ଭୁବନେଶ୍ୱର,୧୭ା୬(ଅନିଲ ଦାସ) ଅସମ୍ଭାଳ ହେଉଛି ଗରମ ଓ ଗୁଳୁଗୁଳି। ଏଭଳି ସ୍ଥଳେ ବିଦ୍ୟୁତ୍ କାଟ ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକେ। ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ଓ ଲୋ-ଭୋଲ୍ଟେଜକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟୁତ୍ ବିଭ୍ରାଟକୁ ନେଇ ସାଧାରଣ ଲୋକେ ତାତିଲେଣି। କେଉଁଠି ବିଦ୍ୟୁତ୍ କାର୍ଯ୍ୟାଳୟ ଆଗରେ ରାଜନୈତିକ ଦଳ ବିକ୍ଷୋଭ କଲେଣି ତ ପୁଣି କେଉଁଠି ଉପଭୋକ୍ତାମାନେ ଟ୍ରାନ୍ସଫର୍ମରକୁ ଭଙ୍ଗାରୁଜା କରୁଛନ୍ତି। ଗରମଠାରୁ ଅଘୋଷିତ ବିଦ୍ୟୁତ୍ କାଟ ବଳିଯାଇଛି। ଗାଁ କି ସହର କିଛି ବି ବାଦ୍ ପଡୁନି। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ହେଉଥିବା ଅନ୍ତର୍ଜାତୀୟ ଫୁଟ୍ବଲ ମ୍ୟାଚ ବେଳେ ମଧ୍ୟ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅପମାନିତ ହେବାକୁ ପଡ଼ିଛି। ରାଜ୍ୟବାସୀଙ୍କୁ ଉନ୍ନତମାନର ଓ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୨୦୨୦ରୁ ଟାଟା ପାଓ୍ବାରକୁ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଦ୍ୟୁତ୍ ବ୍ୟବସ୍ଥାରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଉଛି। ରାଜ୍ୟ ସରକାର ଏହି ସମୟରେ ବିଭିନ୍ନ ଯୋଜନାରେ ଭିତ୍ତିଭୂମି ସୁଧାରିବା ପାଇଁ ପ୍ରାୟ ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରି ସାରିଲେଣି।
ବାରମ୍ବାର ବିଦ୍ୟୁତ୍ ବିଭ୍ରାଟକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟାଟା ପାଓ୍ବାର ସିଇଓଙ୍କୁ ଲୋକସେବା ଭବନ ଡାକି ତାଗିଦ୍ କରିଥିଲେ। ବିଦ୍ୟୁତ୍ କାଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ବହୁ ସଂଖ୍ୟାରେ ଅଭିଯୋଗ ଆସୁଛି। ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାକୁ ସିଏମ୍ଓ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି। ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ବିଭିନ୍ନ ସଙ୍ଗଠନ ସରକାରଙ୍କୁ ଘେରିଛନ୍ତି। ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ ନ ହେଲେ ରାଜରାସ୍ତାରେ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛନ୍ତି।
୧୯୯୯ରୁ ଆଜି ଯାଏ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ଯେଉଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ତାହାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର। ଟାଟା ପାଓ୍ବାର ଯେଉଁ ମନମାନୀ କରୁଛି ସରକାର ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହା ବନ୍ଦ ନ ହେଲେ ଅଘୋଷିତ ବିଦ୍ୟୁତ୍ କାଟ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସମାବେଶ କରାଯିବ ବୋଲି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଆବାହକ ରବି ବେହେରା କହିଛନ୍ତି।
ସେହିପରି ନିଖିଳ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ମହାସଂଘ ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ କହିଛନ୍ତି, ଲୋକମାନଙ୍କୁ ଉନ୍ନତମାନର ବିଦ୍ୟୁତ୍ ମିଳିପାରୁ ନାହିଁ। ଲୋ-ଭୋଲ୍ଟେଜ ସମସ୍ୟା ବଢ଼ିବାରେ ଲାଗିଛି। ବହୁ ପୁରୁଣା କଣ୍ଡକ୍ଟରକୁ ପରିବର୍ତ୍ତନ କରାଯାଉ ନାହିଁ। ବିଦ୍ୟୁତ୍ ବଣ୍ଟନ କମ୍ପାନୀ କେବଳ ବିଦ୍ୟୁତ୍ ବିଲ୍ ଆଦାୟରେ ବ୍ୟସ୍ତ ରହୁଛି। ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ନିହାତି ଦରକାର ବୋଲି ସେ କହିଛନ୍ତି।
ବାରମ୍ବାର ଅଘୋଷିତ ବିଜୁଳି କାଟ ହେଉଛି। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଦ୍ୟୁତ୍ ଉପଭୋକ୍ତା ସଂଘ ଚେତାବାନୀ ଦେଇଛି। ସଂଘ ପକ୍ଷରୁ କୁଜଙ୍ଗ ବିଦ୍ୟୁତ୍ ସବ୍ଡିଭିଜନରେ ଏସ୍ଡିଓ ମନୋଜ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଏନେଇ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ଆସନ୍ତା ୧ ସପ୍ତାହ ମଧ୍ୟରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସଂଘର ଆବାହକ ବାବୁରାମ ଚୌଧୁରୀ ଓ ନବନିର୍ମାଣ କୃଷକ ସଙ୍ଗଠନର ବ୍ଲକ ସଂଯୋଜକ ବିଭୂତି ଭୂଷଣ ଜେନା ଚେତାବନୀ ଦେଇଛନ୍ତି।
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
Archives


