ହାତୀ ମୃତ୍ୟୁ ଘଟଣା: ଦୋଷୀଙ୍କୁ ଛଡା ଯିବନି,ସମସ୍ତଙ୍କୁ ଧରିବକହିଲେ ଜଙ୍ଗଲ ମନ୍ତ୍ରୀ

ଭବାନୀପାଟଣା,୨୬।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପଡ଼ିଆଠାରେ ସୋମବାର ଜିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇଥିଲେ। ଏହି ଅବସରରେ କନ୍ଧମାଳ ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଥିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ଘଟଣାକୁ ନେଇ ତତ୍ପର ରହିଛି ବନ ବିଭାଗ। ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ। କାହାରିକୁ ଛଡା ଯିବନି ବୋଲି କହିଥିଲେ।

Dharitri – Odisha’s No.1 Odia Daily