Posted inଜାତୀୟ

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ ଚିନ୍ତାଧାରା ଆଦିର ବର୍ଣ୍ଣନା ଦେଖିବାକୁ ମିଳେ। ସେଗୁଡ଼ିକ ମଧ୍ୟରୁ ‘ଦି କେରଲା ଷ୍ଟୋରି’, ‘ବୀର ସଭରକର’ ଏବଂ ‘ଆର୍ଟିକିଲ୍‌ ୩୭୦’ ଅନ୍ୟତମ। କଶ୍ମୀରକୁ ଆଧାର କରି ନିର୍ମିତ ଏହି ଚଳଚ୍ଚିତ୍ରଗୁଡ଼ିକ ବହୁଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା। କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କ ୨୦୧୯ର ନିଷ୍ପତ୍ତିକୁ ଆଧାର କରି ଚଳଚ୍ଚିତ୍ର ‘ଆର୍ଟିକିଲ୍‌ ୩୭୦’ ନିର୍ମାଣ ହୋଇଥିଲା। ଫେବୃଆରୀରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବା ବେଳେ ଏହା ପଛରେ ସରକାରଙ୍କ ପ୍ରଚାର ଉଦ୍ଦେଶ୍ୟ ରହିଥିବା ଅନେକେ ସମାଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସେଗୁଡ଼ିକୁ ଯଥାର୍ଥ ଦର୍ଶାଇବାକୁ ଚଳଚ୍ଚିତ୍ରରେ ଉଦ୍ୟମ ହୋଇଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଶୀର୍ଷ ଭାଜପା ନେତାମାନେ ଉକ୍ତ ଚଳଚ୍ଚିତ୍ରକୁ ପ୍ରଶଂସା କରିଥିଲେ। ୨୦ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ର ବିଭିନ୍ନ ଦେଶରେ ପ୍ରଦର୍ଶିତ ହୋଇଥିଲା।

ଏହି ଚଳଚ୍ଚିତ୍ର ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ କ୍ଷମତାକୁ ଆସିବା ପରେ ସରକାରଙ୍କ ନୀତିକୁ ଆଧାର କରି ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ତେବେ ଗତ ୪ ବର୍ଷ ମଧ୍ୟରେ ନିର୍ମିତ କେତେକ ଚଳଚ୍ଚିତ୍ର ସ୍ପଷ୍ଟ ଭାବେ ପ୍ରଚାରଧର୍ମୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୧୯ରେ ମୋଦିଙ୍କ ଜୀବନୀ ଆଧାରରେ ‘ମୋଦି ବାୟୋପିକ୍‌’ ନିର୍ମାଣ ହୋଇଥିଲା। ଭାଜପା ହିନ୍ଦୁ ଜାତୀୟତାବାଦ ବିଚାରଧାରାକୁ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ କରିଛି। ବିଂଶ ଶତାବ୍ଦୀର ବିବାଦୀୟ ହିନ୍ଦୁ ଜାତୀୟତାବାଦୀ ନେତା ବୀର ସଭରକରଙ୍କ ଜୀବନୀ ଉପରେ ନିର୍ମିତ ବାୟୋପିକ୍‌ରେ ମଧ୍ୟ ପ୍ରଚାରଧର୍ମୀ ଥିଲା। ଯଦି ମହାତ୍ମା ଗାନ୍ଧୀ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ନ ଥାନ୍ତେ, ତେବେ ଯଥେଷ୍ଟ ପୂର୍ବରୁ ଦେଶ ବ୍ରିଟିଶ ଶାସନରୁ ସ୍ବାଧୀନ ହୋଇଥାନ୍ତା ବୋଲି ସଭରକରଙ୍କ ଦାବିକୁ ଏଥିରେ ସଂଳାପ ଭାବେ ଉପସ୍ଥାପନ କରାଯାଇଥିଲା। ସେହିପରି କଶ୍ମୀରୀ ପଣ୍ଡିତମାନଙ୍କ ଗଣହତ୍ୟା ଉପରେ ନିର୍ମିତ ‘ଦି କଶ୍ମୀର ଫାଇଲ୍‌’ ଚଳଚ୍ଚିତ୍ର ମୁସଲମାନଙ୍କ ପ୍ରତି ତୀବ୍ର ଘୃଣାଭାବ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଅଭିଯୋଗ ହୋଇଥିଲା। ବିଚାରଧାରାକୁ ପ୍ରଭାବିତ କରିବା ପାଇଁ ସିନେମାକୁ ଅସ୍ତ୍ର କରାଯାଉଛି, ଯାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ସିନେ କ୍ରିଟିକ୍‌ ନନ୍ଦିନୀ ରାମନାଥ କହିଛନ୍ତି।

ତୃତୀୟ ଥର ପାଇଁ କ୍ଷମତା ଦଖଲ ଲକ୍ଷ୍ୟ ରଖିଥିବାବେଳେ ସିନେମା ହଲ୍‌ଗୁଡ଼ିକ ଏହି ଦଳ ପାଇଁ ର଼୍ୟାଲି ପଏଣ୍ଟରେ ପରିଣତ ହୋଇଛି, ଯାହା ଏହା ସପକ୍ଷରେ ରାଜନୈତିକ ମାହୋଲ ସୃଷ୍ଟି କରୁଛି। ଚଳିତ ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିଥିବା ‘ଫାଇଟର’ରେ ଅଖଣ୍ଡ ଭାରତର ପ୍ରତିଶ୍ରୁତି ଦିଆଯାଇଥିବାବେଳେ ସେଥିରେ ପୁଲ୍‌ଓ୍ବାମା ଆକ୍ରମଣ ଓ ଏହାର ପରିଣାମରେ ବାଲାକୋଟ୍‌ ଷ୍ଟ୍ରାଇକ୍‌ ବିଷୟ ମଧ୍ୟ ରହିଥିଲା। ଗତ ମାର୍ଚ୍ଚରେ ମାଓବାଦୀ ହିଂସାକୁ ନେଇ ‘ନକ୍ସଲ ଷ୍ଟୋରି’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri