Posted inଜାତୀୟ

ପଦରୁ ଇସ୍ତଫା, INDIAରେ ପଶୁପତିଙ୍କ ସାମିଲକୁ ନେଇ ବଢ଼ୁଛି ଚର୍ଚ୍ଚା; ଏଣେ ସୁଯୋଗ ଅପେକ୍ଷାରେ ଲାଲୁ…

ପାଟନା,୧୯।୩: ପୁଣିଥରେ ବିହାର ରାଜନୀତି ସରଗରମ। ଚିରାଗ ପାସଓ୍ବାନ ଏବଂ ପଶୁପତି ପାରସଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଲଢ଼େଇରେ ବର୍ତ୍ତମାନ ପୁତୁରା ବାଜିମାତ କରିଛନ୍ତି। ସୋମବାର ଭାଜପା ରାଜ୍ୟର ୫ ଆସନ ପୁତୁରା ଚିରାଗଙ୍କୁ ଦେବାର ବାଜି ଖେଳିଥିଲା। ଅର୍ଥାତ ଦାଦା-ପୁତୁରାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ପୁତୁରା ବାଜିମାତ କରିନେଇଥିଲେ। ଶେଷରେ ଅନ୍ୟୋପାୟ ନ ପାଇ ପଶୁପତି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି।
ଚର୍ଚ୍ଚା ମୁତାବକ, ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରୁ ଅଲଗା ହେବା ପରେ ରାମବିଲାସ ପାସଓ୍ବାନଙ୍କ ଭାଇ ଏବଂ ଚିରାଗ ପାସଓ୍ବାନ୍‌ଙ୍କ ଦାଦା ପଶୁପତି INDIA ମେଣ୍ଟରେ ସାମିଲ ହୋଇପାରନ୍ତି। ଏମିତିରେ ବିହାରରେ ଏନ୍‌ଡିଏ ପାଇଁ ପୂର୍ବଥର ଭଳି ସମୀକରଣ ସୃଷ୍ଟି ହୋଇଛି। କହିବାକୁ ଗଲେ ଗତ ଥର ତୁଳନାରେ ଏଥର ସ୍ଥିତି ଅଧିକ ମଜଭୂତ ଅଛି। ୨୦୧୯ ଭଳି ଏଥର ମଧ୍ୟ ଆର୍‌ଜେଡି ଶୂନରେ ରହିଯାଉ ବୋଲି ଲାଲୁ ଚାହିଁବେ ନାହିଁ। ଏଣୁ ସେ ନିଶ୍ଚିତ ଭାବେ ପଶୁପତିଙ୍କୁ ନିଜ ଦଳରେ ସାମିଲ କରିବା ଲାଗି ଚେଷ୍ଟା କରିବେ ବୋଲି କୁହାଯାଉଛି।
ଦିନଥିଲା ପଶୁପତି ପାରସ୍‌ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଥିବା ସମୟରେ ଖେଳ ଖେଳିଥିଲେ। ସେ ଏଲ୍‌ଜିପିର ୬ରୁ ୫ ଏମ୍‌ପିଙ୍କୁ କାଢ଼ି ନେଇଥିଲେ। ଏହାପରେ ଚିରାଗ ଏକୁଟିଆ ହୋଇଯାଇଥିଲେ। ଏବେ ଉକ୍ତ ଏମ୍‌ପିମାନଙ୍କ ଚିନ୍ତା ବଢ଼ିଛି। କାରଣ ଭାଜପା ପଶୁପତିଙ୍କୁ ଗୋଟିଏ ବି ଆସନ ଦେଇନାହିଁ। ତେଣେ ଚିରାଗ ଉକ୍ତ ଏମ୍‌ପିଙ୍କ ଉପରେ ଖପ୍ପା ଅଛନ୍ତି। ଚିରାଗ ଏବେ ନୂଆ ମୁହଁ ଖୋଜିପାରନ୍ତି।
କହିରଖୁଛୁ, ପଶୁପତି ପାରସ ଆଗାମୀ ଲୋକ ସଭା ନିର୍ବାଚନରେ ବିହାରରେ ଏନ୍‌ଡିଏ ମେଣ୍ଟରେ ତାଙ୍କ ଦଳକୁ ସାମିଲ କରା ନ ଯିବାରୁ ଖପ୍ପା ହୋଇ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ହେଲେ ଏଯାବତ ସେ ଏନ୍‌ଡିଏରେ ରହିବା ନଚେତ ବିହାରରେ ମେଣ୍ଟ ସହ ମିଶି ନିର୍ବାଚନ ଲଢ଼ିବା ପ୍ରଶ୍ନକୁ ନେଇ ମୁହଁ ଖୋଲି ନାହାନ୍ତି। ଏଣୁ ତାଙ୍କର ଆଗାମୀ ରାଜନୈତିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri