ଘନେଇଲା ବିଦ୍ୟୁତ୍‌ ସଙ୍କଟ, ୧୦ ରାଜ୍ୟରେ କୋଇଲା ଅଭାବ…

ନୂଆଦିଲ୍ଲୀ, ୧୪।୪ : ସାରା ଦେଶରେ ତାତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବିଦ୍ୟୁତ୍‌ ସଙ୍କଟ ଘନେଇବାରେ ଲାଗିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦଶଟି ରାଜ୍ୟରେ କୋଇଲା ଅଭାବ ଦେଖାଦେଇଛି। ଖରାଦିନେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଏବଂ କୋଇଲା ଅଭାବ ଯୋଗୁ ବିଦ୍ୟୁତ୍‌ କାଟ୍‌ ବୃଦ୍ଧି ପାଇଛି। ବହୁ ବର୍ଷ ପରେ ମହାରାଷ୍ଟ୍ରରେ ଅନିବାର୍ଯ୍ୟ ବିଦ୍ୟୁତ କାଟର ପରିସ୍ଥିତି ଦେଖାଦେଇଛି।

ଏକ ରିପୋର୍ଟ ଅନୁଯାୟୀ, ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ସହିତ ଦେଶର ବିଭିନ୍ନ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ କୋଇଲା ମହଜୁଦ୍‌ ପରିମାଣ ନଅ ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଛି। କରୋନା ଲକ୍‌ଡାଉନ୍‌ ପରେ ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ କାରଖାନା ଏବଂ ଶିଳ୍ପଗୁଡିକରେ ବିଦ୍ୟୁତ ବ୍ୟବହାର ବଢ଼ିବାରେ ଲାଗିଛି। ଏଥି ସହିତ, ତାତି ବଢ଼ିବା ଯୋଗୁ ୨୪ ବିଦ୍ୟୁତ ଯୋଗାଣ ଜରୁରୀ ହୋଇ ପଡ଼ିଛି।

ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ଏବଂ ମଧ୍ୟ ଭାରତର ଅଧିକାଂଶ ଅଞ୍ଚଳରେ ଏପ୍ରିଲରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ହେବ। ତେଣୁ ବିଦ୍ୟୁତ ଚାହିଦା ବଢ଼ିବା ନିଶ୍ଚିତ।

ବହୁ ବର୍ଷ ପରେ ଦେଶର ପ୍ରମୁଖ ଶିଳ୍ପ ଗଡ଼ ମହାରାଷ୍ଟ୍ରରେ ଏବେ ବଡ ଧରଣର ଶକ୍ତି ସଙ୍କଟ ଦେଖାଦେଇଛି। ଏଠାରେ ଚାହିଦା ଠାରୁ ୨୫୦୦ ମେଗାୱାଟ ବିଦ୍ୟୁତ୍‌ ଶକ୍ତି କମ ରହିଛି। ରାଜ୍ୟରେ ୨୮୦୦୦ ମେଗାୱାଟର ରେକର୍ଡ ଚାହିଦା ରହିଛି। ଯାହା ଗତ ବର୍ଷ ତୁଳନାରେ ୪୦୦୦ମେଗାୱାଟ ଅଧିକ।

ସରକାରୀ ତଥ୍ୟ ଅନୁଯାୟୀ, ଝାଡ଼ଖଣ୍ଡ, ବିହାର, ହରିୟାଣା ଏବଂ ଉତ୍ତରପ୍ରଦେଶର ଚାହିଦାଠାରୁ ତିନି ପ୍ରତିଶତ କମ ବିଦ୍ୟୁତ୍‌ ଉପଲବ୍ଧ ହେଉଛି।

ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ନାଟକ, ବିହାର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନାରେ କୋଇଲା ଅଭାବ ଦେଖାଦେଇଛି। ଗୋଟିଏ ସପ୍ତାହରେ ବିଦ୍ୟୁତ୍‌ ଚାହିଦା ୧.୪ ପ୍ରତିଶତ ବୃଦ୍ଧି ପାଇଛି।

ଉତ୍ତରପ୍ରଦେଶରେ ପ୍ରାୟ ୨୨ ହଜାର ମେଗାୱାଟ ବିଦ୍ୟୁତ ଚାହିଦା ରହିଛି। ମାତ୍ର ଏଠାରେ ପ୍ରାୟ ୨୦ ହଜାର ମେଗାୱାଟ ବିଦ୍ୟୁତ୍‌ ଉପଲବ୍ଧ ହେଉଛି। ରାଜ୍ୟରେ ଥିବା ୟୁନିଟ ଗୁଡିକ ୪୫୮୭ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି । ୭୭୦୩ ମେଗାୱାଟ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି।

ଚାରିରୁ ପାଞ୍ଚ ଦିନ କୋଇଲା ଅନପାରା, ଓବ୍ରା ପ୍ରୋଜେକ୍ଟରେ ମହଜୁଦ୍‌ ରହିଛି। ଉତ୍ତରପ୍ରଦେଶ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମର ବୃହତ୍ତମ ୨୬୩୦ ମେଗାୱାଟ ଅନପାରା ପ୍ରକଳ୍ପକୁ ରେଳ ରୋକ ଠାରୁ କୋଇଲା ଯୋଗାଣ ଆରମ୍ଭ ହୋଇପାରି ନାହିଁ। ଏଠାରେ ପ୍ରତିଦିନ ୪୦ ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ।

ସିଜିଏମ୍‌ ଆରସି ଶ୍ରୀବାସ୍ତବ କହିଛନ୍ତି, ଏମ୍‌ଜିଆର୍‌ରୁ ପ୍ରତିଦିନ ତିରିଶ ହଜାର ମେଟ୍ରିକ ଟନ କୋଇଲା ଉପଲବ୍ଧ ହେଉଛି। ରେଳ ର଼୍ୟାକ ଠାରୁ ଯୋଗାଣ ଆରମ୍ଭ କରିବାକୁ ପ୍ରୟାସ ଚାଲିଛି। ଓବ୍ରା ପ୍ରୋଜେକ୍ଟରେ ମାତ୍ର ୪ରୁ ୫ ଦିନ କୋଇଲା ଗଚ୍ଛିତ ରହିଛି। ପ୍ରକୃତପକ୍ଷେ ୧୫ ଦିନର ଷ୍ଟକ ରହିବା ଆବଶ୍ୟକ। ଓବ୍ରା ପ୍ରୋଜେକ୍ଟର ପ୍ରତ୍ୟେକ ୨୦୦ ମେଗାୱାଟର ମୋଟ ପାଞ୍ଚଟି ୟୁନିଟ ମଧ୍ୟରୁ ଚାରିଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିଛି। ସିଜିଏମ ଦୀପକ କୁମାର କହିଛନ୍ତି, ଦୈନିକ ଚାରିଟି କୋଇଲା ର଼୍ୟାକ୍‌ ଆବଶ୍ୟକ। କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ର଼୍ୟାକ୍‌ ଉପଲବ୍ଧ ହେଉଛି। ଏହା ଯୋଗୁ ଅଧିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଅଛି।

କୋଇଲା ସଙ୍କଟର ମୁକାବିଲା ତଥା ବିଦ୍ୟୁତ୍‌ ଉତ୍ପାଦନ ଜାରି ରଖିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ବୁଧବାର କହିଛନ୍ତି ଯେ ଖଣି ନିକଟରେ ଥିବା କାରଖାନା ପାଇଁ କୋଇଲା ସଂଯୋଗ ଉପରେ କେନ୍ଦ୍ର ସରକାର ୨୫ ପ୍ରତିଶତ ଟୋଲ ସୁବିଧା ପ୍ରଦାନ କରିବେ। ଆମଦାନୀ ହୋଇଥିବା କୋଇଲା ଚାଳିତ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଉପରେ ଏକ ସମୀକ୍ଷା ବୈଠକ ପରେ ସିଂ କହିଛନ୍ତି ଯେ କୋଇଲା ପରିବହନ ଦ୍ୱାରା ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ କରିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri