ପଶ୍ଚିମବଙ୍ଗ-ତାମିଲନାଡୁ-କେରଳ-ଆସାମ ପାଇଁ ନିର୍ବାଚନୀ ଥୋପ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ,କେରଳ ଓ ଆସାମ ଆଦି ୪ ରାଜ୍ୟ ପାଇଁ ନିର୍ବାଚନୀ ଥୋପ ପକାଯାଇଛି। ଏସବୁ ରାଜ୍ୟରେ ସଡ଼କ ଭିତ୍ତିଭୂମି ବିକାଶ ଲାଗି ୨.୨୭ ଲକ୍ଷ କୋଟି ଘୋଷଣା କରାଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରେ କୋଲକାତା-ସିଲିଗୁଡ଼ି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସେହିପରି ରାଜ୍ୟରେ ୬୭୫ କିଲୋମିଟର ରାଜମାର୍ଗର ନିର୍ମାଣ ପାଇଁ ୨୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ତାମିଲନାଡୁରେ ୩୫୦୦ କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ଲାଗି ୧.୦୩ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। କେରଳରେ ୧୧୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେବ। ଏହା ସହିତ ମୁମ୍ବାଇ-କନ୍ୟାକୁମାରୀ କୋରିଡୋର ମଧ୍ୟ ନିର୍ମିତ ହେବ। ଏସବୁ ପାଇଁ ୬୫ ହଜାର କୋଟିର ବ୍ୟୟ ବରାଦ ହୋଇଛି। ଅପରପକ୍ଷରେ ଆସାମରେ ଜାତୀୟ ରାଜପଥ ନିର୍ମାଣ ଲାଗି ୩୪ ହଜାର କୋଟି ଟଙ୍କାର ଘୋଷଣା ଅର୍ଥମନ୍ତ୍ରୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତର ୮ ମାସ ଲାଗି ଉତ୍ପାଦନ କମାଇଲା ମାରୁତି

ନୂଆଦିଲ୍ଲୀ,୧୦-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଲଗାତାର ଭାବେ ୮ ମାସ ଲାଗି ଉତ୍ପାଦନ...

ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବୁଧବାର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା...

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ୧୦୦ ଦିନର ପ୍ରଚାର କାର୍ଯ୍ୟକ୍ରମ…

ଲକ୍ଷ୍ନୌ,୧୧।୧୧: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ(ୟୁପି )ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଲାଗି ଭାଜପା ପକ୍ଷରୁ...

ଉପନିର୍ବାଚନ ପୂର୍ବରୁ ପ୍ରବଳ ବର୍ଷା

କୋଲକାତା,୨୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ବିଧାନସଭା ଆସନରେ ଗୁରୁବାର ଉପନିର୍ବାଚନ ହେବ। ଏଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତାଙ୍କ ବିରୋଧରେ ଭାଜପା...

ଭିତିରି କଥା କହିଲେନି

ନୂଆଦିଲ୍ଲୀ,୨୩ା୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ବିରୋଧୀଙ୍କ ବୈଠକକୁ ଭାଜପାକୁ ଚ୍ୟାଲେଞ୍ଜ ଦେବା ପ୍ରକ୍ରିୟାର ଆରମ୍ଭ ବୋଲି ରାଜନୈତିକ ବିଶ୍ଳେଷକମାନେ...

ମୋଦି ସରକାର ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ରହିବେ : ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏକ ନିଆରା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୨୫...

ଏଭଳି ହେଉଛି କି, ଶୀଘ୍ର ପିଲାଙ୍କୁ ନିଅନ୍ତୁ ହସ୍ପିଟାଲ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ନୂଆ ଷ୍ଟ୍ରେନ୍‌ର ନୂଆ ଲକ୍ଷଣ ଏବଂ ୩ ଗୁଣା ଅଧିକ ବେଗରେ...

ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗ ଆପଣାଇଲେ ନବଦମ୍ପତ୍ତି

ଜୟପୁର,୧୫।୧୦: ରାଜସ୍ଥାନ ଜୟପୁରରେ ଜଣେ ଦମ୍ପତ୍ତି ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଜଣେ ନବ ବିବାହିତ ଦମ୍ପତ୍ତି ସହରର ବିଭିନ୍ନ...

Advertisement


Archives

Model This Week