Posted inଜାତୀୟ

ଆଜି ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଶ୍ରୀନଗର/ଜମ୍ମୁ,୧୮ା୯(ପି.ଟି.):ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବୁଧବାର ପ୍ରଥମ ପର୍ଯ୍ୟାୟରେ ୭ ଜିଲାର ୨୪ ଆସନରେ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରୁ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ।

୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨୩,୨୭,୫୮୦ ଯୋଗ୍ୟ ଭୋଟର ମତଦାନ କରିବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧,୭୬,୪୬୨ ଜଣ ପୁରୁଷ, ୧୧,୫୧,୦୫୮ ଜଣ ମହିଳା ଏବଂ ୬୦ ଜଣ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି। ୧.୨୩ ଲକ୍ଷ ଭୋଟରଙ୍କ ବୟସ ୧୮ରୁ ୧୯ ବର୍ଷ ହୋଇଥିବାବେଳେ ୨୮,୩୦୯ ଜଣ ଭିନ୍ନକ୍ଷମ ଏବଂ ୧୫,୭୭୪ ଜଣ ଭୋଟରଙ୍କ ବୟସ ୮୫ ବର୍ଷରୁ ଊର୍ଦ୍ଧ୍ୱ। ମତଦାନ ପାଇଁ ୩,୨୭୬ଟି ଭୋଟକେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ୧୪,୦୦୦ ପୋଲିଂ କର୍ମଚାରୀ ଏଥିରେ ନିୟୋଜିତ ରହିବେ। ସେଥିରୁ ୩୦୨ଟି ବୁଥ୍‌ ସହରାଞ୍ଚଳରେ ହୋଇଥିବାବେଳେ ୨,୯୭୪ଟି ଗ୍ରାମାଞ୍ଚଳରେ ରହିଛି।

ପ୍ରଥମ ପର୍ଯ୍ୟାୟ ମତଦାନକୁ ମୁକ୍ତ ଓ ଅବାଧ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସର୍ବାଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍‌କୁ ଆସି ସେମାନଙ୍କର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯାଇଥିବା କଶ୍ମୀର ଜୋନ୍‌ ପୋଲିସ ଆଇଜି ଭି.କେ. ବିର୍ଦି କହିଛନ୍ତି। ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବଳ (ସିଏପିଏଫ୍‌), ଜମ୍ମୁ-କଶ୍ମୀର ସଶସ୍ତ୍ର ପୋଲିସ ଏବଂ ରାଜ୍ୟ ପୋଲିସଙ୍କୁ ନିୟୋଜିତ କରାଯାଇଛି।

ଏହି ପର୍ଯ୍ୟାୟର କଶ୍ମୀରର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସିପିଆଇ(ଏମ୍‌)ର ମହମ୍ମଦ ୟୁସୁଫ୍‌ ତାରିଗାମି, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମଦ ମୀର୍‌, ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ସାକିନା ଇଟୁ, ପିଡିପିର ସର୍ତାଜ ମଦନୀ ଏବଂ ଅବଦୁଲ ରେହମନ ବୀରି। ବିଜ୍‌ବେହରା ଆସନର ପିଡିପି ପ୍ରାର୍ଥୀ ଇଲ୍‌ତିଜା ମୁଫ୍‌ତି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବିପକ୍ଷରେ ଏନ୍‌ସିରୁ ବଶିର ଅହମଦ ବୀରି ଏବଂ ଭାଜପାରୁ ସୋଫି ମହମ୍ମଦ ୟୁସୁଫ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସିପିଆଇ(ଏମ୍‌) ପ୍ରାର୍ଥୀ ମହମ୍ମଦ ୟୁସୁଫ୍‌ କୁଲ୍‌ଗାମ ଆସନରୁ କ୍ରମାଗତ ପଞ୍ଚମ ଥର ପାଇଁ ଲଢ଼ୁଛନ୍ତି। ସେହିପରି କଂଗ୍ରେସ ନେତା ଗୁଲାମ ଅହମଦ ମୀର୍‌ ଡୁରୁ ଆସନରୁ ତୃତୀୟ ଥର ପାଇଁ ବିଧାନସଭାକୁ ଯିବା ପାଇଁ ଆଶା ରଖିଛନ୍ତି। ଏନ୍‌ସି ପ୍ରାର୍ଥୀ ସାକିନା ଦମହାଲ ହାଜିପୋରା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପିଡିପିର ସର୍ତାଜ ମଦନୀ ଦେବସାରରୁ ଏବଂ ଅବଦୁଲ ରେହମନ ବୀରି ଶାଙ୍ଗୁସ୍‌-ଅନନ୍ତନାଗରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଇଲତିଜା ମୁଫ୍‌ତି ଏବଂ ଓ୍ବାହିଦ ପାରା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରୀଗୁଫଓ୍ବାରା ବିଜ୍‌ବେହରା ଏବଂ ପୁଲ୍‌ଓ୍ବାମା ଆସନ ଉପରେ ସମସ୍ତଙ୍କର ନଜର ରହିଛି। ଇଲ୍‌ତିଜା ମୁଫ୍‌ତି ପରିବାରର ତୃତୀୟ ପିଢ଼ି ରାଜନେତା ହୋଇଥିବାବେଳେ ଓ୍ବାହିଦ ଆତଙ୍କବାଦୀ ମାମଲାରେ ଅଭିଯୁକ୍ତ ଅଛନ୍ତି। ତାଙ୍କ ବିରୋଧରେ ଦଳର ପୂର୍ବତନ ସହକର୍ମୀ ମହମ୍ମଦ ଖଲିଲ୍‌ ବନ୍ଧ ଏନ୍‌ସି ଟିକେଟରେ ଲଢ଼ୁଛନ୍ତି। ସେହିପରି ଜମ୍ମୁରୁ ଭାଗ୍ୟ ପରୀକ୍ଷା କରୁଥିବା ପ୍ରମୁଖ ପ୍ରାର୍ଥୀ ହେଲେ ପୂର୍ବତନ ମନ୍ତ୍ରୀ ସାଜ୍ଜଦ କିଚ୍‌ଲୁ (ଏନ୍‌ସି), ଖଲିଦ ନାଜିଦ ସହୁହର୍‌ଓ୍ବାର୍ଡି (ଏନ୍‌ସି), ଭିକାର ରସୁଲ ଓ୍ବାନି (କଂଗ୍ରେସ), ଅଦୁଲ ମଜିଦ ଓ୍ବାନି( ଡିପିଏପି), ସୁନୀଲ ଶର୍ମା (ଭାଜପା) ଶକ୍ତିରାଜ ପରିହାର ଏବଂ ଗୁଲାମ ମହମ୍ମଦ ସରୁରି।

୩ ଥର ବିଧାୟକ ଥିବା ସରୁରି ଡିପିଏପିରୁ ଟିକେଟ ନ ପାଇବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ ପୂର୍ବତନ ବିଧାୟକ ଦଲିପ ସିଂ ପରିହାର(ଭାଜପା), ପୂର୍ବତନ ଏମ୍‌ଏଲ୍‌ସି ଫିର୍‌ଦୋସ୍‌ ତାକ୍‌ ଏବଂ ଇମ୍‌ତିୟାଜ ଶାନ୍‌(ପିଡିପି), ପୂଜା ଠାକୁର (ଏନ୍‌ସି)। ଭାଜପା ପ୍ରାର୍ଥୀ ଶଗୁନ ପରିହାରଙ୍କ ବାପା ଅଜିତ ପରିହାର ଏବଂ ଦାଦା ଅନିଲ ପରିହାର ୨୦୧୮ ନଭେମ୍ବର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଆମ୍‌ ଆଦ୍‌ମୀ ପାର୍ଟିରୁ ପ୍ରମୁଖ ପ୍ରାର୍ଥୀ ଭାବେ ମେହରାଜ ଡିନ୍‌ ମଲିକ ନିର୍ବାଚନ ଲଢ଼ୁଛନ୍ତି।

କଂଗ୍ରେସ ଏବଂ ଏନ୍‌ସି ମଧ୍ୟରେ ମେଣ୍ଟ ହୋଇଥିତ୍ଲେ ମଧ୍ୟ ଉଭୟ ଦଳ ବନିହାଲ, ଭଦେରଓ୍ବା ଏବଂ ଡୋଡା ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ପାଇଁ ପ୍ରାର୍ଥୀ ଦେଇଛନ୍ତି। ବିଦ୍ରୋହୀ ଏନ୍‌ସି ନେତା ପ୍ୟାରେଲାଲ ଶର୍ମା ଇନ୍ଦେରଓ୍ବାଲ ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିବାବେଳେ ଭାଜପାର ୨ ଜଣ ବିଦ୍ରୋହୀ ରାକେଶ ଗୋସ୍ବାମୀ ଏବଂ ସୂରଜ ସିଂ ପରିହାର ଯଥାକ୍ରମେ ରମ୍ବାନ ଏବଂ ପାଦେର-ନାଗସେନି ଆସନରୁ ସ୍ବାଧୀନ ଭାବେ ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri