କଲବଲ କଲାଣି ଉପନିର୍ବାଚନ: ନେତାଙ୍କ ଦଖଲରେ ହୋଟେଲ-ଲଜ୍‌, ୩ ଗୁଣା ବଢିଛି ଘରଭଡ଼ା

ନୂଆପଡ଼ା,୨୭।୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଆସନ ଲାଗି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି। ଏହା ଭିତରେ ନୂଆପଡ଼ାରେ ଘରଭଡ଼ା ମିଳିବା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯାହାର ସମାଧାନ ପାଇଁ ପୂର୍ବରୁ ଚିନ୍ତା କରାଯାଇନାହିଁ। ରାଜ୍ୟସ୍ତରରୁ ଆସିଥିବା ବଡ ନେତାମାନେ ନିଜର ଆରାମଦାୟକ ରହଣି ପାଇଁ ଯେଉଁଠି ଭଲ ଘର ମିଲିଲା ସେଠାରେ ଅଧିକ ଭଡ଼ା ଦେଇ ସେହି ସ୍ଥାନକୁ ହାତେଇ ନେଇଛନ୍ତି। ପ୍ରାୟ ସବୁ ହୋଟେଲ, ଲଜ୍‌ ବୁକ୍‌ ହୋଇ ରହିଛି। ଫଳରେ ଏହାର ପ୍ରଭାବ ଏବେ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ୁଛି। ନୂଆପଡ଼ା ଜିଲାରେ ସେଭଳି ବଡ ହୋଟେଲ ନ ଥିବାବେଳେ ଯେଉଁ କେତୋଟି ଛୋଟ ଛୋଟ ଲଜ୍‌ ରହିଛି, ସେସବୁ ବିଭିନ୍ନ ଦଳର ନେତାମାନେ ହାତେଇ ନେଇଛନ୍ତି। ତେଣୁ କୌଣସି ଜରୁରୀ କାର୍ଯ୍ୟରେ ନୂଆପଡ଼ାକୁ ଗସ୍ତ କରୁଥିବା ବ୍ୟବସାୟୀ, ସାଧାରଣ ଲୋକେ ଘରଭଡ଼ା ନ ପାଇ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କୌଣସି ବ୍ୟକ୍ତି ସ୍ବାସ୍ଥ୍ୟସେବା ପାଇଁ ଆସୁଥିଲେ ଘର ନ ପାଇ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି। ଓଡ଼ିଶାର ସୀମାନ୍ତବର୍ତ୍ତୀ ଛତିଶଗଡ଼ ରାଜ୍ୟର ରସେଲା ଗାଁର ଜଣେ ବ୍ୟକ୍ତି ରବିବାର ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ଲାଗି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଡାକ୍ତର ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ଲାଗି ୩ ଦିନ ଏଠାରେ ରହିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ନୂଆପଡ଼ାର ଉପନିର୍ବାଚନ ଯୋଗୁ ଏଠାରେ ସୃଷ୍ଟି ହୋଇଥିବା ଘର ଭଡ଼ା ସମସ୍ୟା ତାଙ୍କ ଚିନ୍ତା ବଢାଇଦେଇଛି। ସାଧାରଣ ଲୋକଙ୍କ ପାଇଁ ଏବାବଦରେ ନୂଆପଡ଼ା ଜିଲା ପ୍ରଶାସନର ଅଦୂରଦୃଷ୍ଟିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ନୂଆପଡ଼ା ଭିତରେ ଯେଉଁ ଘର ଭଡ଼ା ଉପନିର୍ବାଚନ ଘୋଷଣା ପୂର୍ବଯାଏ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଥିଲା ତାହା ବର୍ତ୍ତମାନ ୨ଗୁଣା ବଢିଯାଇଛି। ରାଜନେତାମାନଙ୍କ ଗହଳ କାରଣରୁ ଘରଭଡ଼ା ଦେବା ପୂର୍ବରୁ ଭଡାଟିଆଙ୍କଠାରୁ ରଖାଯିବାକୁ ଥିବା ପରିଚୟପତ୍ର ମଧ୍ୟ ଘର ମାଲିକମାନେ ଏବେ ଲୋଡୁ ନାହାନ୍ତି। ଯେଉଁ ଭଡାଟିଆଙ୍କ ତଥ୍ୟ ସ୍ଥାନୀୟ ଥାନାରେ ଦାଖଲ କରିବା କଥା ତାହା ମଧ୍ୟ ହେଉନାହିଁ। ଏହାକୁ ଜିଲା ପୋଲିସ ପ୍ରଶାସନ ମଧ୍ୟ ଗୁରୁତ୍ୱ ଦେଉନାହିଁ। ଜିଲାରେ ଚାକିରି କରୁଥିବା କେତେକ ବୁଦ୍ଧିଜୀବୀ ଏବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।
ସୂଚନା ମୁତାବକ ସବୁଦଳର କେତେଜଣ ବଡ ନେତା ବର୍ତ୍ତମାନ ଖଡିଆଳ ଅଞ୍ଚଳରେ ହୋଟେଲ ଏବଂ ଫାର୍ମ ହାଉସକୁ ନିଜ ରହଣି ସ୍ଥାନ କରିଦେଲେଣି। ଏହି ଅଞ୍ଚଳ ନୂଆପଡ଼ା ନିର୍ବାଚନମଣ୍ଡଳୀ ବାହାରେ ଆସୁଥିବାରୁ ସେଠାରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ସେହି ସ୍ଥାନରେ ପୋଲିସର ଚଢାଉ ବା ଚେକିଂ ହେବାର ସମ୍ଭାବନା ନାହିଁ। ଟଙ୍କା ରଖିବା ଏବଂ ସେଠାରୁ କିଛି କିଛି କରି ଭୋଟ ହାତେଇବାକୁ ନେଣଦେଣ କରିବା ପାଇଁ ସେହି ସ୍ଥାନ କୁଆଡେ ସୁବିଧା ସ୍ଥାନ ପାଲଟିଛି ବୋଲି ଶୁଣିବାକୁ ମିଳିିଛି।
ଏହି ଘରଭଡ଼ା ସମସ୍ୟା ଭିତରେ ନୂଆପଡ଼ାରେ ହୋଟେଲରେ ରହିବା ଲାଗି ବିଜେଡି ନେତାଙ୍କୁ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ପାନେ ଦେଇଥିବା ଚର୍ଚ୍ଚା ହେଉଛି। ଜଣେ ଯୁବ ବିଜେଡି ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଉପନିର୍ବାଚନ ଘୋଷଣା ପରେ ଜୟ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ସମସ୍ତେ ଚିନ୍ତା କରୁଥିଲେ। ସେହି ସମୟରେ ନିର୍ବାଚନ ବେଳକୁ ହୋଟେଲ ଓ ଘର ଭଡ଼ାର ସମସ୍ୟା ହୋଇପାରେ ଭାବି ବିଜେଡିର ରାଜ୍ୟସ୍ତରୀୟ କେତେ ଜଣ ନେତା ଆଗୁଆ ହୋଟେଲଗୁଡିକୁ ବୁକିଂ କରିଦେବା ପାଇଁ ଜୟଙ୍କ ନିକଟକୁ ଟଙ୍କା ପଠାଇ ଦେଇଥିଲେ। ଜୟ ମଧ୍ୟ ସବୁ ହୋଟେଲରେ ରୁମ ବୁକିଂ ପାଇଁ ଟଙ୍କା ଦେଇଦେଲେ। ହେଲେ ହୋଟେଲ ମାଲିକମାନେ ନିଜ ରୁମ୍‌ ସଂଖ୍ୟାର ଅଧା ଭାଜପାକୁ ଏବଂ ଆଉ ଅଧା ବିଜେଡିକୁ ଦେଲେ। ପରବର୍ତ୍ତୀ ସମୟରେ ବିଜେଡି ନେତାମାନେ ଜୟ ବୁକିଂ କରିଥିବା ହୋଟେଲର ରୁମଗୁଡିକରେ ଆସି ନିଜର ରହଣି ବ୍ୟବସ୍ଥା କରିଦେଲେ। ମାତ୍ର ପରବର୍ତ୍ତୀ ସମୟରେ ଜୟ ଭାଜପାରେ ଯୋଗଦେବା ପରେ ବିଜେଡି ନେତାଙ୍କୁ ସେ ବୁକିଂ କରିଥିବା ରୁମରୁ କାଢ଼ିବା ଲାଗି ହୋଟେଲ ମାଲିକ ଉପରେ ଚାପ ପକାଇଥିଲେ। ଯାହା ବିଜେଡି ନେତାଙ୍କ ଅକଲ ଗୁଡୁମ କରି ଦେଇଥିବା ଯୁବ ନେତା ଜଣଙ୍କ କହିଛନ୍ତି। ପରବର୍ତ୍ତୀ ସମୟରେ ବିଜେଡି ନେତାଙ୍କୁ ଜବରଦସ୍ତ କିଛି ରୁମ ରଖିବାକୁ ପଡ଼ିଥିବା ଜଣାପଡିଛି। ପ୍ରକାଶ ଯେ, ନୂଆପଡ଼ା ସଦର ମହକୁମା ଏକ ବିଜ୍ଞପିତ ଅଞ୍ଚଳ ପରିଷଦ। ଏହା ବଡ଼ ସହର ହୋଇ ନ ଥିବାରୁ ସେମିତି ଅଧିକ ହୋଟେଲ, ଲଜ ନାହିଁ। ତେଣୁ ସବୁ ରାଜ୍ୟସ୍ତରୀୟ ନେତା ଏଠାରେ ଡେରା ପକାଇ ଥିବାରୁ ଘରଭଡ଼ା ମିଳିବା ବଡ଼ ସମସ୍ୟା ସୃଷ୍ଟି ହୋଇଛି। ସତେ ଯେମିତି ସାଧାରଣ ଲୋକଙ୍କୁ କଲବଲ କଲାଣି ଉପନିର୍ବାଚନ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri