କାରଖାନା ପରିସରରେ ଚାଲିବ ବୈଦ୍ୟୁତିକ ଯାନ

ଭୁବନେଶ୍ୱର,୨୭।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଗୋ ଗ୍ରୀନ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ଜେଏସ୍‌ପି ଅନୁଗୋଳ ଇସ୍ପାତ କାରଖାନା ପରିସରରେ ଉକ୍ତ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜେଏସ୍‌ପି ଅନୁଗୋଳ କାରଖାନା ପରିସରରେ ଗମନାଗମନ ପାଇଁ ୧୦ଟି ଇଲେକ୍ଟ୍ରିକ୍‌ ବସ୍‌ ଏବଂ ୨୭ଟି ଇଲେକ୍ଟ୍ରିକ୍‌ ଭେଇକିଲ (ଇଭି) ନିୟୋଜିତ ହୋଇଛି। ଅପରପକ୍ଷରେ ପରିବେଶର ନିରନ୍ତରତା ଏବଂ ଡିକାର୍ବୋନାଇଜେଶନ ପ୍ରୟାସ ପ୍ରତି ଜେଏସ୍‌ପିର ପ୍ରତିବଦ୍ଧତା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏହି ଅବସରରେ ଜେଏସ୍‌ପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଇଲେକ୍ଟ୍ରିକ୍‌ ଯାନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ପରିବେଶର ନିରନ୍ତରତା ପାଇଁ ଜେଏସ୍‌ପିର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେହିଭଳି ଜେଏସ୍‌ପିରେ ଆମେ ନିରନ୍ତର ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷା ପାଇଁ ସର୍ବଦା ପ୍ରୟାସରତ ଥିବାବେଳେ ପ୍ଲାଣ୍ଟ ପରିସରରେ ଇଭି ଯାନର ପ୍ରଚଳନ ଏବଂ ଅନୁଗୋଳ ୟୁନିଟ୍‌ରେ ବ୍ୟାପକ ସୌରଶକ୍ତି ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ସହିତ ନେଟ୍‌ ଜିରୋ ହାସଲ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ବଚ୍ଛ ଏବଂ ସବୁଜ ପୃଥିବୀ ନିର୍ମାଣ ଦିଗରେ ଆମର ପ୍ରତିବଦ୍ଧତାକୁ ପୂରଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜିନ୍ଦଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିପରି ଜେଏସ୍‌ପି ଅନୁଗୋଳ କାରଖାନା ପରିସରରେ ମୋଟ ୨୭ଟି ଇଲେକ୍ଟ୍ରିକ୍‌ ବସ୍‌ ଓ ୪୫ଟି ଇଲେକ୍ଟ୍ରିକ୍‌ ଏସ୍‌ୟୁଭି ଯାନ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି। ଉପରୋକ୍ତ ସଂଖ୍ୟକ ସମସ୍ତ ଯାନ ଶୂନ୍ୟ-ନିର୍ଗମନ ବା ଜିରୋ ଏମିଶନ୍‌ ଯାନ ଭାବେ କାର୍ଯ୍ୟକ୍ଷମ ହେବ। ଏହି ପରିବର୍ତ୍ତନ କାରଖାନାସ୍ତରରେ କାର୍ବନ ନିର୍ଗମନକୁ ହ୍ରାସ କରିବା ସହ କାରଖାନା ପରିସରରେ ଦୁଇଚକିଆ ଯାନର ବ୍ୟବହାରକୁ ଦୂର କରିବା ସହ ପରିଚାଳନାଗତ ନିରାପତ୍ତା ମଧ୍ୟ ବୃଦ୍ଧି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri