‘ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା କହୁଛି…’ ୨ ବିଧାୟକ ନିଲମ୍ବନ ପରେ ଏମିତି କହିଲେ…

ଭୁବନେଶ୍ୱର,୧୬।୧: ବିଜେଡିରୁ ୨ ନେତା ନିଲମ୍ବିତ ହେବା ପରେ ରାଜନୀତି ଉଷ୍ମ ରହିଛି। ଏହି ସମୟରେ ବିଜେଡିକୁ ଏଲିନା ଦାଶ ଟାର୍ଗେଟ କରିଛନ୍ତି। ଏଲିନା କହିଛନ୍ତି, ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା। ତାଳ ଗଛର ବରଡ଼ା ଉପାଖ୍ୟାନ ଦେଇ ଦଳୀୟ ଶୃଙ୍ଖଳାକୁ ତାତ୍ସଲ୍ୟ କରି ସେ କହିଛନ୍ତି, ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି। ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି। ୫୧ରୁ ୫୦ ହେଲେ, ଏବେ ୪୮ ହେଲେ। ଗୋଟିଏ କ୍ରୀତଦାସ ପାଇଁ ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ। ଯଦି ବିଧାୟକମାନେ ଏକ ନ ହୋଇ କ୍ରୀତଦାସତା କରିବେ। ଆଗାମୀ ଦିନରେ କାହା ବେଳ କାଳ କେତେବେଳେ ଆସିବ। କେବଳ ପ୍ରେସ ରିଲିଜ ଏବଂ ମିଡିଆରୁ ହିଁ ସମସ୍ତେ ଜାଣିବାକୁ ପାଇବେ। ବେଳ ଥାଉ ଥାଉ ବିଧାୟକ ଏକ ହେବାକୁ ପରାମର୍ଶ ଦେଇଛନ୍ତି ଏଲିନା। ଏକତା ହିଁ ବଳ, ବିଭାଜନ ହିଁ ପତନ ବୋଲି ଏଲିନା କହିଛନ୍ତି।

ଗୁରୁବାର ବିଜେଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୨ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର। ଦଳ ବିରୋଧି କାର୍ଯ୍ୟ ଯୋଗୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି।

Dharitri – The Largest & Most Trusted Odia Daily

Share
Tags: odisha