Posted inଜାତୀୟ

ପଦରୁ ଇସ୍ତଫା, INDIAରେ ପଶୁପତିଙ୍କ ସାମିଲକୁ ନେଇ ବଢ଼ୁଛି ଚର୍ଚ୍ଚା; ଏଣେ ସୁଯୋଗ ଅପେକ୍ଷାରେ ଲାଲୁ…

ପାଟନା,୧୯।୩: ପୁଣିଥରେ ବିହାର ରାଜନୀତି ସରଗରମ। ଚିରାଗ ପାସଓ୍ବାନ ଏବଂ ପଶୁପତି ପାରସଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଲଢ଼େଇରେ ବର୍ତ୍ତମାନ ପୁତୁରା ବାଜିମାତ କରିଛନ୍ତି। ସୋମବାର ଭାଜପା ରାଜ୍ୟର ୫ ଆସନ ପୁତୁରା ଚିରାଗଙ୍କୁ ଦେବାର ବାଜି ଖେଳିଥିଲା। ଅର୍ଥାତ ଦାଦା-ପୁତୁରାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ପୁତୁରା ବାଜିମାତ କରିନେଇଥିଲେ। ଶେଷରେ ଅନ୍ୟୋପାୟ ନ ପାଇ ପଶୁପତି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି।
ଚର୍ଚ୍ଚା ମୁତାବକ, ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରୁ ଅଲଗା ହେବା ପରେ ରାମବିଲାସ ପାସଓ୍ବାନଙ୍କ ଭାଇ ଏବଂ ଚିରାଗ ପାସଓ୍ବାନ୍‌ଙ୍କ ଦାଦା ପଶୁପତି INDIA ମେଣ୍ଟରେ ସାମିଲ ହୋଇପାରନ୍ତି। ଏମିତିରେ ବିହାରରେ ଏନ୍‌ଡିଏ ପାଇଁ ପୂର୍ବଥର ଭଳି ସମୀକରଣ ସୃଷ୍ଟି ହୋଇଛି। କହିବାକୁ ଗଲେ ଗତ ଥର ତୁଳନାରେ ଏଥର ସ୍ଥିତି ଅଧିକ ମଜଭୂତ ଅଛି। ୨୦୧୯ ଭଳି ଏଥର ମଧ୍ୟ ଆର୍‌ଜେଡି ଶୂନରେ ରହିଯାଉ ବୋଲି ଲାଲୁ ଚାହିଁବେ ନାହିଁ। ଏଣୁ ସେ ନିଶ୍ଚିତ ଭାବେ ପଶୁପତିଙ୍କୁ ନିଜ ଦଳରେ ସାମିଲ କରିବା ଲାଗି ଚେଷ୍ଟା କରିବେ ବୋଲି କୁହାଯାଉଛି।
ଦିନଥିଲା ପଶୁପତି ପାରସ୍‌ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଥିବା ସମୟରେ ଖେଳ ଖେଳିଥିଲେ। ସେ ଏଲ୍‌ଜିପିର ୬ରୁ ୫ ଏମ୍‌ପିଙ୍କୁ କାଢ଼ି ନେଇଥିଲେ। ଏହାପରେ ଚିରାଗ ଏକୁଟିଆ ହୋଇଯାଇଥିଲେ। ଏବେ ଉକ୍ତ ଏମ୍‌ପିମାନଙ୍କ ଚିନ୍ତା ବଢ଼ିଛି। କାରଣ ଭାଜପା ପଶୁପତିଙ୍କୁ ଗୋଟିଏ ବି ଆସନ ଦେଇନାହିଁ। ତେଣେ ଚିରାଗ ଉକ୍ତ ଏମ୍‌ପିଙ୍କ ଉପରେ ଖପ୍ପା ଅଛନ୍ତି। ଚିରାଗ ଏବେ ନୂଆ ମୁହଁ ଖୋଜିପାରନ୍ତି।
କହିରଖୁଛୁ, ପଶୁପତି ପାରସ ଆଗାମୀ ଲୋକ ସଭା ନିର୍ବାଚନରେ ବିହାରରେ ଏନ୍‌ଡିଏ ମେଣ୍ଟରେ ତାଙ୍କ ଦଳକୁ ସାମିଲ କରା ନ ଯିବାରୁ ଖପ୍ପା ହୋଇ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ହେଲେ ଏଯାବତ ସେ ଏନ୍‌ଡିଏରେ ରହିବା ନଚେତ ବିହାରରେ ମେଣ୍ଟ ସହ ମିଶି ନିର୍ବାଚନ ଲଢ଼ିବା ପ୍ରଶ୍ନକୁ ନେଇ ମୁହଁ ଖୋଲି ନାହାନ୍ତି। ଏଣୁ ତାଙ୍କର ଆଗାମୀ ରାଜନୈତିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri