାନ୍ଥ ଓ କବାଟ ଭାଙ୍ଗି ତାଙ୍କ ଝିଅ ବାହାଘର ପାଇଁ ଯୋଗାଡ଼ କରିଥିବା ଦୁଇ କ୍ୱିଣ୍ଟାଲ ଚାଉଳ ସହ ଡାଲି ଖାଇ ନଷ୍ଟ କରିଦେଇଛି ।

ସୂଚନା ଯୋଗ୍ୟ, ସୁଆଗଙ୍କ ଝିଅ ବାହାଘର ଆସନ୍ତା ୧୧ ତାରିଖ ହେବାକୁ ନିଷ୍ପତ୍ତି ହୋଇଛି। ଅଭାବି ସୁଆଗ କଷ୍ଟରେ ବାହାଘର ବରଯାତ୍ରୀଙ୍କ ଭୋଜି ପାଇଁ ସଞ୍ଚିଥିବା ଚାଉଳ ଗଣ୍ଡାକ ଦନ୍ତା ଖାଇ ଦେଇଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି। ସେହିଭଳି ନୂଆପଡ଼ା ପଧାନ ସାହିର ବିଧବା ବୃଦ୍ଧା କନକ ମହାନ୍ତଙ୍କ ମାଟି ଟାଇଲ ରେ ନିର୍ମିିତ ରୋଷେଇ ଘର ଓ ଧାନ ଅମାର ଥିବା ୨ ବଖରା ଘର ଭାଙ୍ଗି ଦେଇ ଏକ ମରେଇ ଧାନ ଖାଇଦେଉଛି ଏହି ଦନ୍ତା। ଜଗନ୍ନାଥ ପୁରବୁଦ୍ଧଦେବ ମୁଣ୍ଡା ମାଟି ଟାଇଲଘର ଓ ଶିଲିପଦା ଆଶୀର୍ବାଦ ମହାନ୍ତ ଙ୍କ କାନ୍ଥ କଣା କରି ଧାନ ଚାଉଳ ଖାଇ ଯାଇଛି। ଏବେ ଏହି ଦନ୍ତା ସାହାର ପଡ଼ା ସେକ୍ସନ ଭର୍ତିଆବସା ଗାଁ ନିକଟରେ ଘୁରି ବୁଲୁଛି। ବନ ବିଭାଗ ହାତୀର ଗତି ବିଧି ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri