ବସ୍‌କୁ ଗୋଡ଼ାଇଲା ହାତୀ: ଯାତ୍ରୀ ଆତଙ୍କିତ

ବେତନଟୀ, ୨୫ା୧୦ (ଧରଣୀଧର ମହାନ୍ତି): ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଜନବସତିମୁହାଁ ହେଉଛନ୍ତି। ବିଭିନ୍ନ ସମୟରେ ହାତୀପଲ ଜନବସତିରେ ପଶି ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ପଶି ଦଳମକଚି ନଷ୍ଟ କରିଦେଉଛନ୍ତି। ଅନେକ ସମୟରେ ଜୀବନହାନି ମଧ୍ୟ ହେଉଛି। ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ବିଭିନ୍ନ ଜଙ୍ଗଲରେ ରହୁଥିବା ହାତୀପଲ ଆଖପାଖ ଗାଁକୁ ପଶି ଆସୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ଶନିବାର ଏକ ଦନ୍ତା ହାତୀ ରାସ୍ତା ଉପରେ ଏକ ବସ୍‌କୁ ଶୁଣ୍ଢରେ ଠେଲିବା ସହ ଗୋଡ଼ାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ବସ୍‌ରେ ଥିବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଭୟଭୀତ ହୋଇପଡିଥିଲେ। କୌଶଳକ୍ରମେ ଡ୍ରାଇଭର ବସ୍‌ଟିକୁ ଚଳାଇ ନେଇ ସେଠାରୁ ପଳାଇଯାଇଥିଲେ। ଫଳରେ ଯାତ୍ରୀମାନେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ।
ଶନିବାର ସକାଳେ ବେତନଟୀ ବ୍ଲକର ମେର୍ଦାଠାରୁ ସାରସକଣା ଯାଉଥିବା ଏକ ବସ୍‌ ମେର୍ଦା ବେତନଟୀ ରାସ୍ତାର ଭୁରକୁଣ୍ଡି ଗ୍ରାମ ନିକଟରେ ରହିଥିଲା। ହଠାତ୍‌ ବସ୍‌ ସମ୍ମୁଖକୁ ଏକ ଦନ୍ତା ହାତୀ ଚାଲିଆସି ଶୁଣ୍ଢରେ ଠେଲି ଗଡାଇଦେବା ପାଇଁ ଚେଷ୍ଟା କରିଥିଲା। ସ୍ଥାନୀୟ ଗ୍ରାମବାସୀ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବା ବେଳେ କୌଶଳକ୍ରମେ ଡ୍ରାଇଭର ବସ୍‌କୁ ଦ୍ରୁତଗତିରେ ଚଳାଇ ସେଠାରୁ ପଳାଇଯାଇଥିଲା। ଫଳରେ ବସ୍‌ରେ ଥିବା ୫୦ରୁ ଊର୍ଦ୍ଧ ଯାତ୍ରୀ ବିପଦମୁଖରୁ ବଞ୍ଚିଯାଇଥିଲେ। ବେତନଟୀ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଟିମ୍‌ ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରି ନ ଥିଲା। ଉଲ୍ଲେଖଯୋଗ୍ୟ, ବେତନଟୀ ରେଞ୍ଜର ଅସନବଣି ଜଙ୍ଗଲରେ ଗଡିଗାଁ ନିକଟରେ ୧୮ଟି ହାତୀ ରହିଥିଲା ବେଳେ ଶୁକ୍ରବାର ରାତିରେ ଏହି ହାତୀ ପଲ ମନ୍ତାପାଳ ଜଙ୍ଗଲରେ ପ୍ରବେଶ କରିଛନ୍ତି। ହାତୀପଲ ରହୁଥିବା ପାଖ ଜଙ୍ଗଲରୁ ଗୋଟିଏ ଦନ୍ତା ହାତୀ ଶନିବାର ସକାଳେ ଅସନବଣୀ ଜଙ୍ଗଲରୁ ବାହାରି ବସ୍‌କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏ ସମ୍ପର୍କରେ ବେତନଟୀ ଫରେଷ୍ଟରଙ୍କୁ ପଚାରିବାରୁ ଭୁରକୁଣ୍ଡି ନିକଟରେ ଘଟିଥିବା ଘଟଣା ଆମେ ପହଞ୍ଚିଲା ବେଳକୁ ଦନ୍ତା ହାତୀ ସେଠାରେ ନ ଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri