ଭୁବନେଶ୍ୱର,୯।୨: ବିଧାୟକ ବାବୁ ସିଂଙ୍କ ଆବେଦନ ହାଇକୋର୍ଟରେ ଖାରଜ କରାଯାଇଛି। ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ କରାଯାଇଛି। ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ବାବୁ ସିଂ ଆବେଦନ କରିଥିଲେ। ନିର୍ବଚନୀ ମାମଲାର ଶୁଣାଣି ହେବ କହିଲେ ହାଇକୋର୍ଟ।
ଅନ୍ୟପଟେ ହାଇକୋର୍ଟରେ ଆଗକୁ ବଢିଲା କଣ୍ଟାବାଞ୍ଜି ଓ ପାଟଣାଗଡ ନିର୍ବାଚନୀ ମାମଲା । ଉଭୟ ମାମଲାରେ ଆବେଦନକାରୀଙ୍କ ଆବେଦନ ଗ୍ରହଣ କଲେ ହାଇକୋର୍ଟ । କଣ୍ଟାବାଞ୍ଜି ମାମଲାରେ ଭୋଟର ଗିରିରାଜ ସିଂଙ୍କ ଆବେଦନ ଗ୍ରହଣ କରାଯାଇଛି । ପାଟଣାଗଡ ମାମଲାରେ ପରାଜିତ ପ୍ରାର୍ଥୀ ସରୋଜ ମେହେରେଙ୍କ ଆବେଦନ ଗ୍ରହଣ ହୋଇଛି। ଉଭୟ ମାମଲାରେ ଜିଲାପାଳଙ୍କୁ ନିର୍ବାଚନ ସମ୍ବନ୍ଧୀୟ ଦସ୍ତାବିଜ ଦାଖଲ ନିର୍ଦ୍ଦେଶ ଦିଆଯାଇଛି । ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଦାୟର ହୋଇଛି ଉଭୟ ମାମଲା ।