ଘନେଇଲା ବିଦ୍ୟୁତ୍‌ ସଙ୍କଟ, ୧୦ ରାଜ୍ୟରେ କୋଇଲା ଅଭାବ…

ନୂଆଦିଲ୍ଲୀ, ୧୪।୪ : ସାରା ଦେଶରେ ତାତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବିଦ୍ୟୁତ୍‌ ସଙ୍କଟ ଘନେଇବାରେ ଲାଗିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦଶଟି ରାଜ୍ୟରେ କୋଇଲା ଅଭାବ ଦେଖାଦେଇଛି। ଖରାଦିନେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଏବଂ କୋଇଲା ଅଭାବ ଯୋଗୁ ବିଦ୍ୟୁତ୍‌ କାଟ୍‌ ବୃଦ୍ଧି ପାଇଛି। ବହୁ ବର୍ଷ ପରେ ମହାରାଷ୍ଟ୍ରରେ ଅନିବାର୍ଯ୍ୟ ବିଦ୍ୟୁତ କାଟର ପରିସ୍ଥିତି ଦେଖାଦେଇଛି।

ଏକ ରିପୋର୍ଟ ଅନୁଯାୟୀ, ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ସହିତ ଦେଶର ବିଭିନ୍ନ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ କୋଇଲା ମହଜୁଦ୍‌ ପରିମାଣ ନଅ ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଛି। କରୋନା ଲକ୍‌ଡାଉନ୍‌ ପରେ ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ କାରଖାନା ଏବଂ ଶିଳ୍ପଗୁଡିକରେ ବିଦ୍ୟୁତ ବ୍ୟବହାର ବଢ଼ିବାରେ ଲାଗିଛି। ଏଥି ସହିତ, ତାତି ବଢ଼ିବା ଯୋଗୁ ୨୪ ବିଦ୍ୟୁତ ଯୋଗାଣ ଜରୁରୀ ହୋଇ ପଡ଼ିଛି।

ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ଏବଂ ମଧ୍ୟ ଭାରତର ଅଧିକାଂଶ ଅଞ୍ଚଳରେ ଏପ୍ରିଲରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ହେବ। ତେଣୁ ବିଦ୍ୟୁତ ଚାହିଦା ବଢ଼ିବା ନିଶ୍ଚିତ।

ବହୁ ବର୍ଷ ପରେ ଦେଶର ପ୍ରମୁଖ ଶିଳ୍ପ ଗଡ଼ ମହାରାଷ୍ଟ୍ରରେ ଏବେ ବଡ ଧରଣର ଶକ୍ତି ସଙ୍କଟ ଦେଖାଦେଇଛି। ଏଠାରେ ଚାହିଦା ଠାରୁ ୨୫୦୦ ମେଗାୱାଟ ବିଦ୍ୟୁତ୍‌ ଶକ୍ତି କମ ରହିଛି। ରାଜ୍ୟରେ ୨୮୦୦୦ ମେଗାୱାଟର ରେକର୍ଡ ଚାହିଦା ରହିଛି। ଯାହା ଗତ ବର୍ଷ ତୁଳନାରେ ୪୦୦୦ମେଗାୱାଟ ଅଧିକ।

ସରକାରୀ ତଥ୍ୟ ଅନୁଯାୟୀ, ଝାଡ଼ଖଣ୍ଡ, ବିହାର, ହରିୟାଣା ଏବଂ ଉତ୍ତରପ୍ରଦେଶର ଚାହିଦାଠାରୁ ତିନି ପ୍ରତିଶତ କମ ବିଦ୍ୟୁତ୍‌ ଉପଲବ୍ଧ ହେଉଛି।

ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ନାଟକ, ବିହାର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନାରେ କୋଇଲା ଅଭାବ ଦେଖାଦେଇଛି। ଗୋଟିଏ ସପ୍ତାହରେ ବିଦ୍ୟୁତ୍‌ ଚାହିଦା ୧.୪ ପ୍ରତିଶତ ବୃଦ୍ଧି ପାଇଛି।

ଉତ୍ତରପ୍ରଦେଶରେ ପ୍ରାୟ ୨୨ ହଜାର ମେଗାୱାଟ ବିଦ୍ୟୁତ ଚାହିଦା ରହିଛି। ମାତ୍ର ଏଠାରେ ପ୍ରାୟ ୨୦ ହଜାର ମେଗାୱାଟ ବିଦ୍ୟୁତ୍‌ ଉପଲବ୍ଧ ହେଉଛି। ରାଜ୍ୟରେ ଥିବା ୟୁନିଟ ଗୁଡିକ ୪୫୮୭ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି । ୭୭୦୩ ମେଗାୱାଟ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି।

ଚାରିରୁ ପାଞ୍ଚ ଦିନ କୋଇଲା ଅନପାରା, ଓବ୍ରା ପ୍ରୋଜେକ୍ଟରେ ମହଜୁଦ୍‌ ରହିଛି। ଉତ୍ତରପ୍ରଦେଶ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମର ବୃହତ୍ତମ ୨୬୩୦ ମେଗାୱାଟ ଅନପାରା ପ୍ରକଳ୍ପକୁ ରେଳ ରୋକ ଠାରୁ କୋଇଲା ଯୋଗାଣ ଆରମ୍ଭ ହୋଇପାରି ନାହିଁ। ଏଠାରେ ପ୍ରତିଦିନ ୪୦ ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ।

ସିଜିଏମ୍‌ ଆରସି ଶ୍ରୀବାସ୍ତବ କହିଛନ୍ତି, ଏମ୍‌ଜିଆର୍‌ରୁ ପ୍ରତିଦିନ ତିରିଶ ହଜାର ମେଟ୍ରିକ ଟନ କୋଇଲା ଉପଲବ୍ଧ ହେଉଛି। ରେଳ ର଼୍ୟାକ ଠାରୁ ଯୋଗାଣ ଆରମ୍ଭ କରିବାକୁ ପ୍ରୟାସ ଚାଲିଛି। ଓବ୍ରା ପ୍ରୋଜେକ୍ଟରେ ମାତ୍ର ୪ରୁ ୫ ଦିନ କୋଇଲା ଗଚ୍ଛିତ ରହିଛି। ପ୍ରକୃତପକ୍ଷେ ୧୫ ଦିନର ଷ୍ଟକ ରହିବା ଆବଶ୍ୟକ। ଓବ୍ରା ପ୍ରୋଜେକ୍ଟର ପ୍ରତ୍ୟେକ ୨୦୦ ମେଗାୱାଟର ମୋଟ ପାଞ୍ଚଟି ୟୁନିଟ ମଧ୍ୟରୁ ଚାରିଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିଛି। ସିଜିଏମ ଦୀପକ କୁମାର କହିଛନ୍ତି, ଦୈନିକ ଚାରିଟି କୋଇଲା ର଼୍ୟାକ୍‌ ଆବଶ୍ୟକ। କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ର଼୍ୟାକ୍‌ ଉପଲବ୍ଧ ହେଉଛି। ଏହା ଯୋଗୁ ଅଧିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଅଛି।

କୋଇଲା ସଙ୍କଟର ମୁକାବିଲା ତଥା ବିଦ୍ୟୁତ୍‌ ଉତ୍ପାଦନ ଜାରି ରଖିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ବୁଧବାର କହିଛନ୍ତି ଯେ ଖଣି ନିକଟରେ ଥିବା କାରଖାନା ପାଇଁ କୋଇଲା ସଂଯୋଗ ଉପରେ କେନ୍ଦ୍ର ସରକାର ୨୫ ପ୍ରତିଶତ ଟୋଲ ସୁବିଧା ପ୍ରଦାନ କରିବେ। ଆମଦାନୀ ହୋଇଥିବା କୋଇଲା ଚାଳିତ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଉପରେ ଏକ ସମୀକ୍ଷା ବୈଠକ ପରେ ସିଂ କହିଛନ୍ତି ଯେ କୋଇଲା ପରିବହନ ଦ୍ୱାରା ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ କରିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri