ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହାୟତାରେ ୫ଜିଲାରେ ବିଦ୍ୟୁତ୍‌ ଚୋରି ହ୍ରାସ

ବାଲେଶ୍ୱର,୭ା୨: ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ବିଦ୍ୟୁତ ଚୋରି କାରଣ ତାହା ନେଟ୍‌ୱର୍କ ଉପରେ ଅଧିକ ଚାପ ସୃଷ୍ଟି ସହ ଟ୍ରିପିଂ ହୋଇଥାଏ। ଏହି ସମସ୍ୟାକୁ ଦୂର କରିବାର ଆବଶ୍ୟକତା ବିଚାରକୁ ନେଇ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ବିଦ୍ୟୁତ ଚୋରିକୁ ବନ୍ଦ କରିବା ଲାଗି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ମୁତୟନ କରାଯାଇଛି। ଗତ ଆଠ ମାସ ମଧ୍ୟରେ ଟିମ୍‌ର ମିଳିତ ଉଦ୍ୟମ ଯୋଗୁଁ ୨୫,୭୦୪ ଜଣ ଗ୍ରାହକଙ୍କଠାରୁ ମିଟର୍‌ ହେର୍‌ଫେର୍‌, ହୁକ ପକାଇବା, ମିଟର୍‌ ବାଇପାସ୍‌ କରିବା ଆଦି ଜରିଆରେ ହୋଇଥିବା ୫୭,୦୦୦ କିଲୋୱାଟ୍‌ର ଅଣସ୍ବୀକୃତ ଲୋଡ୍‌ ଚିହ୍ନଟ କରାଯାଇଛି। ସେହିଭଳି ବିଦ୍ୟୁତ ଚୋରିକୁ ଧରିବା ଲାଗି ପ୍ରତି ଟିମ୍‌ରେ ୧୦୪ ଜଣ ଲେଖାଏଁ ସଦସ୍ୟ ବିଶିଷ୍ଟ ମୋଟ୍‌ ୨୦ଟି ଟିମ୍‌କୁ ୨୪ ଘଣ୍ଟିଆ ମୁତୟନ ରଖାଯାଇଛି।
ଏ ସମ୍ପର୍କରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର କହିଛନ୍ତି, ଏକ ଦାୟିତ୍ୱବାନ ବିଦ୍ୟୁତ କମ୍ପାନୀ ଭାବେ ଆମର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ସୁଲଭ ବିଦ୍ୟୁତ ଯୋଗାଇ ଦେବା ଉପରେ ଆମେ ସର୍ବଦା ଧ୍ୟାନ ଦେଉଛୁ। ଆମର ଏହି ପ୍ରତିବଦ୍ଧତା ଦିଗରେ ଅନ୍ୟ ଏକ ପଦକ୍ଷେପ ହେଉଛି ବିଦ୍ୟୁତ ଚୋରିକୁ ଧରିବା ଲାଗି ଏକ କଠିନ ପରିଶ୍ରମୀ ଓ ଉତ୍ସର୍ଗୀକୃତ ଟିମ୍‌ ମୁତୟନ କରିବା। ଏକ ଦୃଢ଼ ନେଟ୍‌ୱର୍କ ସୃଷ୍ଟି କରିବା ଏବଂ ଆମ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ଲାଗି ଅଧିକ ଉଦ୍ୟମ ସହିତ କାର୍ଯ୍ୟ ଜାରି ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri