ଭୁବନେଶ୍ୱର,୧୭ା୬(ଅନିଲ ଦାସ) ଅସମ୍ଭାଳ ହେଉଛି ଗରମ ଓ ଗୁଳୁଗୁଳି। ଏଭଳି ସ୍ଥଳେ ବିଦ୍ୟୁତ୍ କାଟ ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକେ। ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ଓ ଲୋ-ଭୋଲ୍ଟେଜକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟୁତ୍ ବିଭ୍ରାଟକୁ ନେଇ ସାଧାରଣ ଲୋକେ ତାତିଲେଣି। କେଉଁଠି ବିଦ୍ୟୁତ୍ କାର୍ଯ୍ୟାଳୟ ଆଗରେ ରାଜନୈତିକ ଦଳ ବିକ୍ଷୋଭ କଲେଣି ତ ପୁଣି କେଉଁଠି ଉପଭୋକ୍ତାମାନେ ଟ୍ରାନ୍ସଫର୍ମରକୁ ଭଙ୍ଗାରୁଜା କରୁଛନ୍ତି। ଗରମଠାରୁ ଅଘୋଷିତ ବିଦ୍ୟୁତ୍ କାଟ ବଳିଯାଇଛି। ଗାଁ କି ସହର କିଛି ବି ବାଦ୍ ପଡୁନି। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ହେଉଥିବା ଅନ୍ତର୍ଜାତୀୟ ଫୁଟ୍ବଲ ମ୍ୟାଚ ବେଳେ ମଧ୍ୟ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅପମାନିତ ହେବାକୁ ପଡ଼ିଛି। ରାଜ୍ୟବାସୀଙ୍କୁ ଉନ୍ନତମାନର ଓ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୨୦୨୦ରୁ ଟାଟା ପାଓ୍ବାରକୁ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଦ୍ୟୁତ୍ ବ୍ୟବସ୍ଥାରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଉଛି। ରାଜ୍ୟ ସରକାର ଏହି ସମୟରେ ବିଭିନ୍ନ ଯୋଜନାରେ ଭିତ୍ତିଭୂମି ସୁଧାରିବା ପାଇଁ ପ୍ରାୟ ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରି ସାରିଲେଣି।
ବାରମ୍ବାର ବିଦ୍ୟୁତ୍ ବିଭ୍ରାଟକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟାଟା ପାଓ୍ବାର ସିଇଓଙ୍କୁ ଲୋକସେବା ଭବନ ଡାକି ତାଗିଦ୍ କରିଥିଲେ। ବିଦ୍ୟୁତ୍ କାଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ବହୁ ସଂଖ୍ୟାରେ ଅଭିଯୋଗ ଆସୁଛି। ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାକୁ ସିଏମ୍ଓ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି। ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ବିଭିନ୍ନ ସଙ୍ଗଠନ ସରକାରଙ୍କୁ ଘେରିଛନ୍ତି। ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ ନ ହେଲେ ରାଜରାସ୍ତାରେ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛନ୍ତି।
୧୯୯୯ରୁ ଆଜି ଯାଏ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ଯେଉଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ତାହାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର। ଟାଟା ପାଓ୍ବାର ଯେଉଁ ମନମାନୀ କରୁଛି ସରକାର ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହା ବନ୍ଦ ନ ହେଲେ ଅଘୋଷିତ ବିଦ୍ୟୁତ୍ କାଟ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସମାବେଶ କରାଯିବ ବୋଲି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଆବାହକ ରବି ବେହେରା କହିଛନ୍ତି।
ସେହିପରି ନିଖିଳ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ମହାସଂଘ ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ କହିଛନ୍ତି, ଲୋକମାନଙ୍କୁ ଉନ୍ନତମାନର ବିଦ୍ୟୁତ୍ ମିଳିପାରୁ ନାହିଁ। ଲୋ-ଭୋଲ୍ଟେଜ ସମସ୍ୟା ବଢ଼ିବାରେ ଲାଗିଛି। ବହୁ ପୁରୁଣା କଣ୍ଡକ୍ଟରକୁ ପରିବର୍ତ୍ତନ କରାଯାଉ ନାହିଁ। ବିଦ୍ୟୁତ୍ ବଣ୍ଟନ କମ୍ପାନୀ କେବଳ ବିଦ୍ୟୁତ୍ ବିଲ୍ ଆଦାୟରେ ବ୍ୟସ୍ତ ରହୁଛି। ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ନିହାତି ଦରକାର ବୋଲି ସେ କହିଛନ୍ତି।
ବାରମ୍ବାର ଅଘୋଷିତ ବିଜୁଳି କାଟ ହେଉଛି। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଦ୍ୟୁତ୍ ଉପଭୋକ୍ତା ସଂଘ ଚେତାବାନୀ ଦେଇଛି। ସଂଘ ପକ୍ଷରୁ କୁଜଙ୍ଗ ବିଦ୍ୟୁତ୍ ସବ୍ଡିଭିଜନରେ ଏସ୍ଡିଓ ମନୋଜ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଏନେଇ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ଆସନ୍ତା ୧ ସପ୍ତାହ ମଧ୍ୟରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସଂଘର ଆବାହକ ବାବୁରାମ ଚୌଧୁରୀ ଓ ନବନିର୍ମାଣ କୃଷକ ସଙ୍ଗଠନର ବ୍ଲକ ସଂଯୋଜକ ବିଭୂତି ଭୂଷଣ ଜେନା ଚେତାବନୀ ଦେଇଛନ୍ତି।
୨୦୨ ରନ୍ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍ରେ ଆରସିବିର ନୂଆ ରେକର୍ଡ
ବେଙ୍ଗାଲୁର,୨୮।୩: ଆଇପିଏଲ୍ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…
ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ
ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…
ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!
ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…
ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ସସ୍ପେଣ୍ଡ
ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍ପେଣ୍ଡ କରାଯାଇଥିବା ଏସ୍ପି ଶନିବାର…
ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ
ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…
ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ
ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…
ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…
କବାଡ଼ି ପ୍ରିମିୟର ଲିଗ୍ ସିଜନ-୨ ଆରମ୍ଭ
ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍ଘାଟିତ ହୋଇଯାଇଛି। ଜିଲା…
Archives

