Posted inଜାତୀୟ

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ ଚିନ୍ତାଧାରା ଆଦିର ବର୍ଣ୍ଣନା ଦେଖିବାକୁ ମିଳେ। ସେଗୁଡ଼ିକ ମଧ୍ୟରୁ ‘ଦି କେରଲା ଷ୍ଟୋରି’, ‘ବୀର ସଭରକର’ ଏବଂ ‘ଆର୍ଟିକିଲ୍‌ ୩୭୦’ ଅନ୍ୟତମ। କଶ୍ମୀରକୁ ଆଧାର କରି ନିର୍ମିତ ଏହି ଚଳଚ୍ଚିତ୍ରଗୁଡ଼ିକ ବହୁଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା। କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କ ୨୦୧୯ର ନିଷ୍ପତ୍ତିକୁ ଆଧାର କରି ଚଳଚ୍ଚିତ୍ର ‘ଆର୍ଟିକିଲ୍‌ ୩୭୦’ ନିର୍ମାଣ ହୋଇଥିଲା। ଫେବୃଆରୀରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବା ବେଳେ ଏହା ପଛରେ ସରକାରଙ୍କ ପ୍ରଚାର ଉଦ୍ଦେଶ୍ୟ ରହିଥିବା ଅନେକେ ସମାଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସେଗୁଡ଼ିକୁ ଯଥାର୍ଥ ଦର୍ଶାଇବାକୁ ଚଳଚ୍ଚିତ୍ରରେ ଉଦ୍ୟମ ହୋଇଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଶୀର୍ଷ ଭାଜପା ନେତାମାନେ ଉକ୍ତ ଚଳଚ୍ଚିତ୍ରକୁ ପ୍ରଶଂସା କରିଥିଲେ। ୨୦ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ର ବିଭିନ୍ନ ଦେଶରେ ପ୍ରଦର୍ଶିତ ହୋଇଥିଲା।

ଏହି ଚଳଚ୍ଚିତ୍ର ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ କ୍ଷମତାକୁ ଆସିବା ପରେ ସରକାରଙ୍କ ନୀତିକୁ ଆଧାର କରି ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ତେବେ ଗତ ୪ ବର୍ଷ ମଧ୍ୟରେ ନିର୍ମିତ କେତେକ ଚଳଚ୍ଚିତ୍ର ସ୍ପଷ୍ଟ ଭାବେ ପ୍ରଚାରଧର୍ମୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୧୯ରେ ମୋଦିଙ୍କ ଜୀବନୀ ଆଧାରରେ ‘ମୋଦି ବାୟୋପିକ୍‌’ ନିର୍ମାଣ ହୋଇଥିଲା। ଭାଜପା ହିନ୍ଦୁ ଜାତୀୟତାବାଦ ବିଚାରଧାରାକୁ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ କରିଛି। ବିଂଶ ଶତାବ୍ଦୀର ବିବାଦୀୟ ହିନ୍ଦୁ ଜାତୀୟତାବାଦୀ ନେତା ବୀର ସଭରକରଙ୍କ ଜୀବନୀ ଉପରେ ନିର୍ମିତ ବାୟୋପିକ୍‌ରେ ମଧ୍ୟ ପ୍ରଚାରଧର୍ମୀ ଥିଲା। ଯଦି ମହାତ୍ମା ଗାନ୍ଧୀ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ନ ଥାନ୍ତେ, ତେବେ ଯଥେଷ୍ଟ ପୂର୍ବରୁ ଦେଶ ବ୍ରିଟିଶ ଶାସନରୁ ସ୍ବାଧୀନ ହୋଇଥାନ୍ତା ବୋଲି ସଭରକରଙ୍କ ଦାବିକୁ ଏଥିରେ ସଂଳାପ ଭାବେ ଉପସ୍ଥାପନ କରାଯାଇଥିଲା। ସେହିପରି କଶ୍ମୀରୀ ପଣ୍ଡିତମାନଙ୍କ ଗଣହତ୍ୟା ଉପରେ ନିର୍ମିତ ‘ଦି କଶ୍ମୀର ଫାଇଲ୍‌’ ଚଳଚ୍ଚିତ୍ର ମୁସଲମାନଙ୍କ ପ୍ରତି ତୀବ୍ର ଘୃଣାଭାବ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଅଭିଯୋଗ ହୋଇଥିଲା। ବିଚାରଧାରାକୁ ପ୍ରଭାବିତ କରିବା ପାଇଁ ସିନେମାକୁ ଅସ୍ତ୍ର କରାଯାଉଛି, ଯାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ସିନେ କ୍ରିଟିକ୍‌ ନନ୍ଦିନୀ ରାମନାଥ କହିଛନ୍ତି।

ତୃତୀୟ ଥର ପାଇଁ କ୍ଷମତା ଦଖଲ ଲକ୍ଷ୍ୟ ରଖିଥିବାବେଳେ ସିନେମା ହଲ୍‌ଗୁଡ଼ିକ ଏହି ଦଳ ପାଇଁ ର଼୍ୟାଲି ପଏଣ୍ଟରେ ପରିଣତ ହୋଇଛି, ଯାହା ଏହା ସପକ୍ଷରେ ରାଜନୈତିକ ମାହୋଲ ସୃଷ୍ଟି କରୁଛି। ଚଳିତ ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିଥିବା ‘ଫାଇଟର’ରେ ଅଖଣ୍ଡ ଭାରତର ପ୍ରତିଶ୍ରୁତି ଦିଆଯାଇଥିବାବେଳେ ସେଥିରେ ପୁଲ୍‌ଓ୍ବାମା ଆକ୍ରମଣ ଓ ଏହାର ପରିଣାମରେ ବାଲାକୋଟ୍‌ ଷ୍ଟ୍ରାଇକ୍‌ ବିଷୟ ମଧ୍ୟ ରହିଥିଲା। ଗତ ମାର୍ଚ୍ଚରେ ମାଓବାଦୀ ହିଂସାକୁ ନେଇ ‘ନକ୍ସଲ ଷ୍ଟୋରି’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

ଶ୍ବଶୁର ଘରୁ ମିଳିଥିବା ସମ୍ପତ୍ତି ଉପରେ ନାହିଁ ଜ୍ବାଇଁଙ୍କ ଅଧିକାର, ପ୍ରକୃତ ଉତ୍ତରାଧିକାରୀ କିଏ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୩୧ା୩: ଶାଶୁଘର ସମ୍ପତ୍ତି ଉପରେ ଜ୍ବାଇଁର କୌଣସି ଅଧିକାର ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଯଦି ଜଣେ ହିନ୍ଦୁ ମହିଳା…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri