ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ ପରିଡା ।
ସୂଚନା ଅନୁଯାୟୀ ତିନି ଦିନ ଧରି ବେଗୁନିଆ  ଅଞ୍ଚଳର ଆଖପାଖ ଜଙ୍ଗଲରେ ୧୫ଟିକିଆ ହାତୀ ପଲ ବୁଲୁଛନ୍ତି। ଶୁକ୍ରବାର ସକାଳେ ଭୂଆସୁଣି ପାଟଣା ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ  ହାତୀପଲଙ୍କୁ ଟ୍ରାକ କରୁଥିବା ବନବିଭାଗ କର୍ମଚାରୀ  ଡ଼ାକବାଜି ଯନ୍ତ୍ର ଯୋଗେ ଗାଁ ଲୋକମାନଙ୍କୁ ହାତୀଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଗାଁ ଚାରିଜଣ ଯୁବକ  ଅନ୍ୟ ବାଟରେ ଯାଇ ହାତୀ ଦେଖୁଥିବା ବେଳେ ଜଣେ ଯୁବକଙ୍କୁ ହାତୀ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବନପାଳ ସୂଚନା ଦେଇଛନ୍ତି।  ଘଟଣା ସ୍ଥଳରେ ଚାପା ଉତ୍ତୋଜନା ଦେଖିବାକୁ ମିଳିଥିବା ବେଳେ ବେଗୁନିଆ ପୋଲିସ ସହ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ହାତୀଟି ମାରିବା ପରେ ମଧ୍ୟ ସେଇ ସ୍ଥାନ ଛାଡି ଯାଇ ନାହିଁ।
Dharitri – Odisha’s No.1 Odia Daily

Share