ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ ଗାଁ ବୁଲୁଛନ୍ତି। ହେଲେ ଶନିବାର ବ୍ଲକର ଯାନୀଗୁଡ଼ା ଗ୍ରାମରେ ପଶି ଘର, ଗୁହାଳ ଭାଙ୍ଗିବା ସହ କଦଳିବାଡ଼ି ଭାଙ୍ଗି ନଷ୍ଟ କରିଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦା ଏବେ ଘର ଭିତରେ ଭୟରେ ରହୁଛନ୍ତି। ଗତ ୪ ଦିନ ହେଲା ଏହି ହାତୀପଲ ଦେବଗିରି ରେଞ୍ଜର ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି। ଏହି ହାତୀଗୁଡ଼ିକ ଆନ୍ଧ୍ର ପଟୁ ଆସିଥିବା ବନ ବିଭାଗ ସୂଚନା ଦେଇଛି। ଏବେ ହାତୀଙ୍କ ଗତିପଥ ଉପରେ ବନ ବିଭାଗ ନଜର ରଖିଛି। ହାତୀଙ୍କ ସହ କୌଣସି ଦୁର୍ବବ୍ୟହାର ନ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ତରଫରୁ ସଚେତନ କରାଯାଉଛି। ତେବେ ହାତୀମାନେ କରିଥିବା କ୍ଷୟକ୍ଷତି ଆକଳନ କରାଯାଇ ସ୍ଥାନୀୟ ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବିଭାଗ ତରଫରୁ ସୂଚନା ଦେଇଛନ୍ତି ଗଜପତି ଡିଏଫ୍‌ଓ କେ. ନାଗାରାଜୁ।

Dharitri – Odisha’s No.1 Odia Daily

 

Share