ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର ୪ ଆସନ ରହିଛି। ବୁଧବାର ଭାରତର ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ପ୍ରେସ୍ ନୋଟ୍ ଜାରି କରାଯାଇଛି। ଆୟୋଗଙ୍କ ପକ୍ଷରୁ ଅନୁଶାସନ ସଚିବ ରାଜେଶ କୁମାର ସିଂ ଦର୍ଶାଇଛନ୍ତି, ଦେଶର ୧୦ଟି ରାଜ୍ୟରେ ୩୭ଜଣ ଏମ୍ପିଙ୍କ ଅବଧି ଏପ୍ରିଲରେ ଶେଷ ହେଉଛି। ଏହି ପଦ ପୂରଣ ପାଇଁ ଫେବୃଆରୀ ୨୬ରେ ବିଜ୍ଞପ୍ତି ଜାରିହେବ। ମାର୍ଚ୍ଚ ୫ରେ ନାମାଙ୍କନପତ୍ର ଦାଖଲ କରିବାକୁ ଦିନ ଧାର୍ଯ୍ୟ ହୋଇଥିବାବେଳେ ୬ରେ ଯାଞ୍ଚ ଏବଂ ୯ରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମାର୍ଚ୍ଚ ୧୬ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ୫ଟା ପର୍ଯ୍ୟନ୍ତ ଗଣନା କରାଯିବ। ୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ରାଜେଶ ସୂଚନା ଦେଇଛନ୍ତି। ପ୍ରିଲ ୨ରେ ଓଡ଼ିଶାର ଏମ୍ପି ମମତା ମହାନ୍ତ, ମୁଜିବୁଲ୍ଲା ଖାନ୍, ସୁଜିତ କୁମାର ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ପୂରଣ ହେଉଛି। ଏହି ୪ ଆସନରେ ନିର୍ବାଚନ ହେବ।
ମହାରାଷ୍ଟ୍ରର ୭ଜଣ ଏମ୍ପିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ସେମାନଙ୍କ ମଧ୍ୟରେ କରଡ ଡ. ଭଗଓ୍ବତ୍ କିସନରାଓ, ଖାନ୍ ଡ. ଫଉଜୀ ତେହସିନ ଅହମ୍ମଦ, ଚତୁର୍ବେଦୀ ପ୍ରିୟଙ୍କା ବିକ୍ରମ,ପାଓ୍ବାର ସାରଦଚନ୍ଦ୍ର ଗୋବିନ୍ଦ ରାଓ, ପାଟିଲ ଦୈରଶୀଳ ମୋହନ,ପାଟିଲ ରଜନୀ ଅଶୋକରାଓ, ଆଠଓ୍ବାଲେ ରାମଦାସ ବନ୍ଦୁ ରହିଥିବାବେଳେ ତାମିଲନାଡୁର ଏନ୍. ଆର୍. ଇଲାଙ୍ଗୋ, ପି.ସେଲଭାରସୁ, ଏମ୍.ଥାମ୍ବିଦୁରାଇ, ତିରୁଚି ସିବ, ଡ. କାନିମୋଝି ଏନ୍ଭିଏନ୍ ସୋମୁ, ଜି.କେ. ଭାସନ, ପଶ୍ଚିମବଙ୍ଗର ସକେତ ଗୋଖଲେ, ରୀତାବ୍ରତ ବାନାର୍ଜୀ, ଏହି ୪ ଆସନରେ ନିର୍ବାଚନ ହେବ। ମହାରାଷ୍ଟ୍ରର ୭ଜଣ ଏମ୍ପିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ସେମାନଙ୍କ ମଧ୍ୟରେ କରଡ ଡ. ଭଗଓ୍ବତ୍ କିସନରାଓ, ଖାନ୍ ଡ. ଫଉଜୀ ତେହସିନ ଅହମ୍ମଦ, ଚତୁର୍ବେଦୀ ପ୍ରିୟଙ୍କା ବିକ୍ରମ,ପାଓ୍ବାର ସାରଦଚନ୍ଦ୍ର ଗୋବିନ୍ଦ ରାଓ, ପାଟିଲ ଦୈରଶୀଳ ମୋହନ, ପାଟିଲ ରଜନୀ ଅଶୋକରାଓ, ଆଠଓ୍ବାଲେ ରାମଦାସ ବନ୍ଦୁ ରହିଥିବାବେଳେ ତାମିଲନାଡୁର ଏନ୍. ଆର୍. ଇଲାଙ୍ଗୋ, ପି.ସେଲଭାରସୁ, ଏମ୍.ଥାମ୍ବିଦୁରାଇ, ତିରୁଚି ସିବ, ଡ. କାନିମୋଝି ଏନ୍ଭିଏନ୍ ସୋମୁ, ଜି.କେ. ଭାସନ, ପଶ୍ଚିମବଙ୍ଗର ସକେତ ଗୋଖଲେ, ରୀତାବ୍ରତ ବାନାର୍ଜୀ, ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ, ମଉସମ ନୁର୍, ସୁବ୍ରତ ବକ୍ସି, ଆସାମର ରାମେଶ୍ୱର ନେଲି, ଭୁବନେଶ୍ୱର କଲିତା, ଅଜିତ କୁମାର ଭୂୟାଁ, ବିହାରର ଅମରେନ୍ଦ୍ର ଧରି ସିଂ, ପ୍ରେମଚାନ୍ଦ ଗୁପ୍ତା, ରାମନନାଥ ଠାକୁର, ଉପେନ୍ଦ୍ର ଖୁସ୍ଓ୍ବାହା, ହରିବଂଶ ନାରାୟଣ ସିଂ, ଛତିଶଗଡ଼ର କବି ତେଜପାଲ ସିଂ ତୁଲସୀ, ଫଉଲୋଦେବୀ ନେତମ, ହରିୟାଣାର କିରଣ ଚୌଧରୀ, ରାମଚନ୍ଦେର ଜଙ୍ଗରା, ହିମାଚଳ ପ୍ରଦେଶର ଇନ୍ଦୁବାଳା ଗୋସ୍ବାମୀ, ତେଲଙ୍ଗାନାର ଡ. ଅଭିଷେକ ମନୁ ସିଂଙ୍ଗଭୀ ଏବଂ କେ. ଆର୍. ସୁରେଶ ରେଡ୍ଡୀ ରହିଛନ୍ତି।
ଅନୁ ସଚିବ ଦର୍ଶାଇଛନ୍ତି, ଏହି ନିର୍ବାଚନ ପ୍ରକ୍ରିୟା ବେଳେ ରିଟନର୍ିଂ ଅଫିସରମାନେ ପ୍ରଦତ୍ତ କରିଥିବା କେବଳ ବାଇଗଣୀ ରଙ୍ଗର ସ୍କେଚ୍ ପେନ୍କୁ ବାଲାଟ ପେପରରେ ବ୍ୟବହାର କରାଯିବ। ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଯେଭଳି ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ତୀକ୍ଷ୍ଣ ଭାବେ ନିରୀକ୍ଷଣ କରିବେ ସେଥିପ୍ରତି ଦୃଷ୍ଟିଦେବାକୁ ଇସିଆଇ ନିର୍ଦ୍ଦେଶ ଦେଇଥିବା ରାଜେଶ କୁମାର ଦର୍ଶାଇଛନ୍ତି।