Posted inଜାତୀୟ

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ ପ୍ରଥମେ ଏକ ଖବରଦାତା ସମ୍ମିଳନୀ କରି ସାଧାରଣ ଲୋକଙ୍କ ନିକଟକୁ ତାଙ୍କ ସ୍ବାମୀଙ୍କ ବାର୍ତ୍ତା ପହଞ୍ଚାଇଥିଲେ। ଏହା ପରେ ସେ ରାଞ୍ଚିରେ ‘ଇଣ୍ଡିଆ ’ ମେଣ୍ଟର ରାଲିରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଥିଲେ। ଏବେ ସେ ଦିଲ୍ଲୀର ଆମ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀଙ୍କ ପାଇଁ ଏକ ରୋଡ ଶୋ’ କରିବାକୁ ଯାଉଛନ୍ତି।

ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୪ ଜଣ ପ୍ରାର୍ଥୀଙ୍କ ପାଇଁ ସୁନୀତା ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେ ଶନିବାର ଏବଂ ରବିବାର ଏକ ରୋଡ୍‌ ଶୋ’ ଆୟୋଜନ କରିବେ ଏବଂ ଦିଲ୍ଲୀର ୪ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ, ଯାହାର ଆରମ୍ଭ ପୂର୍ବ ଦିଲ୍ଲୀରୁ ହୋଇପାରେ। ପାର୍ଟି ସୂତ୍ରରୁ ଜଣାପଡ଼ିଛି ଯେ ସୁନୀତା ପ୍ରଥମେ କୋଣ୍ଡଲି ଅଞ୍ଚଳରେ ଏକ ରୋଡ ଶୋ’ କରିବେ। ଏହି ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ବିଧାୟକ କୁଲଦୀପ କୁମାର ନିର୍ବାଚନ ମଇଦାନରେ ଅଛନ୍ତି। ଏହା ପୂର୍ବରୁ ସଞ୍ଜୟ ସିଂ ଖବରଦାତା ସମ୍ମିଳନୀରେ କହିଥିଲେ ଯେ ସୁନୀତା ଶୁକ୍ରବାରଠାରୁ ଦିଲ୍ଲୀରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବେ।

ମାର୍ଚ୍ଚରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କେଜ୍‌ରିିୱାଲଙ୍କୁ ଗିରଫ କରାଯିବା ପରେ ସୁନୀତା ଧୀରେ ଧୀରେ ତାଙ୍କ ଭାବମୂର୍ତ୍ତିରୁ ବାହାରି ପ୍ରଚାର ଅଭିଯାନକୁ ଗତି ଦେବା ପାଇଁ ଏକ ବଡ଼ ଭୂମିକା ତୁଲାଉଛନ୍ତି। ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା ଏବଂ ସେ ମେ ୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri