ନିର୍ବାଚନ ଖର୍ଚ୍ଚ ସୀମା ବଢ଼ିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ୨୦୨୨ରେ ହେବାକୁ ଯାଉଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜିଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚଙ୍କର ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି କରିଛନ୍ତି। ଜିଲାପରିଷଦ ସଭ୍ୟଙ୍କର ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବାବେଳେ ପଞ୍ଚାୟତ ସମିତି ସଭ୍ୟଙ୍କର ୨ ଲକ୍ଷ ଏବଂ ସରପଞ୍ଚଙ୍କ ସର୍ବାଧିକ ନିର୍ବାଚନ ଖର୍ଚ୍ଚ ୨ ଲକ୍ଷ ଟଙ୍କା କରାଯାଇଛି। ସେହିପରି ମତଦାନ ସମୟ ସୀମା ୧ ଘଣ୍ଟା ବୃଦ୍ଧି କରଯାଇଛି। ଫଳରେ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏ ମତଦାନ ଅନୁଷ୍ଠିତ ହେବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।
କମିଶନ ପ୍ରାର୍ଥୀମାନଙ୍କ ପାଇଁ ଗାଡ଼ି ବ୍ୟବହାର ସୀମା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି। ଜିଲାପରିଷଦ ସଦସ୍ୟ ୫ଟି ଜିପ୍‌ ବା କାର୍‌ ଓ ୧୦ଟି ମୋଟର ସାଇକେଲ, ପଞ୍ଚାୟତ ସମିତି ସଦସ୍ୟ ୨ଟି ଜିପ୍‌ ବା କାର୍‌ ଓ ୫ଟି ମୋଟର ସାଇକେଲ ଏବଂ ସରପଞ୍ଚ ୨ଟି ଜିପ୍‌ ବା କାର ଏବଂ ୫ଟି ମୋଟର ସାଇକେଲ ନିର୍ବାଚନ ପ୍ରଚାର ବେଳେ ବ୍ୟବହାର କରି ପାରିବେ। ଗାଡ଼ି ଓ ମୋଟର ସାଇକେଲ ଧାର୍ଯ୍ୟ ସୀମା ମଧ୍ୟରେ ଅଟୋ ରିକ୍ସା ମଧ୍ୟ ବ୍ୟବହାର କରାଯାଇପାରିବ। ମୋଟର ଯାନ ବ୍ୟବହାର ଦିନଠାରୁ ଜିଲା ପରିଷଦ ପ୍ରାର୍ଥୀ ଯାନର ପ୍ରକାର, ତାହାର ପଞ୍ଜୀକରଣ ନମ୍ବର, ଗାଡ଼ି ମାଲିକଙ୍କ ନାମ ଉପଜିଲାପାଳଙ୍କୁ ଜଣାଇବେ। ସେହିପରି ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଲିଖିତ ଭାବେ ଜଣାଇବେ। ଏହି ତଥ୍ୟର ୩ଟି ନକଲ ଦାଖଲ କରାଯିବ। ତଥ୍ୟର ଗୋଟିଏ ନକଲ ଉପଜିଲାପାଳ/ବିିଡିଓ, ନିକଟସ୍ଥ ମୋଟର ଯାନ କର୍ତ୍ତୃପକ୍ଷଙ୍କୁ ଦେବେ ଓ ଅନ୍ୟଟି ନିଜ ପାଖରେ ରଖିବେ। ତୃତୀୟ ନକଲଟିରେ ଉପଜିଲାପାଳ/ବିିଡିଓ କିମ୍ବା ତାଙ୍କ କ୍ଷମତାସମ୍ପନ୍ନ ଅଧିକାରୀ ସ୍ବାକ୍ଷର ଓ ଅଫିସ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇ ଦେବେ। ମୋଟର ଯାନ ଅଧିକାରୀ ଗୋଟିଏ ରେଜିଷ୍ଟରରେ ସମସ୍ତ ତଥ୍ୟ ଲିପିବଦ୍ଧ କରିବେ। କୌଣସି ସମୟରେ ନିର୍ବାଚନ ଅଧିକାରୀ କିମ୍ବା ତାଙ୍କ ଦ୍ୱାରା କ୍ଷମତା ସମ୍ପନ୍ନ ଅଧିକାରୀ ଏହି ତଥ୍ୟ ଆବଶ୍ୟକ କଲେ ପ୍ରାର୍ଥୀ ତଦାରଖ ନିମନ୍ତେ ତାହା ଉପସ୍ଥାପନ କରିବେ। ମୋଟର ଯାନ ବାବଦ ସମସ୍ତ ଖର୍ଚ୍ଚ ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟରେ ସୀମିତ ରହିବ। ପ୍ରଚାର କାର୍ଯ୍ୟରେ ବ୍ୟବହୃତ ମୋଟର ଯାନ ମତଦାନ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ବନ୍ଦ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯିବ। ଆଦେଶକୁ ଅବମାନନା କଲେ ନିର୍ବାଚନ ଆଚରଣ ବିଧିର ଅବମାନନା ବୋଲି ଧରାଯିବ।
ଗତ ୬ ତାରିଖରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ରାଶିକୁ ବଢ଼ାଇବା ସହ ଭୋଟଦାନ ଅବଧି ଆଉ ୨ ଘଣ୍ଟା ବୃଦ୍ଧି କରିବାକୁ ରାଜନୈତିକ ଦଳଗୁଡିକ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏଥିସହିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ୮୦ ହଜାର ଟଙ୍କାରୁ ବଢାଇ ୨ ଲକ୍ଷ ଏବଂ ଜିଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ଖର୍ଚ୍ଚ ଓ ଗାଡି ସଂଖ୍ୟା ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri