ଲକ୍ଷାଧିକ ଟଙ୍କାର ବିଦ୍ୟୁତତାର ଚୋରି ଘଟଣାର ପର୍ଦ୍ଦାଫାଶ: ୫ କୁଖ୍ୟାତ ଚୋର ଗିରଫ

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ବିଦ୍ୟୁତ୍‌ ସବ୍‌ଷ୍ଟେଶନରୁ ଗତ ଅକ୍ଟୋବର ୨୪ ବିଳମ୍ବିତ ରାତିରେ ସଶସ୍ତ୍ର ଆକ୍ରମଣ ଓ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ବିଦ୍ୟୁତତାର ଚୋରି ଘାଟଣାର ପାଟଣା ପୋଲିସ ଶନିବାର ପର୍ଦ୍ଦାଫାଶ କରିଛି। ୧୧ଜଣିଆ ଏହି ଚୋର ଗ୍ୟାଙ୍ଗ୍‌ରୁ ୫ ଜଣଙ୍କୁ ପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍‌ ରିଲିଜରେ ଘଟଗାଁ ଏସ୍‌ଡିପିଓ ସୁଦର୍ଶନ ଗଙ୍ଗୋଇ ସୂଚନା ଦେଇଛନ୍ତି। ଗିରଫ ୫ ଜଣ ଚୋର ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା  ମହୀପାଳ ଗାଁର ଶେଖ୍‌ ସୌକାତ (୨୭), ମାର୍ଶାଘାଇ ଥାନା ଶିଳିପୁର ଗାଁର ହରିଶ୍ଚନ୍ଦ୍ର ରାଉତ ଓରଫ ବାପୁ (୨୧) କେନ୍ଦ୍ରାପଡ଼ା ସଦର ଥାନା ଜାମଦର ଗାଁ ସେକ୍‌ ଇର୍ଫାନ (୨୮), ଉକ୍ତ ଗାଁ ସାଜନ ଖାଁ (୩୮) କଟକ ଜିଲା ସଦର ନେମାଳ ଥାନା ନରେନ୍ଦ୍ରପୁରର ଅରବିନ୍ଦ ମଲ୍ଲିକ ଓରଫ ଧୁଣ୍ଡ (୨୨)। ଆଉ ୬ଜଣ ଚୋର ଫେରାର ଅଛନ୍ତି। ଏହି ଚଢ଼ାଉ ପାଟଣା ଥାନାଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଓ କଟକରେ ଗତ ଗୁରୁବାର ଓ ଶୁକ୍ରବାର ହୋଇଥିଲା। ଏହି ଟିମ୍‌ରେ ହାବିଲଦାର ରମେଶ ଚନ୍ଦ୍ର ନାଏକ, କନଷ୍ଟେବଳ ନିହାର ରଞ୍ଜନ ନାଏକ, ଜେନା ମୁଣ୍ଡା, ନିହାର ରଞ୍ଜନ ଦ୍ବିବେଦୀ ପ୍ରମୁଖ ସାମିଲ ହୋଇଥିଲେ। ଏମାନଙ୍କଠାରୁ ନଗଦ ୩୭ ହଜାର ୫ଶହ ଟଙ୍କା, ୨ ପିକ୍‌ଅପ୍‌, ଗୋଟେ ଟାଟାଏସି,୧ ଭୁଜାଲି, ଓ୍ବେୟାର କଟର୍‌କୁ ପୋଲିସ ଜବତ କରିଛି।

ସୂଚନା ଯେ, ଏହି ୫ ଜଣ କୁଖ୍ୟାତ ଚୋରଙ୍କ ନାମରେ ଏହା ପୂର୍ବରୁ କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ଜଗତସିଂହପୁରରେ ଏକାଧିକ ଚୋରି, ଡକାୟତି ଓ ରାହାଜାନି ଭଳି ସଙ୍ଗୀନ ମାମଲା ଥିବା ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ଏନେଇ ପାଟଣା ଥାନାରେ ୧୯୫/୨୩ ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଛି। ଖୁବ୍‌ଶୀଘ୍ର ଏହି ଚୋର ଗ୍ୟାଙ୍ଗର ଫେରାର ଥିବା ଅନ୍ୟ ୬ ଜଣ ଚୋରଙ୍କୁ ଗରିଫ କରାଯିବ ବୋଲି ଏସ୍‌ଡିପିଓ ଗାଙ୍ଗୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri