ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍ ବିଭାଗ। ଗଞ୍ଜାମ ସହର ସାନ ବଜାର ଅଞ୍ଚଳ ଦୈନଦିନ ଖୁଣ୍ଟରୁ ହୁକ ପକାଇ ପାଣି ମଟର ଚାଲୁଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟର ବିଷୟ ବୋଲି ଚର୍ଚ୍ଚା ହେଉଛି। ଯାହା ଇଲେକ୍ଟ୍ରି କର୍ତ୍ତୃପକ୍ଷଙ୍କ ପାରିବାପଣିଆକୁ ପଦାରେ ପକାଇଛି। ବିଭିନ୍ନ ସମୟରେ ଗରିବ ଜନସାଧାରଣଙ୍କ ଉପରେ ଇଲେକ୍ଟ୍ରି ବିଭାଗ କର୍ତ୍ତୃପକ୍ଷ ଦାଉ ସାଧୁଥିବା ବେଳେ ବନ୍ଦଥିବା ଘରୁ ମନଇଛା ବିଲ୍ ଆସୁଥିବା ଅଭିଯୋଗ ହେଉଛି। କାମ କମ୍ ସେପଟେ ସରକାରଙ୍କ ଦରମା ପାଇ ଜୀବନକୁ ଉପଭୋଗ କରୁଛନ୍ତି ବିଦ୍ୟୁତ୍ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ।